ନୂଆଦିଲ୍ଲୀ,୧୫-୬ : ହିରୋ ମୋଟୋକର୍ପ ଦେଶର ପ୍ରଥମ କମ୍ପାନୀ ଭାବେ ଏହାର ଦୁଇ ଚକିଆ ଯାନ ଲାଗି ବିଏସ୍-୬ ପ୍ରମାଣପତ୍ର ଲାଭ କରିଛି। କମ୍ପାନୀର ସ୍ପ୍ଲେଣ୍ଡର ଆଇସ୍ମାର୍ଟ ମୋଟର ସାଇକେଲ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଅଟୋମୋଟିଭ ଟେକ୍ନୋଲୋଜି ପକ୍ଷରୁ ଟାଇପ ଆପ୍ରୁଭାଲ ପ୍ରମାଣପତ୍ର ଲାଭ କରିଛି। କମ୍ପାନୀର ଏହି ମଡେଲ ବିଏସ୍-୬ ନିର୍ଗମନ ନିୟମ ଅନୁପାଳନ ପରିକ୍ଷାରେ ସଫଳ ହୋଇଛି। ମଡେଲଟିକୁ କମ୍ପାନୀର ଗବେଷଣା ଏବଂ ଉନ୍ନତିକରଣ ହବ ସେଣ୍ଟର ଅଫ୍ ଇନୋଭେଶନ ଏବଂ ଟେକ୍ନୋଲୋଜି(ଆଇସିଏଟି) ଜୟପୁର ଠାରେ ପ୍ରସ୍ତୁତ କରାଯାଇଛି। ଏହି ପ୍ରମାଣପତ୍ର ଲାଗି ଆଇସିଏଟି ନିର୍ଦ୍ଦେଶକ ଦିନେଶ ତ୍ୟାଗୀ ହିରୋ ମୋଟୋକର୍ପକୁ ଶୁଭେଚ୍ଛା ଜଣାଇଛନ୍ତି।


