ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ: ଆରମ୍ଭ ହେଲାଣି ସିଜରିଆନ ଡେଲିଭରି

ଫୁଲବାଣୀ ଅଫିସ, ୬ା୧-ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର କମିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ସିଜରିଆନ ଡେଲିଭରି ଲାଗି ସଚେତନ କରାଯାଉଛି। କନ୍ଧମାଳ ଜିଲାରେ ସିଜରିଆନ ଡେଲିଭରି କହିଲେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବୁଝାଉଥିଲା। ଏବେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ଫଳରେ ବାଲିଗୁଡା ମେଡିକାଲ ଉପରେ ନିର୍ଭର କରୁଥିବା ଗର୍ଭବତୀଙ୍କୁ ଆଉ ହଇରାଣ ହୋଇ ଫୁଲବାଣୀ ଆସିବାକୁ ପଡିବ ନାହିଁ। ସେମାନେ ବାଲିଗୁଡାରେ ସିଜରିଆନ ଡେଲିଭରି କରି ପାରିବେ। ସେଠାରେ ଉପଯୁକ୍ତ ଅସ୍ତ୍ରୋପଚାର ଗୃହ ସହ ନିଶ୍ଚେତକ ଡାକ୍ତର, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସବୁବେଳେ ଉପସ୍ଥିତ ରହୁଛନ୍ତିି। ଜିଲାପାଳ ଡା.ବୃନ୍ଦା ଡିଙ୍କ ଉଦ୍ୟମ ଫଳରେ ଗତ ଅକ୍ଟୋବରରୁ ହେଲା ଏହା ସମ୍ଭବ ହୋଇଛି। ହେଲେ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଲୋକେ ଏହା ଜାଣି ନ ପାରି ଗର୍ଭବତୀଙ୍କୁ ଏବେ ବି ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ଆଣୁଛନ୍ତି। ବର୍ତ୍ତମାନ ସୁଦ୍ଧା ବାଲିଗୁଡା ମେଡିକାଲରେ ୧୫ ସିଜରିଆନ ଡେଲିଭରି ସରିଲାଣି।
କନ୍ଧମାଳ ଜିଲା ସ୍ବାସ୍ଥ୍ୟସେବାରେ ପଛରେ ରହିଛି। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଲୋକେ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରେ ବଞ୍ଚିତ ହେଉଛନ୍ତି। ଆସନ୍ନ ପ୍ରସବାଙ୍କ ପାଇଁ ମା’ ଘର ଖୋଲାଯାଇଛି। ସେଠାରେ ଗ୍ରାମରୁ ମହିଳାଙ୍କୁ ଆଣି ରଖାଯିବା ପରେ ପ୍ରସବ ପାଇଁ ମେଡିକାଲକୁ ନିଆଯାଏ। ସେହିପରି ଅଧିକାଂଶ ସମୟରେ ପରିବାର ଲୋକେ ଆସନ୍ନ ପ୍ରସବାଙ୍କୁ ଫୁଲବାଣୀ ମେଡିକାଲ ନେଇ ଆସିଥାନ୍ତି। ଯେହେତୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଏହି ସୁବିଧା ନ ଥିଲା। ଏହାର ମୂଳ କାରଣ ହେଉଛି ନିଶ୍ଚେତକ ଡାକ୍ତରଙ୍କ ଅଭାବ। ଏବେ ଜିଲାରେ ନିଶ୍ଚେତକ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡା.ସୁନୀଲ ବେହେରାଙ୍କୁ ବାଲିଗୁଡା ମେଡିକାଲ ପଠାଯାଇଛି। ସେ ସବୁବେଳେ ସେଠାରେ ରହି ସେବା ଯୋଗଇ ଆସୁଛନ୍ତିି। ବାଲିଗୁଡା ମେଡିକାଲରେ ମୁଖ୍ୟତଃ ବାଲିଗୁଡା, କ.ନୂଆଗଁା, ଦାରିଙ୍ଗବାଡି, ରାଇକିଆ, ତୁମୁଡିବନ୍ଧ ଏବଂ କୋଟଗଡ ବ୍ଲକ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ମିଳିଥିବା ସୁଚନା ଅନୁସାରେ, ମାସକୁ ହାରାହାରି ବାଲିଗୁଡାରେ ୧୧୧, କ.ନୂଆଗଁାରେ ୩୨, ଦାରିଙ୍ଗବାଡିରେ ୮୦, ତୁୁମୁଡିବନ୍ଧରେ ୫୧, କୋଟଗଡରେ ୫୬, ରାଇକିଆରେ ୩୧ ପ୍ରସବ କରିଥାନ୍ତି। ସେଥି ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ସିଜରିଆନ ଡେଲିଭରି ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri