ବିଏମ୍‌ସିର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବିକୃତ ହେଉଛି ରାଜଧାନୀ

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ଏବେ ଦୈନିକ ୬୦୦ ମେଟ୍ରିକ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ବାହାରୁଛି। ବିଭିନ୍ନ ସ୍ଥାନରେ ଛୋଟବଡ଼ ଡଷ୍ଟବିନ୍‌ ରଖାଯାଇ ଆବର୍ଜନା ସଂଗ୍ରହ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଡଷ୍ଟବିନଗୁଡ଼ିକର ଦୟନୀୟ ସ୍ଥିତିକୁ ଦେଖିଲେ ବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନ ଉଠୁଛି । କେଉଁଠି ଡଷ୍ଟବିନ୍‌ ଉଭାନ ହୋଇଯାଇଥିବାବେଳେ ଅଳିଆ ଆବର୍ଜନା ରାସ୍ତାରେ ଜମା ହେଉଛି। ପୁଣି ଆଉ କେଉଁଠି ରହିଥିବା ଡଷ୍ଟବିନ୍‌ଗୁଡିକ ମଧ୍ୟରୁ କିଛି ଭାଙ୍ଗିଯାଇଥିବା ବେଳେ ଆଉ କେତେକ କଳଙ୍କି ଲାଗି ନଷ୍ଟ ହୋଇଯାଇଛି। ଡଷ୍ଟବିନ୍‌ଗୁଡିକର ତଳ ଓ ପାର୍ଶ୍ୱ ଅଂଶ ମେଲା ହୋଇ ରହିଥିବାରୁ ଅଳିଆ ଆବର୍ଜନାଗୁଡିକ ତଳକୁ ଖସି ଦୁର୍ଗନ୍ଧ ହେଉଛି। ସହରର ଏପରି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପ୍ରତି ବିଏମ୍‌ସି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖିବନ୍ଦ କରିଦେଇଥିବା ଭଳି ମନେ ହେଉଛି। କର୍ତ୍ତୃପକ୍ଷଙ୍କ ଏଭଳି ଆଭିମୁଖ୍ୟ ପାଇଁ ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବିକୃତ ହେବାରେ ଲାଗିଛି ।

ଯୋଜନା କେବଳ କାଗଜକଲମରେ
ସ୍ବଚ୍ଛତାକୁ ନେଇ ବିଏମ୍‌ସିର ଯୋଜନା କମ୍‌ ନାହିଁ। ହେଲେ କାର୍ଯ୍ୟକାରିତା କେବଳ କାଗଜ କଲମରେ ସୀମିତ ରହୁଥିବାରୁ ଆରମ୍ଭରୁ ଉତ୍ସାହିତ ହୋଇପଡୁଥିବା ଅଧିକାରୀମାନେ କିଛିଦିନ ପରେ ପୂରା ଶୋଇପଡୁଛନ୍ତି। ଦେଶର ନଂ.୧ ସ୍ମାର୍ଟସିଟି ଭୁବନେଶ୍ୱର ବର୍ତ୍ତମାନ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ୨୪୯ ନମ୍ବର ସ୍ଥାନରେ ରହିଛି। ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶୁନି କିମ୍ବା ଅଳିଆ ସଫା ଦାୟିତ୍ୱରେ ଥିବା ଠିକା ସଂସ୍ଥା କ’ଣ କରୁଛି ତାହା ତଦାରଖ କରିବାକୁ ମନ ବଳାଉନି। ଫଳରେ ସହର ସାରା ଯୁଆଡ଼େ ଦେଖିବ ଅଳିଆ ଆବର୍ଜନା ପଡ଼ିରହୁଛି। ବିଭିନ୍ନ ୱାର୍ଡ ଓ ବଜାରରେ ରଖାଯାଇଥିବା ଡଷ୍ଟବିନର ବିକଳାଙ୍ଗ ଅବସ୍ଥା ଦେଖିଲେ ମନେ ହେଉଛି ସ୍ମାର୍ଟସିଟିରେ ବି କଳଙ୍କି ଲାଗି ଯାଇଛି।
ବିଏମ୍‌ସିରୁ ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ଭୁବନେଶ୍ୱରରେ ୧୨୦ ଲିଟର ୫ଟି, ୨୪୦ ଲିଟର ୭୪୨ଟି, ୧୧ଶହ ଲିଟର ୯୫୩ଟି, ୫ଶହ ଲିଟର ୭ଟି, ୩ଶହ ୫୦ ଲିଟର ୨୩୦ଟି ଡଷ୍ଟବିନ୍‌ ରହିଛି। ଏହାବାଦ୍‌ ରାସ୍ତାପାର୍ଶ୍ୱରେ ଛୋଟ ଛୋଟ ୧୮ଶହଟି ଡଷ୍ଟବିନ ରହିଛି। ସେହିଭଳି କିଛିଦିନ ତଳେ ୫୦ଟି ଅଣ୍ଡରଗ୍ରାଉଣ୍ଡ୍‌ ଡଷ୍ଟବିନ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି। ଏତେ ସଂଖ୍ୟକ ଡଷ୍ଟବିନ୍‌ ସତ୍ତ୍ୱେ କାହିଁକି ରାସ୍ତାକଡ଼, କଲୋନୀ ଓ ବଜାରରେ କୁଢ଼କୁଢ଼ ଅଳିଆ ବାହାରେ ପଡ଼ି ରହୁଥିବା ଦେଖିବାକୁ ମିଳୁଛି। ହସ୍ତଗତ ରିପୋର୍ଟ ଅନୁସାରେ, ବିଏମ୍‌ସି ଠିକ୍‌ ଭାବେ ପରିଚାଳନା କରୁ ନ ଥିବାରୁ ଏସବୁ ଡଷ୍ଟବିନ ମଧ୍ୟରୁ ଅଧିକାଂଶ ଭାଙ୍ଗି ଯାଇଥିବାବେଳେ ଆଉକିଛି ଉଭାନ ହୋଇଯାଇଛି।
ଖୋଲା ଗାଡ଼ିରେ ବୁହାହେଉଛି ଅଳିଆ
ଟ୍ରକ କିମ୍ବା ଟ୍ରାକ୍ଟରରେ ଆବର୍ଜନା ସ୍ଥାନାନ୍ତର ସମୟରେ ଉପରେ ପାଲ କିମ୍ବା ଅନ୍ୟ କିଛି ଘୋଡ଼େଇ ନେବାକୁ ଠିକାସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ରହିଛି। ମାତ୍ର ଖୋଲା ଗାଡ଼ିରେ ଅଳିଆ ଆବର୍ଜନା ବୁହାଯାଉଥିବାରୁ ତାହା ରାସ୍ତା ଖସିପଡ଼ିବା ସହ ଦୁର୍ଘଟଣା ଓ ଦୁର୍ଗନ୍ଧର କାରଣ ହେଉଛି। ସହରରେ ପ୍ରତିଦିନ ଏଭଳି ଚିତ୍ର ଦେଖିବାକୁ ମିଳୁଥିବାବେଳେ ରାସ୍ତାରେ ଯାଉଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri