ବିଚାରପତି-ପ୍ରଶାସନ ବିବାଦ ତେଜିଲା: ସମୂହ କାର୍ଯ୍ୟବନ୍ଦ କଲେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପ୍ରଶାସନିକ ଅଧିକାରୀ

ଝାରସୁଗୁଡା ଅଫିସ,୫।୪- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ କଟକଣା ପାଳନ କରାଯାଉଛି। ଏହାକୁ ପାଳନ କରିବା ପାଇଁ ପୋଲିସ ଓ ଜିଲା ପ୍ରଶାସନର ଅଧିକାରୀମାନେ ନିୟୋଜିତ ଅଛନ୍ତି। ତେବେ କିଛିଦିନ ହେବ ଝାରସୁଗୁଡା ସହରରେ ବିଚାରପତି ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଘଟଣା ନଜରକୁ ଆସିଛି। ଲକଡାଉନ ବେଳେ ରାସ୍ତାରେ ଯିବା ଆସିବା କରୁଥିବା ବିଚାରପତିମାନଙ୍କୁ ପୋଲିସ ପକ୍ଷରୁ ଛଡା ଯାଉ ନ ଥିବା ଅଭିଯୋଗ ହେଉଥିଲା। ଏଥିପାଇଁ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଶୀତଳ ଯୁଦ୍ଧ ରବିବାର ଉଗ୍ରରୂପ ନେଇଛି । ଲାକଡାଉନ ଡ୍ୟୁଟିରେ ଥିବା ପ୍ରଶାସନିକ ଅଧିକାରୀମାନେ ପୂର୍ବାହ୍ନ ୧୧ଟାରୁ ସମୂହ କାର୍ଯ୍ୟ ବନ୍ଦ କରି ଜିଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ ରବିବାର ଝାରସୁଗୁଡା ଜିଲାରେ କାର୍ଯ୍ୟରତ ଜଣେ ବିଚାରପତିଙ୍କ ଅଫିସ କର୍ମଚାରୀ କୌଣସି କାର୍ଯ୍ୟରେ ବସଷ୍ଟାଣ୍ଡ ଅଞ୍ଚଳକୁ ଆସିଥିଲେ। ତାଙ୍କୁ ଜଣେ ପ୍ରଶାସନିକ ଅଧିକାରୀ ଅଟକାଇ ବାହାରେ ବୁଲିବାକୁ ବାରଣ କରିଥିଲେ। ଏହା ପରେ ବିଚାରପତି ଜଣକ ସମ୍ପୃକ୍ତ ଅଧିକାରୀଙ୍କୁ କୁଅାଡେ ଫୋନ ଯୋଗେ କାଟୁ ଭାଷା ପ୍ରୟୋଗ କରିଥିଲେ। ପରେ ଲକଡାଉନ ଡ୍ୟୁଟିରେ ଥିବା ସମସ୍ତ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟବନ୍ଦ କରିଥିଲେ। ପରେ ସମସ୍ତେ ଝାରସୁଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୈଠକ କରି ଜିଲାପାଳ ସାମଲଙ୍କୁ ସାକ୍ଷାତ କରି ଅଭିଯୋଗ କରିବାକୁ ଯାଇଥିଲେ। ଜିଲାପାଳ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଲକଡାଉନ କଟକଣା ପାଳନ ଜରୁରୀ ଥିବାରୁ ସମସ୍ତ ଅଧିକାରୀମାନଙ୍କୁ ଡ୍ୟୁଟି କରିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ସେ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସମସ୍ତ ଅଧିକାରୀ ଦିନ ୧୨ଟା ୩୦ ବେଳେ ଡ୍ୟୁଟିକୁ ଫେରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ନବ ଦାସ ମୃତ୍ୟୁ ଘଟଣା, ଝିଅ ଦୀପାଳିଙ୍କ ଭାଷଣକୁ ନେଇ ବଢିଲାଣି ଚର୍ଚ୍ଚା!

ଭୁବନେଶ୍ୱର,୩୦।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ପୂରଣ ହୋଇଗଲାଣି। ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା…

ହସ୍ପିଟାଲ୍‌ରେ ଭୟାବହ ଅଗିକାଣ୍ଡ, ସବୁକିଛି ଜଳିପୋଡ଼ି ଛାରଖାର

ଝାରସୁଗୁଡ଼ା,୨୯।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେହେରମାଲସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରୋଗୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବାବେଳେ ଲ୍ୟାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri