ବିଜେଡି ଛାତ୍ର, ଯୁବ, ମହିଳା ସଙ୍ଗଠନର ପୁନର୍ଗଠନ

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ସାଧାରଣ ନିର୍ବାଚନ ପରେ ବିଜେଡି ଛାତ୍ର, ଯୁବ ଏବଂ ମହିଳା ସଙ୍ଗଠନର ପୁନର୍ଗଠନ ନେଇ ଆଲୋଚନା ଜୋର ଧରିଛି। ୨୦୧୭ ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ଛାତ୍ର ଓ ଯୁବ ସଙ୍ଗଠନର ଆମୂଳଚୂଳ ପରିବର୍ତ୍ତନ ହୋଇଥିଲା। ହେଲେ ସାଙ୍ଗଠନିକ ଦାୟିତ୍ୱ ଦୁଇ ପ୍ରଭାବଶାଳୀ ନେତାଙ୍କ ଅନୁଗତଙ୍କୁ ପ୍ରଦାନ କରାଯାଇଥିଲା। ସେମାନଙ୍କ ପ୍ରଦର୍ଶନ ମଧ୍ୟ ସେତେଟା ଆଖିଦୃଶିଆ ହୋଇ ନ ଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ତେଣୁ ବିଜେଡିର ଶୀର୍ଷ ନେତୃତ୍ୱ ପୁନର୍ବାର ସାଙ୍ଗଠନିକ ପରିବର୍ତ୍ତନ କଥା ଚିନ୍ତା କରୁଥିବା କୁହାଯାଉଛି। ମହିଳା ସଙ୍ଗଠନକୁ କିଛି ମାସ ତଳେ ପୁନର୍ଗଠିତ କରାଯିବା ସହ ନୂଆ ସଭାନେତ୍ରୀ ଏବଂ ଏକାଧିକ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଥିଲା। ହେଲେ ଏହି ସଙ୍ଗଠନର କାର୍ଯ୍ୟଶୈଳୀ ମଧ୍ୟ ପ୍ରଭାବହୀନ ରହିଥିବା ଅନୁଭବ କରାଯାଇଛି। ତେଣୁ ପୌର ନିର୍ବାଚନ ପୂର୍ବରୁ ୩ ଛାମୁଆ ସଙ୍ଗଠନର ପରିବର୍ତ୍ତନ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।
ଛାତ୍ର ଏବଂ ମହିଳା ସଙ୍ଗଠନ ଅପେକ୍ଷା ବିଜୁ ଯୁବ ଜନତା ଦଳ ଅଧିକ ଗୁରୁତ୍ୱ ବହନ କରିଥାଏ। ଏହାର କର୍ମକର୍ତ୍ତା ସିଧା ଦଳୀୟ ସଙ୍ଗଠନ ସହ ଜଡିତ ହୋଇ କାମ କରିଥାନ୍ତି। ୩୦ରୁ ୪୫ ବର୍ଷୀୟ ଭୋଟରଙ୍କୁ ଆଖିଆଗରେ ରଖି ଏହି ସଙ୍ଗଠନ କାର୍ଯ୍ୟ କରିଥାଏ। ହେଲେ ଚଳିତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟର ଯୁବ ଏବଂ ନୂଆ ଭୋଟର ଭାଜପାକୁ ଅଧିକ ପସନ୍ଦ କରିଥିବା ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି। ସେହିଭଳି ସାରା ଦେଶର ନଗରାଞ୍ଚଳରେ ଭାଜପାର ଭୋଟ ହାର ଭଲ ରହିଛି। ଆଗକୁ ପୌର ନିର୍ବାଚନ ଥିବାରୁ ଭାଜପାର ମୁକାବିଲା ବିଜେଡି ପାଇଁ କଠିନ ପରୀକ୍ଷା ସଦୃଶ। ତେଣୁ ଯୁବ ସଙ୍ଗଠନର ପରିବର୍ତ୍ତନର ମଙ୍ଗ କାହା ହାତରେ ରହିବ, ସେ ନେଇ ସମସ୍ତଙ୍କ ନଜର ରହିଛି। ସଭାପତି ଚୟନରେ କେଉଁ ମାନଦଣ୍ଡକୁ ବିଚାରକୁ ନିଆଯିବ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ଅତୀତର କାର୍ଯ୍ୟଦକ୍ଷତା, ଦଳ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଆନୁଗତ୍ୟକୁ ବିଚାର କରାଯିବ କି ନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛିଦିନ ହେବ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ ପ୍ରଭାବିତ କରୁଥିବା ଏକ ଗୋଷ୍ଠୀ ପ୍ରତି ଆନୁଗତ୍ୟକୁ ସଭାପତି ଚୟନରେ ଗୁରୁତ୍ୱ ଦିଆଯାଇପାରେ ବୋଲି ସୂଚନା ମିଳିଛି। ଏମିତିକି ଉପକୂଳ ଓଡ଼ିଶାର ଜଣେ ବିଧାୟକଙ୍କୁ ଯୁବ ବିଜେଡି ସଭାପତି କରିବା ପାଇଁ ଯୋଜନା ଚାଲିଛି। ରାଜ୍ୟ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳରେ ନ ଥିବା ଜଣେ ବିଧାୟକ ଏହି ଯୋଜନା କରୁଥିବା ଦଳୀୟ ଅନ୍ଦର ମହଲରୁ ଜଣାପଡ଼ିଛି। ଏପରିକି ପୂର୍ବରୁ ଦଳର ଯୁବ ସଭାପତି ଏବଂ ଯୁବ ବ୍ୟାପାର ଦାୟିତ୍ୱରେ ରହିଥିବା ଏକାଧିକ ନେତାଙ୍କୁ ସଙ୍ଗଠନରୁ ଦୂରେଇ ରଖିବା ପାଇଁ ପ୍ରୟାସ କରାଯାଉଛି। ବିଜେଡି ରାଜନୀତିକୁ ଅନୁଶୀଳନ କଲେ ସାମ୍ପ୍ରତିକ ସ୍ଥିତିରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅରୁଣ ସାହୁ ଓ ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ। ହେଲେ ବର୍ତ୍ତମାନ ଯେପରି ଯୁବ ମଙ୍ଗୁଆଳ ଚୟନ ପାଇଁ ଚିନ୍ତା କରାଯାଉଛି, ସେପରି ହେଲେ ଉପରେ ଆଲୋଚିତ ନାମ ମଧ୍ୟରୁ ୩ ଜଣଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି। ଆଶ୍ଚର୍ଯ୍ୟର କଥା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର କୌଣସି ନେତା ଯୁବ ସଙ୍ଗଠନରେ ପ୍ରଭାବ ବିସ୍ତାର କରିପାରିନାହାନ୍ତି। ସଂସଦୀୟ ନିର୍ବାଚନ ଫଳାଫଳ ମଧ୍ୟ ଏହି ସବୁ ଅଞ୍ଚଳରେ ନୈରାଶ୍ୟଜନକ ଥିଲା। ଅନୁସୂଚିତ ଜାତି(ଏସ୍‌ସି) ଏବଂ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର ଯୁବ ପ୍ରତିନିଧିତ୍ୱଙ୍କୁ ମଧ୍ୟ ସଙ୍ଗଠନରେ ଅଗ୍ରାଧିକାର ଦିଆଯାଇ ନାହିଁ। ତେଣୁ ଭବିଷ୍ୟତର ରଣନୀତି ପାଇଁ ଯୁବ ସଙ୍ଗଠନକୁ କିପରି କ୍ରିୟାଶୀଳ କରାଯିବ, ସେ ନେଇ ଦଳ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷରେ ପୂର୍ବଥର ଯୁବ ସଙ୍ଗଠନକୁ କ୍ରିୟାଶୀଳ କରିବା ପାଇଁ ଜୋନ୍‌ସ୍ତରୀୟ ବର୍ଗୀକରଣ କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। କେତେଜଣ ତାହାକୁ ଉତ୍ତମ ରୂପେ ତୁଲାଇଥିବା ବେଳେ କେତେଜଣ ଯୁବ ନେତା ପାରି ନ ଥିଲେ। ଏଭଳିସ୍ଥିତିରେ ଦୀର୍ଘଦିନରୁ ଛାତ୍ର ତଥା ଯୁବ ରାଜନୀତି କରୁଥିବା ଉତ୍ତମ ସଙ୍ଗଠକମାନଙ୍କୁ ଅଣଦେଖା କରାଯାଉଥିବା କୁହାଯାଉଛି। ଏପରିକି ଦଳ ଭିତରେ ଏକ ସମାନ୍ତରାଳ ସଙ୍ଗଠନ ସୃଷ୍ଟି ହେଉଥିବା କେତେଜଣ ଯୁବ କର୍ମୀ ଅନୁଭବ କଲେଣି। ସାଙ୍ଗଠନିକ ଦକ୍ଷତା ଅପେକ୍ଷା ଯଦି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ବିଧାୟକଙ୍କୁ ଯୁବ ସଭାପତି ଦାୟିତ୍ୱ ପ୍ରଦାନ କରାଯାଏ, ତେବେ ଦୀର୍ଘଦିନରୁ ବିଜେଡି ଯୁବ/ଛାତ୍ର ରାଜନୀତି କରୁଥିବା ସଙ୍ଗଠକମାନେ ବିଦ୍ରୋହ କରିବା ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ପୂର୍ବଥର ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ନିଜ ଅଞ୍ଚଳରେ ଅଧିକ ସମୟ ଦେବା ଉଚିତ ବୋଲି କୁହାଯାଇ ସେମାନଙ୍କୁ ଏହି ପଦବୀ ଦିଆଯାଇ ନ ଥିଲା। ହେଲେ ସେ ସମୟରେ ସାଙ୍ଗଠନିକ ଦକ୍ଷତା ଅପେକ୍ଷା ନିଦ୍ଦିର୍ର୍ଷ୍ଟ ଗୋଷ୍ଠୀ ପ୍ରତି ଆନୁଗତ୍ୟ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତ ଥର ସେପରି ହେବାକୁ ଯାଉଥିବାରୁ ଆଗକୁ ଯୁବ ବର୍ଗ ବିଜେଡି ପ୍ରତି ବିମୁଖ ହୋଇପାରନ୍ତି ବୋଲି କେତେଜଣ ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri