Posted inଜାତୀୟ

ବିଏସ୍‌ଏଫ୍‌ରେ ଯବାନ ଅଭାବ

ନୂଆଦିଲ୍ଲୀ, ୪ା୫: ୨୦୨୧ରେ ଆମେରିକା ଓ ଚାଇନା ପରେ ଭାରତର ପ୍ରତିରକ୍ଷା ବଜେଟ୍‌ ବିଶ୍ୱର ତୃତୀୟ ସର୍ବାଧିକ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନା ପଟୁ ଆସୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଆମଦାନୀ ବଢ଼ାଇବା ସହ ସ୍ବଦେଶୀ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ନିର୍ମାଣକୁ ଗୁରୁତ୍ୱ ଦେଉଛି। କିନ୍ତୁ ପାକିସ୍ତାନ ଓ ବାଂଲାଦେଶ ଭଳି ସମ୍ବେଦନଶୀଳ ବର୍ଡରରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ଯବାନ ଓ ଅନ୍ୟ ଅଧିକାରୀଙ୍କ ଅଭାବ ଉପୁଜିଛି। ଆବଶ୍ୟକତାଠାରୁ କର୍ତ୍ତବ୍ୟରତ ସୈନ୍ୟ ଓ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ଏହି ଅର୍ଦ୍ଧସାମରିକ ବାହିନୀ ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ଭିତରେ କାର୍ଯ୍ୟରେ ନିୟୋଜିତ କେହି କର୍ମଚାରୀ ଅସୁସ୍ଥ ହେଲେ ସମ୍ପୂର୍ଣ୍ଣ ୟୁନିଟ୍‌ ଉପରେ ଚାପ ପଡ଼ୁଥିବା ବିଏସ୍‌ଏଫ୍‌ ପକ୍ଷରୁ ଅଭିଯୋଗ ଆସିଛି। ଜଣେ ସୀମା ସୁରକ୍ଷା ବଳ ଅଧିକାରୀଙ୍କ କହିବା ମୁତାବକ, ପ୍ରତି ୟୁନିଟ୍‌ରେ ପ୍ରାୟ ୧୦୦ ଅଧିକାରୀ ଲୋ ମେଡିକାଲ କାଟାଗୋରୀ (ଏଲ୍‌ଏମ୍‌ସି)ରେ ଆସୁଛନ୍ତି। ଅର୍ଥାତ୍‌ ଏହି ବର୍ଗରେ ଥିବା ଯବାନ ତଥା ଅନ୍ୟ କର୍ମଚାରୀ ହାଇ ରିସ୍କ ଏରିଆ କିମ୍ବା ଅତି ବିପଦପୂର୍ଣ୍ଣ ସୀମାନ୍ତରେ ଚ୍ୟାଲେଞ୍ଜିଂ ଅପରେଶନ କରିବା ପାଇଁ ଶାରୀରିକ ଦୃଷ୍ଟିରୁ ସକ୍ଷମ ନୁହନ୍ତି। ପ୍ରତ୍ୟେକ ବିଏସ୍‌ଏଫ୍‌ ୟୁନିଟ୍‌ରେ ୧,୨୧୦ କର୍ମଚାରୀ ରହିଛନ୍ତି। ବିଏସ୍‌ଏଫ୍‌ରେ ପ୍ରାୟ ୨୦ ହଜାର ପଦବୀ ଖାଲି ପଡ଼ିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ତଥ୍ୟ ହେଉଛି, ଅଫିସର ର଼୍ୟାଙ୍କଠାରୁ ତଳସ୍ତରର କର୍ମଚାରୀଙ୍କ ଅଭାବ ସଂଖ୍ୟା ଅଧିକ। ସେମାନେ ସିକ୍ୟୁରିଟି ନେଟ୍‌ର ପ୍ରମୁଖ ଅଙ୍ଗ। ପର୍ଯ୍ୟବେକ୍ଷକ ଭାବେ ପ୍ରଥମ ସ୍ତରରେ ହେଡ୍‌ କନଷ୍ଟେବଳ ରହିଥାନ୍ତି। ପରେ ଏଏସ୍‌ଆଇ, ଏସ୍‌ଆଇ, ଇନ୍ସପେକ୍ଟର ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁପରଭାଇଜର ଭୂମିକା ନେଇଥାନ୍ତି। କିନ୍ତୁ ଏହି ସ୍ତରରେ ବହୁ ଅଧିକାରୀ ପଦବୀ ଖାଲି ପଡ଼ିଛି। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ବିଏସ୍‌ଏଫ୍‌ କର୍ତ୍ତୃପକ୍ଷ ଭଲଭାବେ ଅବଗତ ବୋଲି ସମ୍ପୃକ୍ତ ଅଫିସର ଜଣକ କହିଛନ୍ତି। ପ୍ରବେଶ ସ୍ତରରେ କନଷ୍ଟେବଳମାନଙ୍କୁ ପ୍ରଥମ ପ୍ରମୋଶନ ପାଇବା ନିମନ୍ତେ ୨୦ ବର୍ଷରୁ ଅଧିକ ସମୟ ଲାଗିଯାଉଛି। ଏହି ଅସୁବିଧା ବିଏସ୍‌ଏଫ୍‌ର ପ୍ରତ୍ୟେକ ର଼୍ୟାଙ୍କରେ ରହିଛି। ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଏକ ‘ଦରବାର୍‌’ ଡାକି କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟୁଥିଲେ। କିନ୍ତୁ କରୋନା ମହାମାରୀ ପରଠାରୁ ତାହା ମଧ୍ୟ ବନ୍ଦ ହୋଇଯାଇଛି। କେବଳ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟାଳୟ ସ୍ତରରେ ଅନୌପଚାରିକ ଭାବେ ବୈଠକ ବସୁଥିବା ଜଣାପଡ଼ିଛି।

ବିଏସ୍‌ଏଫ୍‌ରେ ୧୯୦ ବାଟାଲିୟନ ରହିଛି। ୫,୫୦୦ ଅଧିକାରୀ ଗ୍ରୁପ୍‌ ‘ଏ’ରେ ଥିବାବେଳେ ଗ୍ରୁପ୍‌ ‘ବି’ ଏବଂ ‘ସି’ରେ ପ୍ରାୟ ୨.୫ ଲକ୍ଷ କର୍ମଚାରୀ ରହିଛନ୍ତି। ଏଥିସହ ବିଏସ୍‌ଏଫ୍‌ରେ ସହକର୍ମୀଙ୍କୁ ହତ୍ୟା କରିବା ଭଳି ଘଟଣା ମଧ୍ୟ ଅନେକ ସମୟରେ ଘଟୁଛି। ୨୦୨୧ରେ ଏଭଳି ୨ଟି ମାମଲା ସାମ୍‌ନାକୁ ଆସିଥିବାବେଳେ ଚଳିତ ବର୍ଷ ଅଦ୍ୟାବଧି ଏପରି ୫ ଘଟଣା ଘଟିସାରିଲାଣି। ପଡ଼ୋଶୀ ପାକିସ୍ତାନ ଓ ଚାଇନା ସଂଲଗ୍ନ ସୀମାରେ ଭାରତୀୟ ଯବାନମାନେ ପ୍ରତିପକ୍ଷଙ୍କ ସହ ମୁହାଁମୁହିଁ ହେଉଥିବାବେଳେ ବିଏସ୍‌ଏଫ୍‌ରେ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ସାମରିକ ବଳର ଦୁର୍ବଳତାକୁ ପଦାକୁ ଆଣୁଛି।


Enter your email to get our daily news in your inbox.

All Right Reserved By Dharitri.Com

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଅଡ଼ୁଆରେ ମୋହନ ସରକାର: ତରବରିଆ ନିଷ୍ପତ୍ତି ବଢାଇଲା ଟେନ୍‌ସନ୍‌

ଭୁବନେଶ୍ୱର,୧୯।୧୨(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବଢ଼ାଇବା ପାଇଁ ଯେଉଁ ବିଧେୟକ ଗୃହୀତ କରିଥିଲେ ତାହା...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ବାଂଲାଦେଶ ହିଂସାରେ ଖବରଦାତାଙ୍କ ମୃତ୍ୟୁ, ୪ ପୋଲିସ କର୍ମଚାରୀ ଆହତ: ଆଡଭାଇଜରୀ ଜାରି କଲା ଭାରତ

ଢାକା,୧୯।୧୨: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଢାକାରେ ଜନସାଧାରଣଙ୍କ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଭାଜପା ପରେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି

ଭୁବନେଶ୍ବର,୧୯ା୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri