ବାର୍ଦ୍ଧକ୍ୟ ଭତ୍ତାରୁ ରୋଗିଣା ବୃଦ୍ଧା ବାଦ୍‌:ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ସପରିବାରର ଧାରଣା

ଯାଜପୁର ଟାଉନ,୧୧|୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଅନ୍ତର୍ଗତ ଇଜାପୁର ପଞ୍ଚାୟତ ଇଜାପୁର ଗ୍ରାମର ଜନୈକା ୬୪ ବର୍ଷିୟା ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚତ୍ତ ହୋଇଛନ୍ତି। ସେ ଅତ୍ୟନ୍ତ ଗରିବ ହୋଇଥିବା ସତ୍ତ୍ୱେ ତାଙ୍କୁ ଭତ୍ତା ମିଳୁ ନାହିଁ। ତେଣୁ ସେ ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଆଗରେ ସପରିବାର ଧାରଣା ଦେଇଥିଲେ। ଜିଲାପାଳ ରଞ୍ଜନ କୁମାର ଦାସ ଏହା ଜାଣିବା ପରେ ଦଶରଥପୁର ବ୍ଲକ ବିଡିଓଙ୍କୁ ଏହି ଘଟଣାର ତୁରନ୍ତ ତଦନ୍ତ କରି ଭତ୍ତା ପ୍ରଦାନ କରିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଇଜାପୁର ଗ୍ରାମର ସେକ୍‌ ଜାହାଙ୍ଗିରଙ୍କ ପତ୍ନୀ ହବୁ ବିବି(୬୪) ମଧୁମେହ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଅଟନ୍ତି। ଜାହାଙ୍ଗିରଙ୍କ ପରିବାରରେ ସେଭଳି ରୋଜଗାରକ୍ଷମ ବ୍ୟକ୍ତି କେହି ନ ଥିବାବେଳେ ପରିବାର ଉପରେ ୧୫ଜଣ ନିର୍ଭରଶୀଳ। ବୃଦ୍ଧା ହବୁ ବିବି ୨୦୧୪ରୁ ବାର୍ଦ୍ଧକ୍ୟ ଭତ୍ତା ଚଳିତବର୍ଷ ଜୁନମାସ ପର୍ଯ୍ୟନ୍ତ ପାଇ ଆସୁଥିଲେ। କିନ୍ତୁ ଆକ୍ରୋଶମୂଳକ ଭାବେ ତାଙ୍କର ବୟସ ହୋଇ ନ ଥିବା ଦର୍ଶାଯାଇ ସରକାରଙ୍କ ଏହି ସୁବିଧାରୁ ତାଙ୍କୁ ବଞ୍ଚତ୍ତ କରାଯାଇଛି ା ଅସୁସ୍ଥତା ପାଇଁ ଔଷଧ ଟିକେ ଖାଇବା ପାଇଁ ପାଖରେ ପଇସା ନ ଥିବା ବେଳେ ପେଟକୁ ଗଣ୍ଡେ ଦାନା ମଧ୍ୟ ମିଳୁ ନାହିଁ ା ପୁଣିଥରେ ତାଙ୍କୁ ଭତ୍ତା ସୁବିଧାରେ ସାମିଲ କରିବା ସହିତ ରୋଗ ଚିକିତ୍ସା ପାଇଁ ସହାୟତା ପାଇବା ଆଶାରେ ବିଛଣାରୁ ଉଠି ପାରୁ ନ ଥିବା ଏହି ବୃଦ୍ଧାଙ୍କୁ ପରିବାର ଲୋକେ ଜିଲାପାଳଙ୍କ ଅଭିଯୋଗ ଶିବିରକୁ ଟେକି ଟେକି ଆଣି ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

ନଗ୍ନ ଭିଡିଓ ଜାଲରେ ଫସାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଧର୍ମଶାଳା,୧୪ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପୋବଳ ଗାଁର ମୁଖ୍ୟ ସାଇବର ଠକେଇର ଅଭିଯୁକ୍ତ ସରୋଜ ଜେନାଙ୍କୁ କଟକ ସାଇବର ପୋଲିସ…

ସର୍ଟ ସର୍କିଟ ଯୋଗୁଁ ଚଳନ୍ତା କାରରେ ଲାଗିଗଲା ନିଆଁ, ଡ୍ରାଇଭର ଦୌଡି ଯାଇ…

ଧର୍ମଶାଳା,୧୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ…

ଓଭରବ୍ରିଜ୍‌ ଉପରୁ ଖସିଲା ଆଖୁ ବୋଝେଇ ଟ୍ରକ୍‌, ଗାଡ଼ି ତଳେ କେହି ଫସିରହିଥିବା ସନ୍ଦେହ

ଧର୍ମଶାଳା,୧୨।୨(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ ଓଭରବ୍ରିଜ୍‌ ଉପରୁ ଏକ ଆଖୁ ବୋଝେଇ ଟ୍ରକ୍‌…

ଯାଜପୁରରେ ଭାରତ ବନ୍ଦର ପ୍ରଭାବ: ଏଆଇଟିୟୁସି କର୍ମୀଙ୍କ ରାସ୍ତା ଅବରୋଧ, କେନ୍ଦ୍ର ସରକାରଙ୍କ…

ଧର୍ମଶାଳା,୧୨ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ଷୋହଳ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ବିଭିନ୍ନ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଝୁଲିପଡିଲେ ସ୍ବାମୀ-ସ୍ତ୍ରୀ, ଅଷ୍ଟପ୍ରହରୀ ପୂଜା ସାରି ଶୋଇଥିଲେ, ହେଲେ…

ଧର୍ମଶାଳା,୧୦।୨(ଶିବପ୍ରସାଦ ମହାନ୍ତି): ଚାଲିଗଲା ଗୋଟିଏ ପରିବାରର ଦୁଇଟି ଜୀବନ । ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri