ବାହାରେ ରୋଜଗାର ଖୋଜୁଛନ୍ତି ଯୁବପିଢ଼ି

କେନ୍ଦ୍ରାପଡ଼ା ଅଫିସ, ୪-୯- କର୍ମ ସଂସ୍ଥା ଓ ଭିତ୍ତିଭୂମିର ଅଭାବ ଯୋଗୁ କେନ୍ଦ୍ରାପଡ଼ାର ଅଧିକାଂଶ ଯୁବପିଢ଼ି ଏବେ ଜିଲା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ବାହାର ରାଜ୍ୟ ଅବା ଦେଶକୁ ଯାଇ ସେଠାରେ ରୋଜଗାର ପନ୍ଥା ସନ୍ଧାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ଯୁବକ ଅପରାଧ ଦୁନିଆକୁ ମଧ୍ୟ ଚାଲିଯାଉଛନ୍ତି । ଏସମ୍ପର୍କରେ କୌଣସି ତର୍ଜମା କରା ନ ଯାଇ କେନ୍ଦ୍ରାପଡା ଜିଲା ପରିଷଦ ବୈଠକରେ ଜିଲାର ବିକାଶ ସମ୍ପର୍କରେ ଆଲୋଚନା କରାଯାଉଛି। ଗତ ଗୁରୁବାର ଆୟୋଜିତ ବୈଠକରେ ସରକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ଆଲୋଚନା ହୋଇଥିବାବେଳେ ଜିଲାର ବାସ୍ତବିକ ଆବଶ୍ୟକତାକୁ ଅଣଦେଖା କରାଯାଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ା ଜିଲାରେ କର୍ମ ନିଯୁକ୍ତି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହେଉ ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଦେବେନ୍ଦ୍ର ଜେନାଙ୍କ ପୁଅ ମହେଶ୍ୱର ଜେନା (୨୬) ଗତ ୫ ବର୍ଷ ହେବ ତାମିଲନାଡ଼ୁ ରାଜ୍ୟରେ ଏକ ପ୍ଲାଇଉଡ଼ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି ା ତାଙ୍କ ଶିକ୍ଷାଗତ ଯୋଗ୍ୟତା ମାଷ୍ଟର ଇନ୍‌ କମ୍ପ୍ୟୁଟର ଆପ୍ଲିକେସନ (ଏମ୍‌ସିଏ) ହୋଇଥିବା ବେଳେ ସେ ସେଠାରେ ଡ଼ିଜାଇନିଂ କାମ କରୁଛନ୍ତି। ମହେଶ୍ୱରଙ୍କ କହିବାନୁସାରେ, କେନ୍ଦ୍ରାପଡ଼ାରେ ରହି ନିଜର ବିକାଶ କରିହେବ ନାହିଁ ା ଜିଲାରେ କୃଷିକୁ ଆଧାର କରି ମାତ୍ର ୨୭ ପ୍ରତିଶତ ଲୋକ ଜୀବିକା ନିର୍ବାହ କରୁଛନ୍ତି ା ତେବେ ପ୍ରାକୃତିକ ବିପର୍ଯ୍ୟୟ ପ୍ରତ୍ୟେକ ବର୍ଷ ଜିଲାର ପ୍ରଗତିରେ ବାଧା ସୃଷ୍ଟି କରୁଛି ା ଉପାନ୍ତ ଅଞ୍ଚଳରେ ମାଛ ଧରିବା ଏକ ବେଉସା ହୋଇଥିଲେ ମଧ୍ୟ ସାମୁଦ୍ରିକ ଓ ବନ୍ୟପ୍ରାଣୀ ନିୟମ ଏହାକୁ ପ୍ରତିରୋଧ କରୁଛି ା ସମୁଦ୍ରର ଲୁଣିପାଣି ଖେତକୁ ମାଡ଼ିଆସିବା, ତଟକ୍ଷୟ ଜିଲାବାସୀଙ୍କ ବିକାଶର ଗତିରୋଧ କରୁଛି ା ଏହାବାଦ ବିଭିନ୍ନ ମୌଳିକ ସୁବିଧା ଯଥା, ଶିକ୍ଷା, ପାନୀୟଜଳ, ବିଦ୍ୟୁତ, ରାସ୍ତାଘାଟ, ସ୍ବାସ୍ଥ୍ୟସେବା ଏଠାରେ ମିଳିବା ଦୁରୁହ ବ୍ୟାପାର ା ଏଥିପାଇଁ ଯୁବବର୍ଗ ନିଜର ଓ ପରିବାରର ଆର୍ଥିକ ବିକାଶ ପାଇଁ ଜିଲା ତଥା ଦେଶ ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ା ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ଜିଲାର ବିକାଶ ପାଇଁ ରାଜନେତା, ପ୍ରଶାସକ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ସମନ୍ବୟର ଅଭାବ ରହିଛି ା ସୀମିତ ସମୟ ମଧ୍ୟରେ ଉନ୍ନୟନ ଯୋଜନାକୁ କାର୍ଯ୍ୟକାରୀ କରିବା ଭଳି ଭିଜନ ଡକ୍ୟୁମେଣ୍ଟ ନଥିବାରୁ ଏଠାରେ ଦାଦନ ସମସ୍ୟା ଲାଗି ରହିଛି। ୨୦୧୧ ଜନଗଣନା ଅନୁଯାୟୀ ଜିଲାରେ ୧୪ଲକ୍ଷ ୪୦ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏଥିରୁ ୪ଲକ୍ଷ ୬୬ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଶ୍ରେଣୀର ବୋଲି ଉଲ୍ଲେଖ ରହିଛି ା ତଥ୍ୟ ଅନୁଯାୟୀ, ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାରେ ଶ୍ରମିକଙ୍କୁ ମାତ୍ର ୫ ପ୍ରତିଶତ କାର୍ଯ୍ୟ ମିଳୁଛି ା ଜିଲାରେ ଅଦ୍ୟାବଧି କୌଣସି ବୃହତ୍ତ ଓ ମଧ୍ୟମ ଶିଳ୍ପ ନ ଥିବା ବେଳେ ଗତ ୨୦୧୧- ୧୨ ଆର୍ଥିକ ବର୍ଷରେ ୧୧୬ଟି ଲଘୁ ଶିଳ୍ପ ଥିଲା। ତେବେ ଚଳିତ ବର୍ଷ ସୁଦ୍ଧା ଏହି ସଂଖ୍ୟା ହ୍ରାସ ପାଇ ୧୦୫ରେ ପହଁଞ୍ଚତ୍ଛି ା
କୃଷି ଜିଲାର ମୁଖ୍ୟଜୀବିକା ହୋଇଥିଲେ ମଧ୍ୟ ଚାଷଭିତ୍ତିକ ଶିଳ୍ପ, ଉତ୍ପାଦିତ ପନିପରିବା ପାଇଁ ଶୀତଳଭଣ୍ଡାର, ବିକ୍ରି ପାଇଁ ମଣ୍ଡି ନାହିଁ ା ଚାଷୀ ଋଣ କରି ଫସଲ ପାଇଁ ଟଙ୍କା ବିନିଯୋଗ କରିବା ପରେ ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛନ୍ତି। ଏଥିଯୋଗୁ ବହୁ ସମୟରେ ଚାଷ କାର୍ଯ୍ୟରୁ ମୂଳ ଟଙ୍କା ମଧ୍ୟ ଉଠାଇ ପାରୁନାହାନ୍ତି ା ଫଳରେ ବାହାର ରାଜ୍ୟ ଅବା ଦେଶ ଉପରେ ଯୁବବର୍ଗଙ୍କୁ ଭରସା କରିବାକୁ ପଡ଼ୁଛି ବୋଲି ବିଶ୍ୱାଳ କହିଛନ୍ତି ା କର୍ମ ନିଯୁକ୍ତିର ଅଭାବ ଯୋଗୁ
ଜିଲାରେ ଯୁବ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ସାମାଜିକ କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି ା ସେ କହିଛନ୍ତି, ମାନବ ସମ୍ବଳ ଉପଯୋଗ ପାଇଁ ଶିଳ୍ପର ଆବଶ୍ୟକତା ରହିଛିି ା ଏହାଛଡା କୃଷିଭିତ୍ତିକ ଓ ପର୍ଯ୍ୟଟନ ଭିତ୍ତିିକ ଶିଳ୍ପ ପାଇଁ ଭିତ୍ତିଭୂମିକୁ ଉପଯୋଗ କରାଯାଉ ନାହିଁ । ପୂର୍ବରୁ ଜିଲାରେ ରେଳ ପଥ ନ ଥିବା ଦର୍ଶାଇ ଶିଳ୍ପୋଦ୍ୟୋଗୀ ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମନ ବଳାଉ ନ ଥିଲେ ା ଏବେ ରେଳପଥ ନିର୍ମାଣ ପରେ ଏହାର ସୁଯୋଗ ନେବା ଆବଶ୍ୟକ ା ସେହିପରି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ରାସ୍ତା ନ ଥିବା ବେଳେ ଚାଷ ପାଇଁ ଜଳସେଚନ ସମସ୍ୟା ହୋଇଛି ା ଜିଲାର ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ନ ଥିବାରୁ ୫୫ ପଞ୍ଚାୟତରେ ବନ୍ୟା ଜଳ ପଶି ଧନଜୀବନ ନଷ୍ଟ କରୁଛି ା ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜନେତା ଓ ପ୍ରଶାସକଙ୍କ ସମନ୍ବୟରେ ଜିଲା ବିକାଶ ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ମହାନ୍ତି କହିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri