ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି:ପୁଣି ପଦଯାତ୍ରାରେ ଭୁବନେଶ୍ୱର ଯିବେ ସେବାୟତ

ବାରିପଦା ଅଫିସ,୨୬।୭- ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ ଲାଗି ଜିଲା ବ୍ୟାପୀ ଦାବି ଜୋର ଧରିଛି। ଜୁନ ୨୯ ତାରିଖରେ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତମାନେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ଦାବି ସହିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଏଥିରେ ସରକାରୀସ୍ତରରେ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ ସହ ପୂର୍ଣ୍ଣ କ୍ଷମତାପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁନରୁଦ୍ଧାର ସହ ସୁରକ୍ଷା, ସେବାୟତମାନେ ପାଇ ଆସୁଥିବା ସର୍ବନିମ୍ନ ମାସିକ ଭତ୍ତା ବୃଦ୍ଧି ଆଦି ୧୧ଟି ବିଭିନ୍ନ ଦାବି ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଏହି ଦାବିଗୁଡିକ ଶୁଣିବା ସହିତ ପୂରଣ କରିବାକୁ ବିଚାର କରାଯିବ ବୋଲି କହିଥିଲେ। ସେହିପରି ରଥଯାତ୍ରା ସରିବା ପରେ ଜୁଲାଇ ୧୭ରେ ଭୁବନେଶ୍ୱରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସେବାୟତ ବୃନ୍ଦ, ମୟୂରଭଞ୍ଜ ଜିଲାପାଳ, ବାରିପଦା ଉପଜିଲାପାଳ ଓ ବିଭିନ୍ନ ଅଧିକାରୀଙ୍କୁ ନେଇ ପୁନର୍ବାର ଏକ ବୈଠକ ଅନୁଷ୍ଠିତ ହୋଇ ଏଥିରେ ସମସ୍ତ ଆଲୋଚନା କରାଯିବ, ଦାବି ପୂରଣ ପରେ ମୁଖ୍ୟମନ୍ତ୍ରୀ ବାରିପଦା ଆସିବେ ବୋଲି ସେବାୟତମାନଙ୍କୁ କହିଥିଲେ। ଏହି ଆଲୋଚନା ବେଳେ ଆଇନ ମନ୍ତ୍ରୀ ଜେନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପ୍ରତିଶ୍ରୁତି ମୁତାବକ ଗତ ୧୭ ତାରିଖରେ ଆଇନ ମନ୍ତ୍ରୀ ଜେନା କୌଣସି ବୈଠକର ଆୟୋଜନ କରି ନ ଥିବା ବାରିପଦା ସେବାୟତବୃନ୍ଦ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପାଟକୁରା ନିର୍ବାଚନ ଆଳ ଦେଖାଇ ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ବୈଠକ ଆୟୋଜନ କରାଯାଇ ସେବାୟତମାନଙ୍କ ଦାବି ପୂରଣ ନିମନ୍ତେ ଆଲୋଚନା କରାଯିବ ବୋଲି ସେମାନଙ୍କୁ କୁହାଯାଇଥିଲା। ହେଲେ ଏହି ସମୟ ଅତିକ୍ରମ କରିସାରିଥିବାରୁ ଆଇନ ମନ୍ତ୍ରୀ ଜେନା ତାଙ୍କ ପ୍ରତିଶ୍ରୁତି ରଖି ନାହାନ୍ତି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଫଳରେ ପୁନର୍ବାର ଭୁବନେଶ୍ୱରକୁ ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବା ପାଇଁ ସେମାନେ ନିଷ୍ପତ୍ତିି ନେଇଛନ୍ତି।
ଏ ନେଇ ସେବାୟତ ଅରୁଣ କୁମାର ମିଶ୍ର, କାମେଶ୍ୱର ତ୍ରିପାଠୀ, ଜୟନ୍ତ କୁମାର ତ୍ରିପାଠୀ, ଦେବକାନ୍ତ ପଣ୍ଡା, ରାଧାଶ୍ୟାମ ମହାପାତ୍ର, ମଦନମୋହନ ରଣା, ଦୈତାରୀ ବାରିକ, ରବିନାରାୟଣ ଦ୍ୱିବେଦୀ ପ୍ରମୁଖଙ୍କ ସମେତ ଅନ୍ୟ ସେବାୟତମାନେ ଜିଲାପାଳ ବିନିତ ଭରଦ୍ୱାଜଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଇଛନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ଆଇନ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କଲେ ଏହି ଦିନ ସେବାୟତମାନେ ବାରିପଦା ସହର ଓ ବଜାର ପରିକ୍ରମା କରି ସହରବାସୀଙ୍କଠାରୁ ସ୍ବେଚ୍ଛାକୃତ ଭାବେ ସାହାଯ୍ୟ, ଦାନ ଓ ଦକ୍ଷିଣା ଗ୍ରହଣ କରିବେ। ୨୯ ତାରିଖ ସକାଳ ୮ ଟା ୩୦ ସମୟରେ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏପ୍ରିଲ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦା ଜଗନ୍ନାଥ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ଉପରୋକ୍ତ ଦାବିଗୁଡିକ ଲିଖିତ ଭାବେ ଜଣାଇଥିଲେ। ସେତେବେଳେ ନିର୍ବାଚନ ପ୍ରକିୟା ଚାଲୁଥିବାରୁ ପରେ ଏ ବିଷୟରେ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେବାୟତମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଗତ ଜୁନ ୧୯ ତାରିଖ ପୂର୍ବାହ୍ନ ୭ଟାରେ ମହାପ୍ରଭୁଙ୍କ ମନ୍ଦିର ବେଢ଼ାରୁ ପଦଯାତ୍ରା ଆରମ୍ଭ କରିଥିଲେ। ପରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ପହଞ୍ଚି ସେବାୟତମାନଙ୍କୁ ବୁଝାସୁଝା କରାଇ ଫେରାଇ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri