ବିକାଶ କାର୍ଯ୍ୟରେ କରୋନା ବାଧକ

ପୁରୀ ଅଫିସ, ୭ା୫: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ସୁବିଧା। ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ, ହ୍ରଦ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ଆଦି କରାଯିବ। ତେବେ ଏଥିରେ ବାଧକ ସାଜିଛି ମହାମାରୀ କରୋନା। ମାର୍ଚ୍ଚ ୧୫ ତାରିଖରୁ ପୁରୀର ବିକାଶମୂଳକ କାର୍ଯ୍ୟ ଅଟକି ଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ହେଉ କି ସ୍ବର୍ଗଦ୍ୱାର ଆଧୁନିକୀକରଣ ଅବା ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ୭ ମେଗା ପ୍ରକଳ୍ପ କାର୍ଯ୍ୟ ସବୁଥିରେ ତାଲା ପକାଇଦେଇଛି କରୋନା।
ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଲାଗି ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ଏବଂ ସ୍ବର୍ଗଦ୍ୱାରର ନବୀକରଣ ପାଇଁ କାମ ଆରମ୍ଭ ହୋଇଥିଲା। ହେଲେ ଏହିସବୁ କାର୍ଯ୍ୟ ଏବେ ବନ୍ଦ ରହିଛି। ଗତ ଜାନୁୟାରୀ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ୭ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଅନ୍ୟପକ୍ଷରେ ପୁରୀର ବିକାଶ ପାଇଁ ଅବଢା ଯୋଜନାରେ ୩,୨୦୮ କୋଟି ଟଙ୍କାର ଅନୁଦାନକୁ କ୍ୟାବିନେଟ ମଞ୍ଜୁର କରିଥିଲା। ୩ବର୍ଷ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ୭୧୯ କୋଟି, ୨୦୨୦-୨୧ରେ ୧୪୦୨ କୋଟି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସ୍ଥିର ହୋଇଥିଲା। ପୁରୀର ବିକାଶ ପାଇଁ କେତେକ ପ୍ରକଳ୍ପର ଜମି ଗ୍ରହଣ ଚାଲିଥିଲାବେଳେ ତାହା ଏବେ ବନ୍ଦ ରହିଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶ୍ରୀସେତୁ ହେଉଛି ଅନ୍ୟତମ। ପୁରୀ -ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ବାଇପାସ୍‌ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲିଗ୍ରିମ ସେଣ୍ଟରକୁ ଶ୍ରୀସେତୁ ଦ୍ୱାରା ସଂଯୋଗ କରାଯିବ। ଅବଢା ଯୋଜନାରେ ନିର୍ମାଣ ହେବାକୁ ଥିବା ରାଜ୍ୟର ଏହି ପ୍ରଥମ ଟ୍ରମ୍ପେଟ ସେତୁ ପାଇଁ ୧୮୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାସ୍ତା ଓ ବ୍ରିଜ୍‌ର ଲମ୍ବ ପ୍ରାୟ ୨.୩ କିମି ହେବ। ସେହିପରି ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ୬ ମହଲା ବିଶିଷ୍ଟ ପିଲିଗ୍ରିମ୍‌ ସେଣ୍ଟର ବା ତୀର୍ଥଯାତ୍ରୀ କେନ୍ଦ୍ର ତିଆରି କରାଯିବ। ଏଠାରେ ବହୁମୁଖୀ ପାର୍କିଂ, ଧ୍ୟାନକେନ୍ଦ୍ର, ମଲ୍ଟି ମୋଡାଲ ହବ୍‌, ଜନ ସୁବିଧା କେନ୍ଦ୍ର ନିର୍ମାଣ ହେବ। ଅବଢା ଯୋଜନାରେ ଏଥିପାଇଁ ପ୍ରାୟ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମେଡିକାଲ ଛକସ୍ଥିତ ପୁରୁଣା ଜେଲ୍‌ରୋଡ ପରିସରରେ ୪ମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ ତିଆରି କରାଯିବ। ଏଥିସହ ୩୫୦ ଭେଣ୍ଡିଂ ଆଉଟ୍‌ଲେଟ ରହିବ। ଏ ବାବଦରେ ୯୦ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସରେ ବେସ୍‌ମେଣ୍ଟ ଏବଂ ଗ୍ରାଉଣ୍ଡ ଫ୍ଲୋର ମିଶାଇ ୫ ମହଲା ବିଶିଷ୍ଟ କୋଠା ତିଆରି ହେବ। ଏଠାରେ ୫୦୦ ଦୋକାନ ଘର ଓ ୧୦୦ କାର ପାର୍କିଂ ସୁବିଧା, ୩୦୦ କିଲୋୱାଟ୍‌ର ରୁଫ୍‌ଟଫ୍‌ ସୋଲାର ସିଷ୍ଟମ ରହିବ। ଏଥିପାଇଁ ୪୪କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।
କିନ୍ତୁ କରୋନା ପାଇଁ ଏହିସବୁ ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ। ସେହିପରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ମଧ୍ୟ ଅଟକି ରହିଛି। ସ୍ବର୍ଗଦ୍ୱାର ଆଧୁନିକୀକରଣ ପାଇଁ ମାପଚୁପ ଓ ଭୂମିପୂଜା ସରିଥିଲା। କାମ ଆରମ୍ଭ ପରେ ପରେ ଏହା ଏବେ ବନ୍ଦ ରହିଛି। ଏସବୁ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁଙ୍କୁ ପଚାରିବାରେ କହିଛନ୍ତି, କରୋନା କଟକଣା ପାଇଁ ପୁରୀର ଅନେକ ବିକାଶମୂଳକ କାମ ଅଟକିଛି। କଟକଣା ହଟିବା ପରେ ସ୍ଥିତି ସ୍ବାଭାବିକ ହେଲେ ପୁଣି କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri