ବାଲେଶ୍ୱର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ତଥ୍ୟ ଯାଞ୍ଚ ଉପରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲାରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡ଼ିସି) ଅନୀଲ କୁମାର ସାମଲ ସମୀକ୍ଷା କରିଛନ୍ତି। ସୋମବାର ସ୍ଥାନୀୟ ସର୍କିଟ ହାଉସଠାରେ ଆୟୋଜିତ ବୈଠକରେ ଆରଡିସି ସାମଲ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଫକୀରମୋହନ ମେଡ଼ିକାଲ କଲେଜ ଅଧ୍ୟକ୍ଷ ଡା. ରାମଚନ୍ଦ୍ର ଗିରି ପ୍ରମୁଖଙ୍କ ସହ କୋଭିଡ୍‌-୧୯ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଅନ୍ୟ ରାଜ୍ୟ ବିଶେଷ କରି ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କର ପଞ୍ଚାୟତୱାରି ତାଲିକା ପ୍ରସ୍ତୁତ କରିବା ସହିତ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ତାହାର ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୪ ଦିନ ମଧ୍ୟରେ ପଡ଼ୋଶୀ ରାଜ୍ୟରୁ ଜିଲାକୁ ଆସିଥିବା ଲୋକମାନଙ୍କୁ ବିଭିନ୍ନ ପଞ୍ଚାୟତରେ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଧ୍ୟତାମୂଳକ ଭାବେ ରଖିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ଲାଗି ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ କୁହାଯାଇଛି।

ମଙ୍ଗଳବାର ବସ୍ତା ବ୍ଲକର ପ୍ରାୟ ୨୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ପୂର୍ବାହ୍ନରେ ଆର୍‌ଡ଼ିସି ସାମଲ ସହରର ସଂକ୍ରମଣ ପ୍ରତିରୋଧ ଇଲାକା(କଣ୍ଟେନମେଣ୍ଟ ଜୋନ)କୁ ପରିଦର୍ଶନ କରିଛନ୍ତି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ସରିଯାଇଥିବାବେଳେ ପ୍ରାୟ ୩୦ଜଣଙ୍କର ନମୁନା ତୁରନ୍ତ ପରୀକ୍ଷା ପାଇଁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ସେଠାରେ କରାଯାଇଥିବା ବିଭିନ୍ନ ବ୍ୟବସ୍ଥା ଏବଂ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ରିଗିଡି ଗ୍ରାମରେ ଅଢେଇ ବର୍ଷର ଝିଅ ସଂକ୍ରମିତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବା ସହିତ ଆକ୍ଟିଭ ସର୍ଭେଲାନ୍ସ କରାଯାଇଛି। ଘରକୁ ଘର ବୁଲି ସର୍ଭେ କରାଯିବା ସହିତ ସେଠାରୁ ନମୁନା ସଂଗ୍ରହ କରାଯାଇଛି। ସେହି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପନିପରିବା ପହଞ୍ଚାଇବା ଲାଗି ବ୍ୟବସ୍ଥା କରିବାକୁ ଆରଡ଼ିସି ଅଧିକାରୀମାନଙ୍କୁ କହିଛନ୍ତି । ବାଲେଶ୍ୱର ଗସ୍ତରେ ଆସିଥିବା ଡିଜିପି ଅଭୟଙ୍କ ସହ ଆର୍‌ଡ଼ିସି ସାମଲ ସାକ୍ଷାତ କରିବା ସହିତ ପଶ୍ଚିମବଙ୍ଗ ସୀମାକୁ ସିଲ୍‌ କରିବା ଏବଂ ଅନୁପ୍ରବେଶ ରୋକିବା ସମ୍ପର୍କରେ ଆଲୋଚନା କରିଛନ୍ତି । ଡିଜିପି ଏଥିପ୍ରତି ଦୃଷ୍ଟି ଦେବା ସହିତ କଡ଼ା ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri