ବିଗିଡ଼ିବ ବଜେଟର ସମ୍ପୂର୍ଣ୍ଣ ଗଣିତ

 

ନୂଆଦିଲ୍ଲୀ, ୭।୪: କରୋନା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ଭାରତରେ ୨୧ ଦିନିଆ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ ଠପ୍‌ ହୋଇ ଯାଇଛି। ଏଭଳି ସ୍ଥିତି ଭାରତ ସାମ୍ନା କରିବ ବୋଲି ୨ ମାସ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିବା ବେଳେ କେବେ ଚିନ୍ତା କରି ନ ଥିବେ। ୨ ମାସରେ ଏଭଳି ଏକ ଜଟିଳ ସ୍ଥିତି ଆସିବ ଏବଂ ବଜେଟର ସମ୍ପୂର୍ଣ୍ଣ ଗଣିତ ବଦଳିଯିବ କେହି କେବେ ଭାବିନ ଥିଲେ। ଏଭଳି ସ୍ଥିତିରେ ସରକାରଙ୍କୁ ପୁଣି ଥରେ ନିଜର ଖର୍ଚ୍ଚ ଏବଂ ପ୍ରାଥମିକତାକୁ ବିଚାର କରିବାକୁ ହେବ। ବଜେଟରେ ସରକାର ଯେଉଁ ସବୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ଏବେ ତାର ପ୍ରାସଙ୍ଗିକତା ବଦଳି ଯାଇଛି। କରୋନା କବଳିତ ଅର୍ଥ ବ୍ୟବସ୍ଥା ଉପରେ ରହିଥିବା କଳାବାଦଲକୁ ହଟାଇ ଦେଶକୁ ଏକ ନୂଆ ଦିଗନ୍ତ ଦେବା ସରକାରଙ୍କ ପ୍ରାଥମିକତା ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି।
ପୁଣି ଥରେ ପ୍ୟାକେଜ ଆସିବ
କରୋନା ଯୋଗୁ ଦେଶର ସାଧାରଣ ଲୋକମାନେ ଯେଭଳି ପ୍ରଭାବିତ ନ ହୁଅନ୍ତି ତାକୁ ଧ୍ୟାନରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିକଟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏବେ ୨୧ ଦିନିଆ ଲକ୍‌ଡାଉନ ପାଇଁ ସାରା ଦେଶ ସାମ୍ନା କରୁଥିବା ସମସ୍ୟାକୁ ଏବେ ସରକାର ନଜରରେ ରଖିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ଆଉ ଏକ ବୁଷ୍ଟର ପ୍ୟାକେଜ ଆଣିବା ଦିଗରେ ଅର୍ଥମନ୍ତ୍ରଣାଳୟ ବିଚାର କରୁଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ନିଯୁକ୍ତି ଉପରେ ସଙ୍କଟ
କରୋନା ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଚାପରେ ରହିଥିବା ବେଳେ କମ୍ପାନୀଗୁଡିକ ଏବେ ବନ୍ଦ ପାଇଁ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଆଗାମୀ ଦିନଗୁଡିକରେ ଦେଶରେ ନିଯୁକ୍ତି ସଙ୍କଟ ଦେଖା ଦେବା ନେଇ ଶିଳ୍ପ ପକ୍ଷରୁ ଆଶଙ୍କା ପ୍ରକଟ କରାଯାଇଛି। ଶିଳ୍ପ ସଂଘ ସିଆଇଆଇ ତଥ୍ୟ ମୁତାବକ ଘରୋଇ କମ୍ପାନୀଗୁଡିକର ଆୟ ଏବଂ ଲାଭ କ୍ଷତି ଗ୍ରସ୍ତ ହେବା ଯୋଗୁ ଏହାର ପ୍ରଭାବ ଦେଶର ଅଭିବୃଦ୍ଧି ଉପରେ ପଡିବ। ଏଥି ପାଇଁ ପ୍ରାୟ ୫୨% ନିଯୁକ୍ତି ସଙ୍କଟ ସ୍ଥିତିକୁ ଆସିପାରେ ବୋଲି ଆକଳନ କରାଯାଇଛି। ସର୍ଭେ ଅନୁସାରେ ଲକ୍‌ଡାଉନ ଉପରେ ୪୭% କମ୍ପାନୀ ୧୫% ଚାକିରି କାଟ କରିପାରନ୍ତି। ସେହିଭଳି ୩୨% କମ୍ପାନୀ ୧୫ରୁ ୩୦% ନିଯୁକ୍ତି ହ୍ରାସ କରିପାରନ୍ତି ବୋଲି ଆକଳନରେ କୁହାଯାଇଛି।
କମିପାରେ କମ୍ପାନୀଙ୍କ ଆୟ
ସର୍ବେକ୍ଷଣ ଅନୁୟାୟୀ, ଗତ ତ୍ରୈମାସ ଏବଂ ଚଳିତ ତ୍ରୈମାସରେ ଅଧିକାଂଶ କମ୍ପାନୀଙ୍କ ଆୟ ୧୦%ରୁ ଅଧିକ ହ୍ରାସ ହେବାର ଆଶଙ୍କା କରାଯାଇଛି। ଏହି ସମୟରେ କମ୍ପାନୀଗୁଡିକର ଅନେକ ପରିମାଣରେ ହ୍ରାସ ହେବ ବୋଲି ପୂର୍ବାନୁମାନ କରାଯାଇଛି।
କମିଯିବ ବିକାଶ ହାର
ପ୍ରମୁଖ ରେଟିଂ ଏଜେନ୍ସିଗୁଡିକ ଭାରତର ବିକାଶ ହାର ପୂର୍ବାନୁମାନକୁ ଏବେ ପୂର୍ବାପେକ୍ଷା କମାଇ ଦେଇଛନ୍ତି। ଏହି ସମୟରେ ଭାରତର ବିକାଶ ହାର ୨ରୁ ୩% ରହିବ ବୋଲି ଏଜେନ୍ସିଗୁଡିକ କହିଛନ୍ତି। କ୍ରେଡିଟ ରେଟିଂ ଏଜେନ୍ସି ଫିଚ୍‌ ରେଟିଂ ଭାରତର ବିକାଶ ହାର ଅନୁମାନକୁ ୨% କରିଛି। ଏହା ୩୦ ବର୍ଷର ସର୍ବନିମ୍ନ ବୋଲି କୁହାଯାଇଛି। ବିକାଶ ହାର ୫.୧% ରହିବ ବୋଲି ଏହା ପୂର୍ବରୁ ଫିଚ୍‌ କହିଥିଲା। କରୋନାର ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡିଥିବାରୁ ସ୍ଥିତି ବିଗିଡି ଯାଇଛି। କରୋନା ବଢି ଚାଲିଥିବାରୁ ଲକ୍‌ଡାଉନ ଏତେ ଶୀଘ୍ର ହଟିବ ନ ପାରେ ବୋଲି କେହି କେହି ବିଶେଷଜ୍ଞ ମତ ରଖିଛନ୍ତି।
୧୦୦ ବିଲିୟନ ଡଲାର କ୍ଷତି ଆଶଙ୍କା
୨୧ ଦିନର ଲକ୍‌ଡାଉନ ଲାଗି ଅର୍ଥ ବ୍ୟବସ୍ଥା କମ୍‌ ସେ କମ୍‌ ୧୦୦ ବିଲିୟନ ଡଲାର କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି। କରୋନା ମାମଲା ଦିନକୁ ଦିନ ବଢୁଥିବାରୁ ଯଦି ସ୍ଥିତି ଆହୁରି ବିଗିଡେ ତେବେ ଲକ୍‌ଡାଉନ ଶୀଘ୍ର ଉଡି ନ ପାରେ। ଲକ୍‌ଡାଉନ ଅବଧି ବଢିଲେ ଦେଶର ଅର୍ଥ ବ୍ୟବସ୍ଥା ସ୍ଥିତି ଆହୁରି ବିଗିଡିବ ବୋଲି କୁହାଯାଉଛି।
ଲଗାତର କମୁଛି ସରକାରଙ୍କ ଆୟ
ଗୋଟିଏ ପଟେ ସରକାର ଅର୍ଥ ବ୍ୟବସ୍ଥା ଲାଗି ପ୍ରାଥମିକ ପ୍ୟାକେଜ ଘୋଷଣା କରିଥିବା ବେଳେ ଅନ୍ୟ ପଟେ ରାଜସ୍ବ ଆଦାୟରେ ଲଗାତର ହ୍ରାସ ପରିଲକ୍ଷିତ ହେଉଛି। ଜାନୁୟାରୀ ୨୦୨୦ରେ ଜିଏସ୍‌ଟି ସଂଗ୍ରହ ୧.୧୦ ଲକ୍ଷ କୋଟି ରହିଥିଲା। ଏହା ଫେବୃୟାରୀରେ ୧.୦୫ ଲକ୍ଷ କୋଟି ଟଙ୍କାକୁ ଖସିଛି। ମାର୍ଚ୍ଚରେ ଜିଏସ୍‌ଟି ସଂଗ୍ରହ ହ୍ରାସ ଘଟି ୯୭,୫୯୭ କୋଟି ରହିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିକୁ ବିଚାର କଲେ ଏହା ଏପ୍ରିଲରେ ଆହୁରି କମିବା ନେଇ ଆଶଙ୍କା କରାଯାଉଛି।
ପରିବର୍ତ୍ତନ ହେଲା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ
ପୂର୍ବ ଥରର ୨ ବଜେଟ ତୁଳନାରେ ବିତ୍ତୀୟ ନିଅଣ୍ଟକୁ କମ୍‌ କରିବା ନେଇ ସରକାର ଲକ୍ଷ୍ୟ ରଖିଥିଲେ। ୨୦୧୯-୨୦ରେ ଧାର୍ଯ୍ୟ ଲକ୍ଷ୍ୟ ୩.୩% ରହିଥିବା ବେଳେ ଏହା ପ୍ରକୃତ ପକ୍ଷେ ୩.୮% ରହିଲା। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଏହା ୩.୫% ରଖିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସରକାରଙ୍କ ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି ଚଳିତ ଆର୍ଥତ୍କ ବର୍ଷରେ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ୨ ଲକ୍ଷ କୋଟି ଟଙ୍କା ରଖାଯାଇଛି। ଏହି ଯୋଜନା ଅଧୀନ ଏଲ୍‌ଆଇସିର ଆଇପିଓ ଜାରି କରାଯିବ। ଏହା ଦ୍ୱାରା ସରକାର ୫୦ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଣ କରିବା ନେଇ ଲକ୍ଷ୍ୟ ରଖଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି।
ଜିଡିପିର ଅଧା ସରକାରଙ୍କ କରଜ
ବିତ୍ତୀୟ ନିଅଣ୍ଟ ଉପରେ ନଜର ଦେଲେ ଜାଣି ପାରିବା ଯେ ଏହା ଲଗାତାର ଭାବେ ବଢି ଚାଲିଛି। ୨୦୧୯-୨୦ରେ ସରକାରଙ୍କ ମୋଟ ଋଣ ପରିମାଣ ପ୍ରାୟ ୭.୧ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୨୦-୨୧ରେ ଏହି ଲକ୍ଷ୍ୟ ୭.୮ ଲକ୍ଷ କୋଟି ଟଙ୍କା ରଖାଯାଇଛି। ଏହା ଦେଶର ଜିଡିପିର ପ୍ରାୟ ୫୦% ହେବ। କରୋନାର ପ୍ରଭାବ ଯେତେ ବ୍ୟାପକ ହେବ ଋଣ ପରିମାଣ ବଢିବ ବୋଲି ଆଶଙ୍କା କରାଯାଇଛି। ଏଭଳି ସ୍ଥିତିରେ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା କଷ୍ଟକର ବ୍ୟାପାର ବୋଲି ବଜାର ବିଶେଷଜ୍ଞ କହିଛନ୍ତି।
ଏଜିଆର୍‌ ବାବଦକୁ ଆସିଛି ୨୭ ହଜାର କୋଟି
ଟେଲିକମ୍‌ କମ୍ପାନୀଗୁଡିକଠାରୁ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ ବାବଦ ସରକାର ୨୭ ହଜାର କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏହି ଅର୍ଥ ମଧ୍ୟରୁ ଏୟାରଟେଲ ୧୮ ହଜାର କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଭୋଡାଫୋନ ୭ ହଜାର କୋଟି, ଟାଟା ଟେଲି ସର୍ଭିସେସ ୨୨୦୦ କୋଟି ପ୍ରଦାନ କରିଛନ୍ତି। ଏହବାଦ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ ସମେତ ୫ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ବିକ୍ରି ନେଇ ନିଷ୍ପତ୍ତି ନିଆଯାଇଛି। ମାତ୍ର କରୋନା ପ୍ରଭାବ ଏହି ଖୁସି ଉପରେ ଭାରି ପଡିଯିବ।
ପୁଣି ପ୍ରାଥମିକତା ବିଚାର କରିବେ ସରକାର
ସରକାର ବଜେଟରେ ଯେଉଁ ଘୋଷଣା କରିଥିଲେ ଏବେ ତାର ପ୍ରାସଙ୍ଗିକତା କମିଛି। କରୋନା ପ୍ରଭାବ ପାଇଁ ସରକାର ପୁଣି ଥରେ ନିଜର ପ୍ରାଥମିକତା ଚୟନ କରିବାକୁ ପଡିବ। ଆୟକୁ ନଜରରେ ରଖି ବ୍ୟୟ ଉପରେ ଧ୍ୟାନ ରଖିବାକୁ ହେବ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri