ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ୍‌ ଡେସ୍କ

ଅନେକ ଏମିତି ଅଛନ୍ତି, ଯେଉଁମାନେ ନିଜର ଅଫିସ୍‌ ଡେସ୍କକୁ ସଜାଇ ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ସେଥିପାଇଁ ସେମାନେ ଡେସ୍କ ଉପରେ ଛୋଟ ଛୋଟ ଇନ୍‌ଡୋର୍‌ ପ୍ଲାଣ୍ଟ, ମୂର୍ତ୍ତି ତଥା ଫଟୋ ଆଦି ରଖିଥାନ୍ତି। ଏହା ଦେଖିବାକୁ ସିନା ଭଲ ଲାଗେ, ହେଲେ ଯଦି ତାହା ବାସ୍ତୁ ଅନୁସାରେ ସଜା ହୋଇ ନ ଥାଏ, ତା’ହେଲେ ତାହାର ନକାରାତ୍ମକ ପ୍ରଭାବ ବି କ୍ୟାରିୟର୍‌ ଉପରେ ପଡ଼ିଥାଏ। ତେଣୁ ବାସ୍ତୁ ଅନୁଯାୟୀ ଅଫିସ୍‌ ଡେସ୍କକୁ କେମିତି ସଜାଇବେ ଆସନ୍ତୁ ଜାଣିବା…

ପୂର୍ବ କିମ୍ବା ଉତ୍ତର କୋଣରେ ମନିପ୍ଲାଣ୍ଟ କିମ୍ବା ବାମ୍ବୋ ପ୍ଲାଣ୍ଟ ରଖିଲେ ସୁନ୍ଦର ଦେଖାଯିବା ସହ ସମୃଦ୍ଧି ବଢ଼ିଥାଏ। ତା’ଛଡ଼ା ଡେସ୍କ ଉପରେ କେବେ ବି ଶୁଖି ଯାଇଥିବା କିମ୍ବା କଣ୍ଟା ଥିବା ପ୍ଲାଣ୍ଟ ରଖିବା ଠିକ୍‌ ନୁହେଁ। ଏହା ନିରାଶର ସୂଚନା ଦେଇଥାଏ।

ଉତ୍ତର ପଟେ ସବୁଜ ବନାନୀ କିମ୍ବା ପବନରେ ଦୋହଲୁଥିବା ଫସଲର ଫଟୋ ରଖିଲେ ଅନେକ ଲାଭ ମିଳିଥାଏ। ସେହିପରି ଗଛଲତା, ଦୌଡୁଥିବା ଘୋଡ଼ା, ସ୍ବସ୍ତିକ ଚିହ୍ନ କିମ୍ବା ସୂର୍ଯ୍ୟୋଦୟର ଚିତ୍ର ଥିବା ଯେ କୌଣସି ଫଟୋ ଡେସ୍କର ଏହି କୋଣରେ ଲଗାଇପାରିବେ। କିନ୍ତୁ ଛୋଟ ପିଲାର କାନ୍ଦିବା ଫଟୋ, କଟା ହୋଇଥିବା ଗଛ କିମ୍ବା ଭାଙ୍ଗିଯାଇଥିବା କୌଣସି ମୂର୍ତ୍ତିର ଫଟୋ ଡେସ୍କରେ ରଖିବା ଉଚିତ ନୁହେଁ। ଏହା ଅଫିସ୍‌ରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଚାହିଁଲେ ସତେଜ ଫୁଲତୋଡ଼ାକୁ ଡେସ୍କ ଉପରେ ରଖି ବି ଆନନ୍ଦ ଅନୁଭବ କରିପାରିବେ।

ଠାକୁରଙ୍କର ଫଟୋ ରଖିବା ପାଇଁ ଚାହୁଁଥାନ୍ତି, ତା’ହେଲେ ତାକୁ ଡେସ୍କର ଉତ୍ତର ଓ ପୂର୍ବ ଦିଗରେ ରଖିପାରିବେ। କିନ୍ତୁ ଧ୍ୟାନ ଦେବେ ଠାକୁରଙ୍କର ଫଟୋ ଉପରେ ଯେମିତି ଧୂଳି ନ ଜମିବ।

ଉପରେ ଜିନିଷପତ୍ରକୁ ସବୁବେଳେ ସଜାଡିକି ରଖିବା ଦରକାର। ଖାସ୍‌କରି ଫାଇଲ୍‌ ଓ କାଗଜପତ୍ରଗୁଡ଼ିକୁ ଡେସ୍କ ଉପରେ ଗଦା କରିକି ରଖିବା ଉଚିତ ନୁହେଁ। ଏହାଦ୍ୱାରା ସୃଜନଶୀଳତା ଉପରେ କୁ-ପ୍ରଭାବ ପଡ଼ିଥାଏ।

ଡେସ୍କ ଉପରେ ଆମେ କାମ କରୁଛେ, ତାହା ବହୁତ ପବିତ୍ର ହୋଇଥାଏ। କାରଣ ଏହିଠାରେ କାମ କରି ହିଁ ଆମେ ଆମର ଜୀବିକା ପାଇଁ ଅର୍ଥ ଉପାର୍ଜନ କରୁଛେ। ସେଥିପାଇଁ ଏହି ଡେସ୍କ ଉପରେ କେବେ ବି ଚା/କଫି ପିଇବା, ଭୋଜନ କରିବା କିମ୍ବା ଆମିଷ ଖାଇବା କଥା ନୁହେଁ। କାରଣ ଏହା କାର୍ଯ୍ୟସ୍ଥଳରେ କ୍ଲେଶ, ମାନସିକ ଅଶାନ୍ତି ତଥା କ୍ୟାରିୟର୍‌ରେ ବାଧା ସୃଷ୍ଟି କରିଥାଏ।

ପ୍ରତି ଉତ୍ସାହଭାବ ଆଣିବା ପାଇଁ ଚାହୁଁଥିଲେ, ଡେସ୍କର ଉତ୍ତର-ପୂର୍ବ ଦିଗରେ ଗୋଟିଏ କ୍ରିଷ୍ଟାଲ୍‌ ଗ୍ଲୋବ ରଖିପାରିବେ। ଆଉ ଏହାକୁ କାମ କରିବା ଭିତରେ ଦୁଇ-ତିନିଥର ବୁଲାଇଲେ କାମ କରିବା ପାଇଁ ସକାରାତ୍ମକ ଉର୍ଜା ଆସିଥାଏ। ସେହିପରି ଡେସ୍କ ଉପରେ ଫିଟିକିରିର ଗୋଟେ ଛୋଟ ଖଣ୍ଡ କିମ୍ବା ପେନ୍‌ଷ୍ଟାଣ୍ଡ ଭିତରେ କର୍ପୂର ରଖିଲେ ବି ଏହାର ଅନେକ ଫାଇଦା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri