ବିଜ୍ଞାନ ମେଳାରେ ୩୧୬ ପ୍ରକଳ୍ପ ପ୍ରଦର୍ଶିତ

ଜୁନାଗଡ,୨୧।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ସହରସ୍ଥିତ ସରସ୍ବତୀ ଶିଶୁ ମନ୍ଦିରଠାରେ ମଙ୍ଗଳବାର ଏକ ବିଜ୍ଞାନ ମେଳା ପ୍ରଦର୍ଶିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଚାର୍ଯ୍ୟ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ସାମାଜିକ କର୍ମୀ ଦୁର୍ଗା ପ୍ରସାଦ ନାଏକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ବିନାୟକ ଯୋଷୀ, ଅଭିଭାବକ ଲକ୍ଷ୍ମୀ ନାରାୟଣ ବାଣୁଆ ପ୍ରମୁଖ ଯୋଗଦେଇଥିଲେ। ଜ୍ଞାନବିଜ୍ଞାନ ମେଳାରେ ଛାତ୍ରୀଛାତ୍ରମାନେ ୩୧୬ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେହିପରି ୨୧ଜଣ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ଅପରାହ୍ନରେ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଏବିଇଓ ନବକିଶୋର ପାଢି, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି କୋଷାଧ୍ୟକ୍ଷ ରାଜ କିଶୋର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ବରିଷ୍ଟ ବିଭାଗରେ ଜ୍ୟୋତି ରଞ୍ଜନ ପଣ୍ଡା, ଶିବ ସାହୁ, ରାମ ପ୍ରକାଶ ଯୋଷୀ, ଦିବସ କୁମାର ନାୟକ, ଅଖିଲେଶ ଦାଶ, ରଞ୍ଜିତ ସାହୁ, ଆଦର୍ଶ ପ୍ରଧାନ, ଆଶିଷ ତରାଇ, ଶ୍ୱେତପଦ୍ମା ଅଗସ୍ତି, ସ୍ମୃତିରେଖା ରାଉତ ଓ କନିଷ୍ଟ ବିଭାଗରେ ଅଦ୍ୱେତ ପଣ୍ଡା, କେଶବ ପ୍ରକାଶ ଯୋଷୀ, ପ୍ରତ୍ୟୁଷ ପଣ୍ଡା, ହେମାଙ୍ଗିନୀ ଦଣ୍ଡସେନା ପ୍ରମୁଖ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ହେମନ୍ତ କୁମାର ପ୍ରଧାନୀ ପରିଚାଳନା କରିଥିଲେ। ସେହିପରି ସନ୍ତୋଷ କୁମାର ସାହୁ, ଉମାକାନ୍ତ ଗୁରୁ, ଧର୍ମେନ୍ଦ୍ର ବାଗ, ଲଲାଟେନ୍ଦୁ ଘି, ଦୁଷ୍ମନ୍ତ ଖଡିକାର, ଫଗନୁ ନାଏକ, ସୋମ୍ୟରଞ୍ଜନ ଖମାରୀ, ଦାମୋଦର ଟୋଲଟିଆ ପ୍ରମୁଖ ଗୁରୁଜୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

ଆଶ୍ଚର୍ଯ୍ୟ ହେଲେ ବି ସତ: ୬ ମାସରେ ୪ ଥର କାମୁଡ଼ିଛି ସାପ, ଦେଶୀ ଚିକିତ୍ସା କରି ବଞ୍ଚାଇଛନ୍ତି ଜୀବନ

ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri