Posted inଖେଳ

‘ବାଲା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ’

ନୂଆଦିଲ୍ଲୀ, ୧୭ା୫ (ପି.ଟି.)-ବାଲା ଦେବୀ ଦେଶର ଅନ୍ୟ ମହିଳା ଫୁଟ୍‌ବଲରଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ୍ଲ ପଟେଲ। ବିଦେଶରେ ପ୍ରଫେସନାଲ ଲିଗ୍‌ ଖେଳିବାରେ ମଣିପୁରର ତଥା ଜାତୀୟ ଦଳର ଷ୍ଟ୍ରାଇକର ବାଲା ଭାରତର ପ୍ରଥମ ମହିଳା ଖେଳାଳି। ସେ ସ୍କଟିଶ ପ୍ରିମିୟର ଲିଗ୍‌ କ୍ଲବ ରେଞ୍ଜର୍ସ ଦଳ ସହିତ ଚୁକ୍ତି କରିଛନ୍ତି। ପଟେଲ ସମସ୍ତ ବୟସବର୍ଗର ଜାତୀୟ ଖେଳାଳିଙ୍କ ସହ ବାର୍ତ୍ତାଳାପ ଅବସରରେ ବାଲା ଦେବୀଙ୍କୁ ଲକ୍ଷ୍ୟକରି କହିଥିଲେ, ତୁମର ସଫଳତାକୁ ନେଇ ଆମେ ଗର୍ବିତ। ଉଦୀୟମାନ ଫୁଟ୍‌ବଲରଙ୍କ ଲାଗି ତୁମେ ଦିଗ୍‌ଦର୍ଶକ ପାଲଟିଛ। ଆମ ମହିଳା ଫୁଟ୍‌ବଲରମାନେ କୌଣସି ଗୁଣରେ କମ୍‌ ନୁହଁନ୍ତି ବୋଲି ତୁମେ ପ୍ରମାଣ କରି ଦେଖାଇଛି। ବର୍ତ୍ତମାନ ଗ୍ଳାସ୍‌ଗୋଠାରେ ଥିବା ବାଲା ଦେବୀ କହିଥିଲେ ଦକ୍ଷତା ବୃଦ୍ଧି ପାଇଁ ଜାତୀୟ ଦଳ ସହ ବିଦେଶ ଟୁର୍‌ ଦ୍ୱାରା ମୋ ଖେଳରେ ଯଥେଷ୍ଟ ଉନ୍ନତି ଘଟିପାରିଛି। ୨୦୧୮-୧୯ରେ ଆମେ ଅନେକ ଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଛୁ। କ୍ୟାମ୍ପରେ ସମୟ ଦେଇଛୁ। ଜଣେ ଖେଳାଳି ହିସାବରେ ଏହା ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଛି। ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁ ବିଦେଶ କ୍ଲବ ସହିତ ଚୁକ୍ତି ସମ୍ଭବ ହୋଇପାରଛି। ବିଦେଶ ଟୁର୍‌ରେ ଗୋଲକିପର ଅଦିତି ଚୌହାନଙ୍କ ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଥିଲା। ଏଆଇଏଫ୍‌ଏଫ୍‌ ସଭାପତିଙ୍କୁ ସେ କହିଥିଲେ ଦକ୍ଷତାବୃଦ୍ଧି ଟୁର୍‌ ପାଇଁ ମୁଁ ଦଳର ପ୍ରତ୍ୟେକ ଖେଳାଳିଙ୍କ ତରଫରୁ ଧନ୍ୟବାଦ ଦେବି। ଦଳର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଘଟିଛି। ମନୋବଳ ଦୃଢ ହେବା ସହ ଆମେ ଅଧିକ ପରିପକ୍ୱ ହୋଇପାରିଛୁ। ଷ୍ଟ୍ରାଇକର ଡାଙ୍ଗ୍‌ମେଇ ଗ୍ରେସ୍‌ କହିଛନ୍ତି, ଆମେ ଯେତେ ଅଧିକ ଖେଳିବାରୁ ଆମର ସେତେ ଉନ୍ନତି ଗଟିବ। ଭବିଷ୍ୟତରେ ଅଧିକରୁ ଅଧିକ ମ୍ୟାଚ ଆୟୋଜନ ହେବା ଦରକାର। କୋଭିଡ୍‌-୧୯ ମହାମାରୀ ବେଳେ ଖେଳାଳିମାନଙ୍କ ମାନସିକ ଅବସ୍ଥା ଜାଣିବା ଲାଗି ପଟେଲ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବେ ବାର୍ତ୍ତାଳାପ କରିଥିଲେ। ଭାରତୀୟ ପୁରୁଷ ଦଳର ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ୍‌ ଲକ୍‌ଡାଉନ୍‌ ଚାଲିଥିବାରୁ ପ୍ରତ୍ୟେକେ ନିଜକୁ ଯଥାସମ୍ଭବ ଫିଟ୍‌ ରଖିବାକୁ ଚେଷ୍ଟା କରିବା ଉଚିତ୍‌। ଆମ ହାତ ପାହାନ୍ତାରେ ଯାହାନାହିଁ ତାହାକୁ ଆମେ ନିୟନ୍ତ୍ରଣ କରିପାରିବା ନାହିଁ। ମାତ୍ର ନିଜକୁ ଫିଟ୍‌ ରଖିବା ଲାଗି ସମୟର ଉପଯୋଗ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri