ବିଗ୍‌ବଜାର ପକ୍ଷରୁ ପ୍ଲାଷ୍ଟିକ ସଚେତନତା

ଭୁବନେଶ୍ୱର, ୧୨-୯(ବ୍ୟୁରୋ): ଫ୍ୟୁଚର ଗ୍ରୁପର ରିଟେଲ ଚେନ୍‌ ବିଗ୍‌ବଜାର ପକ୍ଷରୁ ଭୁବନେଶ୍ୱରରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ଆରମ୍ଭ ହୋଇଛି। ୟୁନାଇଟେଡ ନେଶନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଡିପି) ଏବଂ ହିନ୍ଦୁସ୍ତାନ କୋକାକୋଲା ବେଭେରେଜସ୍‌ ପ୍ରାଇଭେଟ ଲିମିଟେଡର ମିଳିତ ସହଯୋଗରେ ରାଜଧାନୀରେ ପ୍ଲାଷ୍ଟିକର ଠିକ ବ୍ୟବହାର, ପୃଥକୀକରଣ ଏବଂ ପରିଚାଳନା ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ, ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବରିଷ୍ଠ ବୈଜ୍ଞାନିକ ବି.କେ. ନାୟକ, ୟୁଏନ୍‌ଡିପିର ଡେପୁଟି ରେସିଡେନ୍ସ ରିପ୍ରେଜେଣ୍ଟେଟିଭ ନାଦିଆ ରସିଦ, ଡେପୁଟି ଡାଇରେକ୍ଟର ରାକେଶ କୁମାରଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ ହୋଇଯାଇଛି। ଉକ୍ତ ଅଭିଯାନ ଆସନ୍ତା ୨୪ ତାରିଖ ଯାଏ ଚାଲିବ। ଦେଶର ୨୦ଟି ସହରରେ ୟୁଏନ୍‌ଡିପି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଭୁବନେଶ୍ୱର ବିଗ୍‌ବଜାର ଏହାକୁ ଅଗ୍ରସର କରାଇବ। ଦେଶର ୫୦ ସହରରୁ ୮୫ ହଜାର ମେଟ୍ରିକ ଟନ୍‌ ପ୍ଳାଷ୍ଟିକ ବର୍ଜ୍ୟ ଉକ୍ତ ଅଭିଯାନ ଦ୍ୱାରା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନେଇ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ୟୁଏନ୍‌ଡିପିର ଇଣ୍ଡିଆନ ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ ଶୋକା ନାଡା କହିଛନ୍ତି। ୟୁଏନ୍‌ଡିପି, ବିଏମ୍‌ସି ଏବଂ ଏଚ୍‌ସିସିବିଏଲ୍‌ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଭାଗ ନେଇ ଅତ୍ୟନ୍ତ ଖୁସି ବୋଲି ବିଗ୍‌ବଜାରର ଇଷ୍ଟ ଜୋନ ସିଇଓ ମନୀଷ ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri