ବାଲଡିହା ଡ୍ୟାମ ନବକଳେବର ନେଇ ଆଶଙ୍କାରେ ଚାଷୀ

ବାରିପଦା ଅଫିସ, ୧୬ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ବାଲଡି଼ହା ଡ଼୍ୟାମର ବର୍ତ୍ତମାନ ନବକଳେବର ହୋଉଥିବା ବେଳେ ଏହାକୁ ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଡ୍ୟାମ୍‌ରୁ ବାହାରୁଥିବା ମାଟିକୁ ଡ୍ୟାମ୍‌ କଡ଼ରେ ଦିଆ ନ ଯାଇ ଅନ୍ୟ ଏକ ସାହିରେ ପାର୍କ ନିର୍ମାଣ କାର୍ଯ୍ୟରେ ଲଗାଯାଉଛି। ପ୍ରକଳ୍ପ ନିର୍ମାଣ ପାଇଁ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କାହିଁକି ଉକ୍ତ ଟଙ୍କାରେ ପାର୍କ ନିର୍ମାଣ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିଭଳି ହେଉଥିବା ପଥର ପ୍ୟାକିଂ ନିମ୍ନମାନର ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଡ୍ୟାମରୁ ପଙ୍କ କାଢ଼ି ଦୂରରେ ପକାଇବାର ନିୟମ ଥିବା ବେଳେ ଏହାକୁ ଡ୍ୟାମ୍‌ର ଉପରି ଭାଗରେ ଫିଙ୍ଗି ଦିଆଯାଉଛି। ଯାହା କି ବର୍ଷା ପାଣି ଦ୍ୱାରା ଧୋଇ ଆସି ପୁର୍ନବାର ଡ୍ୟାମରେ ପଶିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।
ଉଲ୍ଲେଖଯୋଗ୍ୟ, ମୟୂରଭଞ୍ଜର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶିମିଳିପାଳ ପାଦଦେଶରୁ ବାହାରି ଥିବା ଚିରସ୍ରୋତା ପଳପଳା ନଦୀ ଉପରେ ବାଲଡିହା ଡ୍ୟାମ୍‌ ନିର୍ମାଣ କରିଥିଲେ। ବିଟ୍ରିଶ ଇଞ୍ଜିନିୟର କେ. ଆରନୋଲ୍ଡ ମାରଟିନଙ୍କ ତତ୍ତ୍ୱାବଧାନରେ ଏହା ନିର୍ମାଣ କରାଯାଇଥିଲା। ୧୯୯୨ରୁ ଏହା ଶ୍ୟାମଖୁଣ୍ଟା ବ୍ଲକର ୧୨ରୁ ଅଧିକ ପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ୱ ଏକର ଚାଷ ଜମିକୁ ବର୍ଷସାରା ପାଣି ଯୋଗାଇ ଆସୁଥିଲା। ୨୦୧୩ ଫାଇଲିନ୍‌ ସମୟରେ ପଳପଳା ନଦୀରେ ଦିଗ ପରିବର୍ତ୍ତନ ହୋଇଥିବା କହି ଜଳସେଚନ ବିଭାଗ ଏଠାରେ ମୂଳବନ୍ଧରେ ଆଉ ଏକ ଆଡ଼ିବନ୍ଧ ନିର୍ମାଣ କରିଥିଲା। ଫଳରେ ବନ୍ଧର ସୁରକ୍ଷାକୁ ପ୍ରଶ୍ନ କରିଥିଲେ ଚାଷୀମାନେ। ୨୦୧୯ ଜାନୁୟାରୀ ୩୦ରେ ରାଜ୍ୟ ପାଣ୍ଠିରୁ ୩ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ବାଲଡିହା ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ବନ୍ଧର ଉଚ୍ଚତାକୁ ନ ବଢ଼ାଇ ପୁଣି କେଚଜମେନଟ୍‌ ଏରିଆରେ ଆୟତନକୁ କମେଇ ଦେଉଥିବା ବେଳେ ବନ୍ଧର ଜଳଧାରଣା କ୍ଷମତାର ବୁଦ୍ଧି ହେବାକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ପାହାଡ଼ିଆ ବର୍ଷାସ୍ରୋତରେ ନୂୂତନ ଭାବେ ନିର୍ମାଣ କରାଯାଉଥିବା ବନ୍ଧଟି କ୍ଷତିଗ୍ରସ୍ତ ହେଲେ ଏହା ମୂଳ ବନ୍ଧ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଚାଷୀମାନେ ଆଶଙ୍କାରେ ଥିବା କହିଛନ୍ତି। ଏ ନେଇ ମୟୂରଭଞ୍ଜ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମହାନ୍ତିଙ୍କୁ ପଚାରିବାରୁ ପଙ୍କ ଉଦ୍ଧାର ଓ ଉକ୍ତ ଜଳସେଚନ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ପାଇଁ ବର୍ତ୍ତମାନ ୧ କୋଟିି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାରୁ କାର୍ଯ୍ୟ ଚାଲୁ ରହିଛି। ବନ୍ଧରୁ ମାଟି ଉଠାଇ ତଳ ପଟେ ପକା ଯାଇ ପାର୍କ କାମ କରାଯାଉଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଆଗାମୀ ଦିନରେ ଉପକୃତ ହେବେ। ତେଣୁ ଏଥିରେ କିଛି ଖରାପ ହେଉ ନ ଥିବା ସେ ପ୍ରକାଶ କରିଥିଲେ। ଆସନ୍ତା ରବିବାର ଚାଷୀମାନଙ୍କ ସହିତ ଏ ନେଇ ଆଲୋଚନା କରିବେ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri