Odisha Elections 2024

ବିଜେଡି ସଭ୍ୟ ସଂଗ୍ରହ ଅବଧି ୩ ସପ୍ତାହ ବୃଦ୍ଧି

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଅକ୍ଟୋବର ଶେଷ ସୁଦ୍ଧା ବିଜେଡି ପକ୍ଷରୁ ପ୍ରାୟ ୪୧ ଲକ୍ଷଙ୍କୁ ଦଳୀୟ ସଭ୍ୟ କରାଯାଇଥିବା ଜଣାପଡ଼ିଛି। ସେହିପରି ସଭ୍ୟ ସଂଗ୍ରହରେ ଦେଖାଦେଇଥିବା ଉତ୍ସୁକତାକୁ ଦେଖି ଏହି ଅଭିଯାନକୁ ଆହୁରି ୩ ସପ୍ତାହକୁ ବୃଦ୍ଧି କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଜିଲା ପର୍ଯ୍ୟବେକ୍ଷକ ଓ ଜିଲା ସଭାପତିଙ୍କ ବୈଠକରୁ ଏହା ଜଣାପଡ଼ିଛି।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସଭ୍ୟ ସଂଗ୍ରହ ଏବଂ ଦଳର ଶୀର୍ଷ ନେତୃତ୍ୱ ଦ୍ୱାରା ସ୍ଥିରୀକୃତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରୁଥିବା ଜିଲା ଏବଂ ନିର୍ବାଚନମଣ୍ଡଳୀକୁ ପ୍ରଶଂସା କରାଯାଇଥିଲା। ଅନୁରୂପ ଭାବେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ନ ଥିବା ଜିଲା ଓ ନିର୍ବାଚନମଣ୍ଡଳୀରେ ଥିବା ନେତୃବର୍ଗଙ୍କୁ ତାଗିଦ୍‌ କରାଯାଇଥିଲା। ପୂର୍ବ ଯୋଜନା ମୁତାବକ କାର୍ଯ୍ୟ ନ ହେଲେ ଦାୟିତ୍ୱରେ ଥିବା ନେତାମାନଙ୍କୁ ଅପସାରଣ କରାଯିବାର ପରୋକ୍ଷ ଚେତାବନୀ ମଧ୍ୟ ଦିଆଯାଇଛି। ବିଶେଷକରି ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟାବଳୀକୁ ନଜରରେ ରଖି ଏପରି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ୧୭ରୁ ୧୯ ନିର୍ବାଚନମଣ୍ଡଳୀର ସାଙ୍ଗଠନିକ କାର୍ଯ୍ୟ, ସଭ୍ୟ ସଂଗ୍ରହ ଇତ୍ୟାଦିକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିବା ଜଣାପଡ଼ିଛି। ସଭ୍ୟ ସଂଗ୍ରହରେ ଯୁବ, ମହିଳା ବର୍ଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି। ନିକଟରେ ଦଳ ପକ୍ଷରୁ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହା ଦଳକୁ ଆହୁରି ଲୋକଙ୍କ ନିକଟତର କରାଇବ ବୋଲି ମତ ପ୍ରକାଶ ପାଇଥିଲା। ଏହି ସାଙ୍ଗଠନିକ ବୈଠକରେ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅମର ଶତପଥୀ, ପ୍ରମିଳା ମଲ୍ଲିକ, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ମହାନ୍ତି, ଦେବାଶିଷ ସାମନ୍ତରାୟ, ଚନ୍ଦ୍ରସାରଥି ବେହେରା, ବିଜୟ ନାୟକ, କିଶୋର ମହାନ୍ତି, ଲାଲ୍‌ବିହାରୀ ହିମିରିକା ପ୍ରମୁଖ ବୈଠକରେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

ବାତ୍ୟାର ଆସିବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ୱର,୧୯ା୫: ରବିବାର ଭୁବନେଶ୍ୱର ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ସୃଷ୍ଟି ହେବାର କୌଣସି ପୂର୍ବାନୁମାନ କରାଯାଇ ନ ଥିବାରୁ ଭୟଭୀତ...

‘ୱାର୍ଡମେମ୍ବର ନିର୍ବାଚନ ଲଢ଼ିନାହାନ୍ତି, ମୋତେ ପଚାରୁଛନ୍ତି କ’ଣ କରିଛ’: ଅପରାଜିତା

ଭୁବନେଶ୍ୱର,୧୯।୫: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri