Posted inଗଜପତି

ବାଲି ଚୋରା ଚାଲାଣ ନେଇ ଉତ୍ତେଜନା :୧୦ ଟ୍ରକ ଅଟକାଇ ରଖିଛନ୍ତି ଗ୍ରାମବାସୀ

କାଶୀନଗର,୧୬ା୫(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକରେ ବାଲି ଚୋରା ଚାଲାଣ ବେଳେ ଶୁକ୍ରବାର ରାତିରେ ଗ୍ରାମବାସୀ ଟ୍ରକଗୁଡିକୁ ଅଟକାଇଛନ୍ତି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ମଧ୍ୟ ଟ୍ରକଗୁଡିକ ଅଟକି ରହିଛି। ଜିଲାପାଳ ଓ ଏସପି ଆସି ଆଲୋଚନା ପରେ ଟ୍ରକ ଛଡାଯିବ ବୋଲି ଗ୍ରାମବାସୀ ଅଡି ବସିଛନ୍ତି। ଖବରରୁ ଜଣାପଡିଛି ଶୁକ୍ରବାର ମଧ୍ୟରାତିରେ ବାଲି ଚୋରାଚାଲାଣ ପାଇଁ କେତେକ ଟ୍ରକ କିତାଙ୍ଗି ବାଲି ର଼୍ୟାପକୁ ଆସିଥିଲା। ଏହାକୁ ବଥବା ଗ୍ରାମର ଗ୍ରାମବାସୀ ବିରୋଧ କରି ଟ୍ରକଗୁଡିକୁ ଅଟକାଇଥିଲେ। ବାଲି ଉଠାଇବା ନେଇ ଗ୍ରାମବାସୀ ଏବଂ ଟ୍ରକ ଡ୍ରାଇଭର ଚାଳକଙ୍କ ମଧ୍ୟରେ ବଚସା ହୋଇଥିଲା। ଖବରପାଇ ତହସିଲଦାର ଶାନ୍ତିସ୍ବରୂପ ମିଶ୍ର ଏବଂ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରି ବାଲିଉଠାଣ ଲାଗି ଅନୁମତି ଥିବା କହିଥିଲେ। ଏହି ଟ୍ରକଗୁଡିକ ଆନ୍ଧ୍ରର ପାଲାମ୍‌ଠାରୁ ପଲାସା ଓ ଚିଲାକାପାଲେମ୍‌ ବାଲି ନେବାକୁ ଟ୍ରକରେ ଲେଖାଥିବା ବେଳେ ସେମାନେ କାହିଁକି ଓଡ଼ିଶା କିତାଙ୍ଗି ର଼୍ୟାପରୁ ବାଲି ଉଠାଇବାକୁ ଆସିଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ। ଏମାନେ କିପରି ଓଡ଼ିଶା ସୀମାନ୍ତ ଟପି କାଶୀନଗରରେ ପଶିଲେ ବୋଲି ତହସିଲଦାରଙ୍କୁ ପଚାରିଥିଲେ। ଗ୍ରାମବାସୀଙ୍କ ବିରୋଧ ଯୋଗୁ ନଦୀ ଭିତରେ ଏବଂ ରାସ୍ତା ଉପରେ ପ୍ରାୟ ୧୦ଟି ଟ୍ରକ ଅଟକି ରହିଛି। ଏହି ଟ୍ରକଗୁଡିକୁ ଗ୍ରାମବାସୀ ଜଗି ରହିଛନ୍ତି। ଗଜପତି ଜିଲାପାଳ ଏବଂ ଏସପି ଆସି ଆଲୋଚନା ପରେ ଟ୍ରକଗୁଡିକୁ ଛଡାଯିବ ବୋଲି ଜିଦ୍‌ ଧରିଛନ୍ତି। ଏ ସମ୍ପର୍କରେ ତହସିଲଦାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କୋଭିଡ-୧୯ ଗାଇଡଲାଇନ ଅନୁସାରେ ବାଲି ଉଠାଣ ଓ ଚାଲାଣ ହୋଇପାରିବ। ଏଥିରେ କିଛି ପ୍ରତିବନ୍ଧକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାୟଗଡ଼ାକୁ ଚାଲାଣ କରୁଥିବାବେଳେ ମାଡିବସିଲା ପୋଲିସ, ୧୦୦ କେଜି ଗଞ୍ଜେଇ ଜବତ

ମୋହନା, ୨୦।୭( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ଥାନା ପୋଲିସ ଆଜି ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ…

୯୭ ବର୍ଷରେ ମିଳିଲା ସରକାରୀ ସହାୟତା: ବୃଦ୍ଧା ମହିଳାଙ୍କ ମୁହଁରେ ଫୁଟିଲା ହସ

ଗଜପତି,୨୦।୭(ଗିରିଧାରୀ ପରିଛା): ପ୍ରଶାସନ କେବଳ ଅଫିସ ଭିତରେ ସୀମିତ ନ ରହି ଲୋକଙ୍କ ଦ୍ୱାରରେ ପହଞ୍ଚିଲେ କିପରି ପରିବର୍ତ୍ତନ ଆସିପାରେ, ତାହାର ଏକ ଉଦାହରଣ ଗଜପତି ଜିଲାର…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri