ବାହାଘର ୨ମାସ ପରେ ନାବାଳିକା ଉଦ୍ଧାର: ଶିକ୍ଷୟିତ୍ରୀଙ୍କ ଟୁଇଟ୍‌ ପରେ ଘଟଣାର ପର୍ଦ୍ଦାଫାଶ

ସୋରଡା,୧ା୧୨(ଡି.ଏନ୍‌.ଏ.)- ପୁରୀ ଜିଲା ପିପିଲି ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ୨ ମାସ ହେଲା ସ୍କୁଲକୁ ଆସୁ ନଥିଲେ। ଶିକ୍ଷୟିତ୍ରୀ ଜାଣିଲେ ଯେ, ତାଙ୍କର ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ଅଞ୍ଚଳରେ ବିବାହ ହୋଇଯାଇଛି। ଏନେଇ ସେ ଗଞ୍ଜାମ ଜିଲାପାଳଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ସିଡିପିଓ ଅଫିସ କର୍ମଚାରୀ ଶୁକ୍ରବାର ନାବାଳିକାଙ୍କୁ ଶାଶୁଘରୁ ଉଦ୍ଧାର କରିଛନ୍ତି।
ପ୍ରକାଶ ଯେ, ସମ୍ପୃକ୍ତା ନାବାଳିକାଙ୍କ ଘର ସୋରଡା ବ୍ଲକ ବଡଗଡ଼ ଥାନା ଅଞ୍ଚଳରେ। ସେ ତାଙ୍କ ବାପାଙ୍କ ସହ ପିପିଲିରେ ରହି ପାଠ ପଢନ୍ତି। ୨ ମାସ ତଳେ ମୁଡେସକୁପା ଗ୍ରାମସ୍ଥିତ ତାଙ୍କ ମାମୁ ପୁଅଙ୍କ ସହ ନାବାଳିକାଙ୍କ ବିବାହ ହୋଇଥିଲା। ବିଦ୍ୟାଳୟକୁ ନ ଆସିବାରୁ ଶିକ୍ଷୟିତ୍ରୀ ଜଣକ ତାଙ୍କ ସହପାଠୀମାନଙ୍କୁ ପଚାରି ଜାଣିବାକୁ ପାଇଲେ ଯେ, ଗଞ୍ଜାମ ଜିଲାରେ ନାବାଳିକାଙ୍କର ବିବାହ ହୋଇଯାଇଛି। ଏନେଇ ସେ ଗଞ୍ଜାମ ଜିଲାପାଳଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ଶୁକ୍ରବାର ଜିଲାପାଳ ବଡଗଡ ଥାନା ଓ ସୋରଡା ସିଡିପିଓଙ୍କୁ ସମ୍ପୃକ୍ତା ନାବାଳିକାଙ୍କୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଓ ସିଡିପିଓ ଅଫିସ କର୍ମଚାରୀ ପହଞ୍ଚତ୍ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଉଭୟ ପକ୍ଷଙ୍କ ସହମତିରେ ବିବାହ ହୋଇଥିବା ପୁଅଙ୍କ ବାପା କହିଛନ୍ତି। ବ୍ରହ୍ମପୁର ବଡ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ନାବାଳିକାଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଏନେଇ ସୋରଡା ସିଡିପିଓ କହିଛନ୍ତି, ଛାତ୍ରୀଙ୍କର ପଢିବାକୁ ବହୁତ ଆଗ୍ରହ ରହିଛି। ତାଙ୍କ ଅନିଚ୍ଛା ସତ୍ତ୍ୱେ ଉଭୟ ପରିବାର ଲୋକେ ଜୋରଜବରଦସ୍ତି ବିବାହ କରିଛନ୍ତି। ତାଙ୍କୁ ପିପିଲିରୁ ଗଁ। କୁ ଡାକି ଆଣି ମାମୁପୁଅ ଭାଇ ସହିତ ବିବାହ କରିଛନ୍ତି। ଆହୁରି ଆଗରୁ ତାଙ୍କୁ ଉଦ୍ଧାର କରିଥିଲେ ଭଲ ହୋଇଥାନ୍ତା ବୋଲି ନାବାଳିକା ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri