ବିଜେଡି-ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି: ନିରଞ୍ଜନ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ବିଜେଡି ଏବଂ ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି। ଲୋକ ସଭା ହେଉ କି ରାଜ୍ୟ ସଭାରେ ପ୍ରସଙ୍ଗ ଉତ୍‌ଥାପନ ନ କରିବା ଏବଂ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ବେଳେ ସାମିଲ ନ ହେବା ବିଜେଡି-ଭାଜପା ମଧ୍ୟରେ ଅନୈତିକ ସନ୍ଧି ଥିବା ପ୍ରମାଣିତ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ସୋମବାର କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପାର୍ଲାମେଣ୍ଟରେ ପ୍ରସଙ୍ଗ ନ ଉଠାଇବା ଏବଂ କଂଗ୍ରେସ ଉଠାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନାରେ ଭାଗ ନେଉନାହିଁ। ଗତ ଅକ୍ଟୋବର ୨୬ତାରିଖରେ ଦେଶର ଅର୍ଥନୈତିକ ଦୁରବସ୍ଥା ସମ୍ପର୍କରେ ରାଜ୍ୟ ସଭାରେ ଆଲୋଚନା ପାଇଁ ବିଭିନ୍ନ ରାଜନୈତିକ ଦଳର ଏମ୍‌ପିମାନଙ୍କ ସହିତ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ୍‌.ଭାସ୍କର ରାଓ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ଏହି ନୋଟିସକୁ ଆଧାର କରି ରାଜ୍ୟ ସଭା ପକ୍ଷରୁ ୨୭ତାରିଖ ଆଲୋଚନା ପାଇଁ ଗୃହର ରିଭାଇଜ୍‌ଡ ଲିଷ୍ଟ ଅଫ ବିଜ୍‌ନେସ୍‌ରେ ଉପରୋକ୍ତ ୩ ଜଣ ବିଜେଡି ଏମ୍‌ପିଙ୍କ ନାମ ପ୍ରକାଶିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ତିନିଜଣ ଯାକ ଏମ୍‌ପି ଏହି ଆଲୋଚନାରେ ଭାଗ ନେଲେନାହିଁ। ୨୭ ତାରିଖ ରାଜ୍ୟ ସଭାର ୨୫୭ପୃଷ୍ଠା ବିଶିଷ୍ଟ ପ୍ରୋସିଡିଙ୍ଗରେ ତାହା ପ୍ରମାଣିତ କରୁଛି। ଏହାର ଠିକ୍‌ ଦିନକ ପରେ ଅର୍ଥାତ୍‌ ୨୯ଅକ୍ଟୋବରରେ ଯାଜପୁର ଜିଲା ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଜେଡିର ୩ଜଣ ଏମ୍‌ପି ଏହାକୁ ବିରୋଧ କରିଥିଲେ। ଏତିକିବେଳେ ଭାଜପାର ଏମ୍‌ପିମାନେ ଏଥିରେ ନୀରବଦ୍ରଷ୍ଟା ସାଜି ପରୋକ୍ଷରେ ପ୍ରସଙ୍ଗ ନ ଉଠାଇବା ପାଇଁ ନୀରବ ସମର୍ଥନ କରିଥିଲେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ଏଆଇଆଇଏମ୍‌ଏସ୍‌ର ସଭ୍ୟପଦ ନିର୍ବାଚନରେ ଭାଜପାର ରାଜ୍ୟ ସଭାରେ ୮୧ ଏମ୍‌ପି ଥିବାବେଳେ ବିଜେଡି ଏମ୍‌ପି ଅମର ପଟ୍ଟନାୟକ ୭ଜଣ ଏମ୍‌ପିଙ୍କ ଭୋଟରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ହରାଇ ନିର୍ବାଚିତ ହେଲେ। ଏହି ଦୁଇଟି ଘଟଣା ଓ ଏଆଇଆଇଏମ୍‌ଏସ୍‌ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଭାଜପା-ବିଜେଡି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଆଲୋଚନା ନ କରିବା ପାଇଁ ଏକ ଅବୈଧ ସନ୍ଧି କରିଛନ୍ତି, ଯାହା ରାଜ୍ୟ ସ୍ବାର୍ଥର ସମ୍ପୂର୍ଣ୍ଣ ପରିପନ୍ଥୀ ଅଟେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

OMC ଗେଟ୍‌ରେ ତାଲା ପକାଇଲେ ସୁରକ୍ଷାକର୍ମୀ

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ…

ଡହଡହ ଖରାରେ କାମ କରୁଥିଲେ ସୋମନାଥ, ଅଂଶୁଘାତରେ ଚାଲିଗଲା ଜୀବନ; ପରିବାରକୁ ସହାୟତା ଯୋଗାଇ ଦେବାକୁ…

ବଲାଙ୍ଗୀର, ୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଓ୍ବାର୍ଡ ନମ୍ବର ୧୮ ଅନ୍ତର୍ଗତ ତୁଲସୀନଗର ପଡାର ଦୁର୍ଗାମଣ୍ଡପ ପଛପଟେ ରହୁଥିବା ସୋମନାଥ ବନଗୁଲା (୬୫)ଙ୍କ ଶୁକ୍ରବାର ଅଂଶୁଘାତରେ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri