ବିଏମ୍‌ସି ଘେରିବେ ବାଦ୍‌ପଡ଼ିଥିବା ଉଠାଦୋକାନୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ବାତ୍ୟା ‘ଫନୀ’ରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀର ଉଠା ଦୋକାନୀଙ୍କୁ ସହାୟତା ରାଶି ବଣ୍ଟନରେ ଆରମ୍ଭରୁ କେଁ ସୃଷ୍ଟି ହୋଇଛି। ଉଠାଦୋକାନୀଙ୍କ ୨୦୧୫ ସର୍ଭେରେ ମୋଟ ୨୧ହଜାର ୪୮୩ ଜଣ ଦୋକାନୀ ସାମିଲ ଥିବାବେଳେ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଫନୀ ସହାୟତା ରାଶି କେବଳ ୧୧ହଜାର ୩୪୮ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଘୋଷଣା କରିଛି। ଫଳରେ ଏବେ ସହାୟତା ରାଶି ପାଇବାରୁ ବଞ୍ଚତ୍ତ ହେଉଥିବା ଉଠାଦୋକାନୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦିନକୁ ଦିନ ବିବାଦ ତେଜୁଥିବାବେଳେ ଆଗାମୀ ଦିନରେ ସହାୟତା ପାଇବାରୁ ବାଦ୍‌ ପଡୁଥିବା ଉଠାଦୋକାନୀମାନେ ବିଏମ୍‌ସି କାର୍ଯ୍ୟାଳୟ ଘେରିବେ ବୋଲି ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କ ପାଇଁ ଫନୀ ସହାୟତା ବାବଦକୁ ୧୦ହଜାର ଟଙ୍କା ଲେଖାଏ ଘୋଷଣା କରିଥିଲେ। ଏହାପରେ ବିଏମ୍‌ସି ୨୦୧୫ ସର୍ଭେକୁ ଆଧାର କରି ସହାୟତା ରାଶି ପ୍ରଦାନ କରିବ ବୋଲି କହିଥିଲା। ହେଲେ ବର୍ତ୍ତମାନ ବିଏମ୍‌ସି ଦ୍ୱାରା ପ୍ରକାଶିତ ଫନୀ ସହାୟତା ତାଲିକାରେ ସର୍ଭେରେ ଅନ୍ତର୍ଭୁକ୍ତ ହୋଇଥିବା ପାଖାପାଖି ୫୦% ଉଠାଦୋକାନୀଙ୍କ ନଁା ନ ଥିବା ଅଭିଯୋଗ ହୋଇଛି। ୟୁନିଟ ୩ ଅଞ୍ଚଳର ଉଠା ଦୋକାନୀ ନୀଳମଣି ସାହୁ କହିଛନ୍ତି, ଫନୀରେ ସମସ୍ତେ ପ୍ରଭାବିତ ହୋଇଛନ୍ତି, ତେଣୁ ସହୟତା ସମସ୍ତଙ୍କୁ ମିଳିବା କଥା। ହେଲେ ବିଏମ୍‌ସି କିଛି ବ୍ୟବସାୟୀଙ୍କୁ ସହାୟତା ଦେବ ବୋଲି ତାଲିକା ପ୍ରକାଶ କରିଛି। ଏହା ବାଦ୍‌ ପଡୁଥିବା ଉଠାଦୋକାନୀଙ୍କ ପାଇଁ ଅନ୍ୟାୟ। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ୨୦୧୫ରେ ଗଣତି ହୋଇଥିବା ଉଠା ଦୋକାନୀ ଓ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀଙ୍କୁ ଭିନ୍ନ ଭିନ୍ନ ଭାବେ ସର୍ଭେ କରାଯାଇଛି। ସହାୟତା ପାଇବାର ହକ୍‌ ଥିବା ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଛି। ସେଥିପାଇଁ ସହାୟତା ପ୍ରଦାନରେ ସାମାନ୍ୟ ବିଳମ୍ବ ହୋଇଗଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଫନୀ ସହାୟତା ପାଇବା ପାଇଁ ରାଶନ କାର୍ଡ ନ ଥିବା ଲୋକେ ତୁମ୍ବିତୋଫାନ କରିଥିଲେ। ଫଳରେ ବାଧ୍ୟହୋଇ ସରକାର ଏମାନଙ୍କୁ ବି ସହାୟତା ଦେଇଥିଲେ। ଏବେ ସେହିଭଳି ସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri