ବିକ୍ଷୋଭ ପରେ ଘୁଞ୍ଚିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା

ଭୁବନେଶ୍ୱର, ୯।୬(ବ୍ୟୁରୋ): ଛାତ୍ରୀଙ୍କ ବିକ୍ଷୋଭ ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଦାବିକୁ ଦୃଷ୍ଟିରେ ରଖି କୁଳପତିଙ୍କ ଅନୁମୋଦନକ୍ରମେ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। ଆପାତତଃ ଜୁଲାଇ ଦ୍ୱିତୀୟ ସପ୍ତାହରୁ ଏହି ପରୀକ୍ଷା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କିତ ସରକାରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯିବ। ପରୀକ୍ଷା କାର୍ଯ୍ୟସୂଚୀ ସଂକ୍ରାନ୍ତରେ ଛାତ୍ରୀମାନଙ୍କୁ ଜଣାଇଦିଆଯିବ। ଛାତ୍ରୀଙ୍କ ସୁବିଧା ଓ ନିରାପତ୍ତାକୁ ବିଶ୍ୱବିଦ୍ୟାଳୟ ପ୍ରାଥମିକତା ଦିଏ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ଜୁନ୍‌ ୨୫ରୁ ଜୁଲାଇ ୩ ପର୍ଯ୍ୟନ୍ତ ଥିଓରି ଓ ଜୁଲାଇ ୪ରୁ ୯ ତାରିଖ ପର୍ଯ୍ୟନ୍ତ ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରାକ୍ଟିକାଲ ପରୀକ୍ଷା ହୋଇଥାଆନ୍ତା। କିନ୍ତୁ ଛାତ୍ରୀମାନେ ଏହାର ପ୍ରତିବାଦ କରି ସୋମବାର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ରାଜ୍ୟର ସମସ୍ତ କଲେଜରେ ଯେଉଁଦିନ ଅନୁଷ୍ଠିତ ହେବ ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ସେହିଦିନ ହେବ ବୋଲି କୁଳପତି ପୂର୍ବରୁ କହିଥିଲେ। ଯାହାକୁ ଛାତ୍ରୀମାନେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

ଚାଞ୍ଚଲ୍ୟ: ସତସଙ୍ଗ ବିହାର ପାର୍କ ନିକଟରେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର,୨୦ା୨: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପ୍ରହରରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ୱର ସତସଙ୍ଗ ବିହାର ପାର୍କ ନିକଟରେ ଘଟିଥିବା ଏହି…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri