ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ

ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ୧ ନମ୍ବର ୱାର୍ଡରେ ଥିବା ଏହି ଗାଁ ସମୁଦ୍ରଠାରୁ ପ୍ରାୟ ଅଧ କି.ମି. ଦୂରରେ ଅବସ୍ଥିତ। ତାଳପଦା ପଞ୍ଚାୟତଠାରୁ ଏହାର ଦୂରତା ୧ କି.ମି. ହେବ। ରେମୁଣା ବ୍ଲକ ସଦରମହକୁମାରୁ ଏହାର ଦୂରତା ୪୫ କି.ମି.। ଗମନାଗମନ କ୍ଷେତ୍ରରେ ଏହି ଗ୍ରାମ ପାଇଁ ବାଧକ ସାଜିଛି କଣ୍ଟିଆଚିରା ନାଳ। ବାରମ୍ବାର ଦାବି ସତ୍ତ୍ୱେ ପୋଲ ନିର୍ମାଣ ନ ହେବାରୁ ଏବେ ଗାଁ ଲୋକେ ପ୍ଲାଷ୍ଟିକ ପଟା ସାହାଯ୍ୟରେ କାତ ମାରି ନାଳ ପାରହୋଇ ଯିବାଆସିବା କରୁଛନ୍ତି।
କଥିତ ଅଛି ଯେ, ୫ ଦଶନ୍ଧି ପୂର୍ବେ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳରୁ କେତେକ ଧନୀ ସମ୍ପ୍ରଦାୟର ଲୋକ ଏଠାକୁ ଚାଲି ଆସି ବସତି ସ୍ଥାପନ କରିଥିଲେ। ବାଲେଶ୍ୱର ଜିଲାର ରେମୁଣା ଭଳି ଏକ ବିକଶିତ ଅଞ୍ଚଳରେ ଏହି ଗ୍ରାମ ପ୍ରଶାସନିକ ଅବହେଳାରୁ ଆଜି ବି ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇରହିଛି। ବର୍ତ୍ତମାନ ଗ୍ରାମରେ ୫୫ ପରିବାର ବସବାସ କରୁଛନ୍ତି। ଲୋକସଂଖ୍ୟା ୪୨୪ରୁ ଅଧିକ। ଗାଁମୁଣ୍ଡରେ ଥିବା ନାଳ ପାରି ହେବା ଲାଗି ଗାଁଲୋକଙ୍କୁ ୨୫ବର୍ଷ ତଳେ ପଞ୍ଚାୟତ ତରଫରୁ ଏକ ପୁରୁଣା ଡଙ୍ଗା ଯୋଗାଇ ଦିଆଯାଇଥିଲା। କାଳକ୍ରମେ ତାହା ନଷ୍ଟ ହୋଇଯାଇଛି। ୨୦୧୨ରେ ଗ୍ରାମବାସୀଙ୍କ ସହଯୋଗରେ ନାଳ ଉପରେ ଏକ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା। ଏହି ନାଳ ଦେଇ ସମୁଦ୍ରକୁ ଯାଉଥିବା ଯନ୍ତ୍ରଚାଳିତ ଡଙ୍ଗାଗୁଡିକ ପୋଲରେ ଲାଗିବାରୁ ସେମାନେ ଏହାକୁ ଭାଙ୍ଗିଦେଇଥିଲେ। ସେବେଠାରୁ ଗ୍ରାମବାସୀ ବିଚ୍ଛିନ୍ନ ଇଲାକାର ବାସିନ୍ଦା ଭାବେ ଜୀବନଜୀବିକା ନିର୍ବାହ କରୁଛନ୍ତି। ସରକାରଙ୍କ ବିକାଶ ଯୋଜନା ସବୁ ଯେମିତି ଗାଁ ମୁଣ୍ଡ ନାଳ ନିକଟରେ ଅଟକିଯାଉଛି। କଣ୍ଟିଆଚିରା ନାଳରେ ସେତୁ ନିର୍ମାଣ ଲାଗି ଗ୍ରାମବାସୀଙ୍କ ଦାବି ଅରଣ୍ୟରୋଦନ ପାଲଟିଛି। ନାଳ ପାଖରେ ଫେରିଘାଟ କରିବା ପାଇଁ ଅନୁମତି ଦିଆଯାଉନାହିଁ। ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ୧ମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯାଇଥିଲେ ବି ଘର ନାହିଁ। ଏକ ଆଜବେଷ୍ଟସ ଛପର ମନ୍ଦିର ପରିସରରେ ପାଠ ପଢାଯାଉଛି। ବର୍ଷାଦିନ ଆସିଲେ ଶିକ୍ଷକମାନଙ୍କ ଯିବା ଆସିବା ଅସମ୍ଭବ ହୋଇପଡ଼େ। ଏଭଳି ସ୍ଥିତିରେ ଗାଁ ପିଲାଙ୍କ ପାଠପଢା ୫ମ ଶ୍ରେଣୀରୁ ଡୋରି ବନ୍ଧା ହୋଇଯାଉଛି। ସେହିପରି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ୩୮ ପିଲା ପାଠ ପଢନ୍ତି। ରୋଷେଇ ବ୍ୟବସ୍ଥା ନ ଥିବାରୁ ପଞ୍ଚାୟତ କାର୍ଯ୍ୟାଳୟରୁ ରୋଷେଇ ହୋଇ ଖାଦ୍ୟ ଆସୁଛି। ଗାଁରେ ନାମକୁ ମାତ୍ର ୩ ନଳକୂପ ଥିଲେ ବି ଲୁଣି ପାଣି ପ୍ରଭାବରେ ଲୋକେ ସବୁବେଳେ ଜଳକଷ୍ଟର ଶିକାର ହୋଇଥାନ୍ତି। ତାଳପଦା ପଞ୍ଚାୟତକୁ ଆସିବାକୁ ହେଲେ ଗ୍ରାମବାସୀ କଣ୍ଟିଆଚିରା ନାଳ ପାର ହୋଇ ଲୋକମାନଙ୍କ ସ୍ଥିତିବାନ ଜମି ଦେଇ ଆସିବାକୁ ପଡେ। ନାଳରେ ପୋଲ ନ ଥିବାରୁ ପ୍ଲାଷ୍ଟିକ ପଟା ସାହାଯ୍ୟରେ କାତ ମାରି ପାର ହୋଇଥାନ୍ତି। ୨୦୧୨ ମସିହାରେ ଗ୍ରାମବାସୀଙ୍କ ସହଯୋଗରେ ନାଳ ଉପରେ ଏକ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା। ତେବେ ସମୁଦ୍ରକୁ ନାଳ ଦେଇ ଯାଉଥିବା ଯନ୍ତ୍ର ଚାଳିତ ଡଙ୍ଗାଗୁଡିକ ପୋଲରେ ଲାଗିବାରୁ ସେମାନେ ସେହି ବାଉଁଶ ପୋଲକୁ ଭାଙ୍ଗିଦେଇଥିଲେ। ସେବେଠାରୁ ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ନାଳ ପାର ହୋଇ ପଞ୍ଚାୟତକୁ ଯାୟାୟାତ କରୁଛନ୍ତି। ବାରମ୍ବାର ନାଳ ପାର ହୋଇ ଯିବାକୁ ପଡୁଥିବାରୁ ପିଲାମାନେ ୫ମ ଶ୍ରେଣୀପରଠାରୁ ପାଠପଢାରେ ଡୋରି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି। ଜିଲାପାଳ କଣ୍ଟିଆଚିରା ନାଳ ପାଖରେ ଏକ ଫେରିଘାଟ କରିବା ପାଇଁ ଅନୁମତି ଦେଇ ପଞ୍ଚାୟତକୁ ଏକ ଘାଟରେ ଡଙ୍ଗା ଚଳାଇବା ପାଇଁ ନିର୍ଦ୍ଦେଶ ଦେଲେ ଗ୍ରାମବାସୀ କିଛି ମାତ୍ରାରେ ଉପକୃତ ହୋଇପାରନ୍ତେ। ଗ୍ରାମକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ବର୍ଷା ଦିନେ ଗ୍ରାମବାସୀ କାଦୁଅ ଭିତରେ ପଶି ଯାତାୟାତ କରନ୍ତି। ସନ୍ଧ୍ୟା ହେଲେ ଲୋକମାନେ ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇରହନ୍ତି।
ଗ୍ରାମର ଶତାୟୁ ବୃଦ୍ଧ ଅମୂଲ୍ୟ ମଣ୍ଡଳ କହିଛନ୍ତି, ବର୍ଷାଦିନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ଏହି ଗାଁ ପ୍ରତି ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହିଁ। ୨୦୦୨ରେ ଗାଁରେ କେତେଜଣଙ୍କୁ ୨୦ ହଜାର ଟଙ୍କାର ଇନ୍ଦିରା ଆବାସ ଘର ମିଳିଥିଲା। ଏହାପରଠାରୁ ଆବାସ ଯୋଜନାରେ ଆଉ କାହାକୁ ଘର ମିଳିନାହିଁ। ବର୍ଷା ହେଲେ ଗାଁ ଭିତର ରାସ୍ତା କାଦୁଅ ପଚ ପଚ ହୋଇଯାଏ। ଏହି ସମୟରେ ଯିବାଆସିବା କରିବା କାଠିକାର ପାଠ ହୋଇପଡେ। ପଞ୍ଚାୟତରେ ସାମାଜିକ କର୍ମୀ ଅନିରୁଦ୍ଧ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନାଳ ଉପରେ ପୋଲ କରାଯିବା ପାଇଁ ବହୁ ଚେଷ୍ଟା ହୋଇଛି। କେନ୍ଦ୍ର ସରକାରଙ୍କ ସାଗରମେଳା ଯୋଜନାରେ ୧୨ କୋଟି ଟଙ୍କାର ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସମିତିସଭ୍ୟ ରମାକାନ୍ତ ମଳିକ କହିଛନ୍ତି, ଗାଁରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଘର ନିମନ୍ତେ ଟଙ୍କା ଅନୁମୋଦନ ହୋଇଛି। ବିଦ୍ୟାଳୟ ନାମରେ ଜମି କରାଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ଗ୍ରାମର ବାସନ୍ତୀ ମଣ୍ଡଳ, ଅରବିନ୍ଦ ଜେନା,ଚିତ୍ତରଞ୍ଜନ ମହାଳିକ, ପ୍ରଦୀପ ଦାସ, ରାଜ କୁମାର ବାଗ, ନାରଣ ଦାସ, କାଳିକିଷ୍ଣ ଗିରି, ରଘୁନାଥ ମହାଳିକ, ଗଣେଶ ଦାସ,ଦେବୁ ଦୁଲ୍ଲାଲ ପ୍ରମୁଖ ଗ୍ରାମବାସୀ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ନ ଦେଲେ ସେମାନେ ଜିଲା ପ୍ରଶାସନଠାରେ ଧାରଣା ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଗଣବଳାତ୍କାର: ୫ ଛାତ୍ର କୋର୍ଟ ଚାଲାଣ

ବ୍ରହ୍ମପୁର,୯ା୫(ସୁବାସ ଚନ୍ଦ୍ର ପାଢ଼ୀ)ବ୍ରହ୍ମପୁର ସହରରେ ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଗିରଫ ୫ ଜଣ କଲେଜ ଛାତ୍ରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସେମାନେ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

ରାଜନୀତି ସରଗରମ: ଆଉ ୫ ଦିନ ପରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା କ୍ଷେତ୍ରର କେସିଙ୍ଗା ବ୍ଳକରେ ରାଜନୈତିକ ଉଷ୍ମତା ବଢ଼ିଚାଲିଛି। ଆସନ୍ତା ୧୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri