ବାଳ ଅପରାଧୀଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ: ଜାମୁଝରୀରେ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ବାଳ ଅପରାଧୀଙ୍କ ପାଇଁ ନିର୍ମାଣ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’। ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ କରିବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଏ ସଂକ୍ରାନ୍ତରେ ସୋମବାର ଅନୁଷ୍ଠିତ ବୈଠକରେ ଜେଲ୍‌ ଡିଜି ସତ୍ୟଜିତ ମହାନ୍ତିଙ୍କ ସମେତ ଗୃହ ସଚିବ, ମହିଳା ଓ ଶିଶୁ ବିଭାଗ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା କରିଛନ୍ତି। ପୂର୍ବରୁ ନୟାଗଡ଼ର ଦଶପଲ୍ଲା ଜେଲରେ ବାଳ ଅପରାଧୀଙ୍କ ପାଇଁ ଏହି ପ୍ଲେସ୍‌ ଅଫ ସେଫ୍ଟି ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଜେଲ୍‌ ପରିବେଶ ବାଳ ଅପରାଧୀଙ୍କୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଜାମୁଝରୀକୁ ଚୂଡ଼ାନ୍ତ କରାଯାଇଛି। ଚନ୍ଦକା ମେଣ୍ଢାଶାଳ ନିକଟ ଜାମୁଝରୀ ମୁକ୍ତାକାଶ ଜେଲ୍‌ ନିକଟରେ ୨ ଏକର ଜାଗାରେ ପ୍ରଥମଥର ପାଇଁ ନିର୍ମାଣ ହେବ ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌। ଏଥିରେ ସମୁଦାୟ ୫୦ଜଣ ପିଲାଙ୍କ ପାଇଁ ବ୍ୟବସ୍ଥା ରହିିବ। ସେମାନଙ୍କ ପାଇଁ ଏଠାରେ ସୁଲଭ ଶୌଚାଳୟ, ପାଠାଗାର, ମେଡିକାଲ, ପଢିବା ଘର, ଜିମ୍‌, ଖେଳପଡିଆ ଓ ଅନ୍ୟାନ୍ୟ ଟ୍ରେନିଂର ସୁବିଧା ରହିବ। ଯେଉଁମାନଙ୍କର ବୟସ ୧୬ରୁ ୧୮ବର୍ଷ ହୋଇଥିବ ଅଥବା ଧରାପଡ଼ିବା ସମୟରେ ୧୮ବର୍ଷ ଅତିକ୍ରମ କରିଥିବ, ଜଘନ୍ୟ ଅପରାଧ କରିଥିବେ କିମ୍ବା ଛାଡ଼ିବାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ମନା କରିଥିବେ, ସେମାନେ ଏହି ହୋମ୍‌ରେ ୨୧ବର୍ଷ ପର୍ଯ୍ୟନ୍ତ ରହିବେ। ଏହି ସମୟ ମଧ୍ୟରେ ଯଦି ବ୍ୟବହାରରେ ପରିବର୍ତ୍ତନ ନ ହେଲା, ସେମାନଙ୍କୁ ପୁଣି ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡରେ ହାଜର କରାଯାଇ ସାଧାରଣ ଜେଲକୁ ପଠାଇ ଦିଆଯିବ।
ଏନେଇ ଜେଲ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି, ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌ରେ ଜେଲ ପରିବେଶ ରହିବ ନାହିଁ। ୧୬ ବର୍ଷରୁ ୧୮ ବର୍ଷ ମଧ୍ୟରେ ଜଘନ୍ୟ ଅପରାଧ ଘଟାଇଥିବା ପିଲା ଏଠାରେ ରହିବେ। ଏହା ନିର୍ମାଣ ହେଲେ ଓଡିଶାର ପ୍ରଥମ ହେବ। ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି, ସୁଧାରଗୃହର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। କାରଣ ପିଲାମାନଙ୍କୁ ସେଠାରେ ଜେଲ ପରିବେଶ ଭଳି ରଖାଯାଉଥିବାରୁ ସେମାନେ ମୁକୁଳିବା ପରେ ପୁଣି ଅପରାଧ ଘଟାଉଛନ୍ତି। ତେଣୁ ପିଲାମାନଙ୍କ ମନ ଓ ହୃଦୟରେ ପରିବର୍ତ୍ତନ ଆଣିବା ଉଚିତ। ଶିକ୍ଷା, ସ୍ବାସ୍ଥ୍ୟ ଏବଂ କାଉନ୍‌ସେଲିଂ ଆଦି ବ୍ୟବସ୍ଥା କରିବା କଥା। ଯେଉଁମାନେ ଦାୟିତ୍ୱ ନେଉଛନ୍ତି ସେମାନେ ବାଳ ଅପରାଧୀଙ୍କ ସହ ବାପା ମା’ଙ୍କ ପରି ବ୍ୟବହାର କରିବା ଦରକାର। ପ୍ଲେସ୍‌ ଅଫ ସେଫ୍ଟି ହୋମ୍‌ରେ ଏଥିପ୍ରତି ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri