Posted inଖେଳ

ବାରବାଟୀ ଉତ୍ସାହ

ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଆୟୋଜନ ହେବ। ଦୀର୍ଘ ଦିନପରେ ଏହି ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଥିବାରୁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ତରଫରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି…

ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ ଉତ୍କଣ୍ଠାର ସଫଳ ପରିସମାପ୍ତି ଘଟିଛି। ଏବେ କାରିବିୟାନ ଦଳ ତା’ର ଭାରତ ଗସ୍ତ ଆରମ୍ଭ କରିବାକୁ ଯାଉଛି। ଏହି ଗସ୍ତରେ ଓ୍ବେଷ୍ଟଇଣ୍ଡିଜ୍‌ ଘରୋଇ ଭାରତ ସହିତ ୨ଟି ଭିନ୍ନ ଫର୍ମାଟରେ ମୁକାବିଲାରେ ଅବତୀର୍ଣ୍ଣ ହେବ। ଏହି ସିରିଜରେ ୩ଟି ଟି୨୦ ମ୍ୟାଚ ସହିତ ୩ଟି ଏକଦିବସୀୟ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ଏଥର କିନ୍ତୁ ଏହି ଦୁଇଟି ଫର୍ମାଟରେ ବଲର ରଙ୍ଗ ବଦଳିଯିବ। ହ୍ବାଇଟ୍‌ ବଲରେ ମୁକାବିଲା ହେବା ସହିତ ମ୍ୟାଚଗୁଡିକ ବେଶ୍‌ ଉପଯୋଗ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ୨୨ରେ ଏହି ସିରିଜ ସମାପ୍ତ ହେବାକୁ ଥିବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁଇଦେଶ ମଧ୍ୟରେ ଶେଷ ଏକଦିବସୀୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ଟି୨୦ ମ୍ୟାଚ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦଠାରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଟି୨୦ ମ୍ୟାଚ ଡିସେମ୍ବର ୮ ତାରିଖରେ ଥିରୁଭାନନ୍ତପୁରମଠାରେ ଏବଂ ଶେଷ ଟି୨୦ ମ୍ୟାଚ ଡିସେମ୍ବର ୧୧ତାରିଖରେ ମୁମ୍ବାଇଠାରେ ଖେଳାଯିବ। ସେହିପରି ପ୍ରଥମ ଏକଦିବସୀୟ ମ୍ୟାଚ ଡିସେମ୍ବର ୧୫ ତାରିଖରେ ଚେନ୍ନାଇଠାରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ୧୮ତାରିଖରେ ବିଶାଖାପାଟଣାଠାରେ ଏବଂ ଶେଷ ଏକଦିବସୀୟ ମ୍ୟାଚ କଟକଠାରେ ଡିସେମ୍ବର ୨୨ତାରିଖରେ ଖେଳାଯିବ। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାକିଙ୍ଗ୍‌ରେ ଟିମ୍‌ ଇଣ୍ଡିଆ ୫ମ ସ୍ଥାନରେ ରହିଥିବାବେଳେ ୱେଷ୍ଟଇଣ୍ଡିଜ ୧୦ମ ସ୍ଥାନରେ ରହିଛି। ସେହିପରି ଦିନିକିଆରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ଓ ୱେଷ୍ଟଇଣ୍ଡିଜ ୯ମ ସ୍ଥାନରେ ରହିଛି। ଉଭୟ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୪ଟି ଟି୨୦ ମ୍ୟାଚ ମଧ୍ୟରୁ ଟିମ୍‌ ଇଣ୍ଡିଆ ୮ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ୱେଷ୍ଟଇଣ୍ଡିଜ ୫ଟି ମ୍ୟାଚରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚରୁ କୌଣସି ଫଳାଫଳ ମିଳିନାହିଁ। ୨୦୦୯ରୁ ୨୦୧୯ ମଧ୍ୟରେ ଏହି ମ୍ୟାଚଗୁଡିକ ଖେଳାଯାଇଛି। ଭାରତ ପକ୍ଷରୁ ହିଟ୍‌ ମ୍ୟାନ ରୋହିତ ଶର୍ମା ୧୨ଟି ମ୍ୟାଚ ଖେଳି ୪୨୫ରନ୍‌ ସ୍କୋର କରିବା ସହିତ ସର୍ବାଧିକ ରନ୍‌ ୧୧୧ ନଟ୍‌ ଆଉଟ୍‌ ରହିଛନ୍ତି। ସେହିପରି ବିରାଟ କୋହଲି (୯ଟି ମ୍ୟାଚ, ୩୧୮ରନ୍‌), ଶିଖର ଧାୱନ୍‌ ୯ଟି ମ୍ୟାଚ ୧୯୩ ରନ୍‌ ଏବଂ ଲୋକେଶ ରାହୁଲ ୬ଟି ମ୍ୟାଚରୁ ୧୮୯ରନ୍‌ କରିଛନ୍ତି। ସେହିପରି ଓ୍ବେଷ୍ଟଇଣ୍ଡିଜ ତରଫରୁ ଏଭିନ୍‌ ଲୁଇସ୍‌ ୬ଟି ମ୍ୟାଚରୁ ୨୪୨ ରନ୍‌ ଏବଂ କିରନ ପୋଲାର୍ଡ ୧୧ଟି ମ୍ୟାଚରୁ ୧୮୭ରନ୍‌ ସଂଗ୍ରହ କରିଛନ୍ତି।
ଦେଶ ମଧ୍ୟରେ ୧୨୮ଟି ଦିନିକିଆ ମ୍ୟାଚ ଖେଳାଯାଇଛି। ଭାରତ ୬୧ଟି ମ୍ୟାଚ ଜିତିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ ୬୨ ଟି ମ୍ୟାଚ ଜିତିଛି। ୨ଟି ମ୍ୟାଚ ଟାଇରେ ସମାପ୍ତ ହୋଇଥିବା ବେଳେ ୩ଟି ମ୍ୟାଚ ବିନା ହାରଜିତ୍‌ରେ ସମାପ୍ତ ହୋଇଛି। ବିରାଟ କୋହଲି ସର୍ବାଧିକ ୩୬ଟି ମ୍ୟାଚରୁ ୨୧୪୬ରନ୍‌ ମଧ୍ୟରେ ୯ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୧୫୭ ନଟ ଆଉଟ୍‌ ରହିଛି। ସେହିପରି ରୋହିତ ଶର୍ମା ୩୦ଟି ମ୍ୟାଚରୁ ୨ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ସହ ୧୨୬୫ ରନ୍‌ ସଂଗ୍ରହ କରିଥିବାବେଳେ ବୋଲିଂରେ ରବୀନ୍ଦ୍ର ଜାଡେଜା ୨୬ଟି ମ୍ୟାଚରୁ ୩୮ଟି ଉଇକେଟ୍‌ ଏବଂ ମହମ୍ମଦ ସାମି ୧୫ଟି ମ୍ୟାଚରୁ ୩୨ଟି ଉଇକେଟ ଏବଂ ଭୁବନେଶ୍ୱର କୁମାର ୧୮ଟି ମ୍ୟାଚରୁ ୧୯ଟି ଉଇକେଟ୍‌ ନେଇଛନ୍ତି।
ଭାରତର ଅନ୍ୟତମ ପୁରାତନ ଷ୍ଟାଡିୟମ ବାରବାଟୀରେ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ ମ୍ୟାଚ, ୧୮ଟି ଏକଦିବସୀୟ ମ୍ୟାଚ ଏବଂ ଗୋଟିଏ ଟି୨୦ ମ୍ୟାଚ ସଫଳତାର ସହିତ ଆୟୋଜନ କରାଯାଇଛି। ବାରବାଟୀରେ ପ୍ରଥମ ଏକଦିବସୀୟ ମ୍ୟାଚ ୧୯୮୨ ମସିହା ଜାନୁୟାରୀ ୨୭ତାରିଖରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ବେଳେ ଶେଷ ଏକଦିବସୀୟ ମ୍ୟାଚ ମଧ୍ୟ ଇଂଲଣ୍ଡ ସହିତ ୨୦୧୭ ମସିହା ଜାନୁୟାରୀ ୧୯ତାରିଖରେ ଖେଳିଥିଲା। ପ୍ରଥମରୁ ସ୍ଲୋ ଏବଂ ଲୋ ଉଇକେଟ ପାଇଁ ଅନେକ ସମାଲୋଚିତ ହୋଇଥିବା ଏହି ଗ୍ରାଉଣ୍ଡ ଗତ କିଛି ବର୍ଷ ହେବ ହାଇ ସ୍କୋରିଂ ମ୍ୟାଚ ଏବଂ ଶ୍ରେଷ୍ଠ ଆଉଟ୍‌ ଫିଲଡ୍‌ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଟିମ୍‌ ଇଣ୍ଡିଆର ସର୍ବାଧିକ ସ୍କୋର ୩୮୧/୬ ଇଂଲଣ୍ଡ ବିପକ୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୩ ରନ୍‌ ସର୍ବନିମ୍ନ ସ୍କୋର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୧୮ଟି ଏକଦିବସୀୟ ମ୍ୟାଚ ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୭ଥର ମ୍ୟାଚ ଜିତିଥିବା ବେଳେ ଦ୍ୱିତୀୟଥର ବ୍ୟାଟିଂ କରିଥିବା ଦଳ ୧୧ଥର ବିଜୟୀ ହୋଇଛନ୍ତି।
ସାଇକ୍ଲୋନ୍‌ ଫନୀ ଏହି ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି କରାଇଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଗ୍ୟାଲେରି, ଫ୍ଲଡଲାଇଟ ଏବଂ ଗ୍ରାଉଣ୍ଡ ପ୍ରସ୍ତୁତ ପାଇଁ ଆୟୋଜନ ଆରମ୍ଭ ହୋଇଛି। ଏଥି ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ନବକଳେବର ହେବା ସହିତ ଏକ ନୂତନ ଅଭିଜ୍ଞ କାର୍ଯ୍ୟକାରୀ କମିଟି ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ମ୍ୟାଚର ସଫଳତା ପାଇଁ ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ୪୫୦୦୦ କ୍ଷମତା ବିଶିଷ୍ଟ ଏହି ସୁନ୍ଦର ଷ୍ଟାଡିୟମ୍‌ର ପୁନରୁଦ୍ଧାର ଏବଂ ବିଭିନ୍ନ କମିଟିର ବାରମ୍ବାର ଗ୍ରାଉଣ୍ଡ ପରିଦର୍ଶନ ଓସିଏର ମନୋବଳକୁ ବେଶ୍‌ ବୃଦ୍ଧି କରିଛି। ଲୋଧା କମିଟିର କଟକଣା ଯୋଗୁଁ ଆର୍ଥିକ ଅନୁଦାନରୁ ବଞ୍ଚତ୍ତ ହୋଇଥିବା ଓସିଏ ବ୍ୟାପକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହି ମ୍ୟାଚର ସଫଳ ଆୟୋଜନକୁ ଏକ ଚ୍ୟାଲେଞ୍ଜ୍‌ ରୂପେ ନେଇଛି। ଟିକେଟ ବିକ୍ରିରେ ସ୍ବଚ୍ଛତା, ଦର୍ଶକମାନଙ୍କ ସୁରକ୍ଷା ଖେଳାଳିମାନଙ୍କୁ ସୁରକ୍ଷା ପ୍ରଦାନ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। କ୍ରିକେଟ୍‌ ପ୍ରେମୀମାନଙ୍କ ପ୍ରବଳ ଉତ୍ସାହ ଏବଂ ଉତ୍କଣ୍ଠା ମ୍ୟାଚକୁ ଅଧିକ ରୋମାଞ୍ଚକ କରିବ। ବାରବାଟୀରେ ମୋଟ ଖେଳାଯାଇଥିବା ୨୦ଟି ଏକଦିବସୀୟ ମ୍ୟାଚ ମଧ୍ୟରୁ ୧୯୯୬ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ ଏବଂ ୨୦୧୩ରେ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ ଖରାପ ପାଗ ଏବଂ ବର୍ଷା ସାଙ୍ଗକୁ ଖରାପ ଆଉଟ୍‌ ଫିଲ୍ଡ ଯୋଗୁ ବାତିଲ ହୋଇଥିବା ବେଳେ ଖେଳାଯାଇଥିବା ମୋଟ ୧୮ଟି ମ୍ୟାଚ ମଧ୍ୟରୁ ଟିମ୍‌ ଇଣ୍ଡିଆ ୧୨ଟି ଦିନିକିଆରେ ବିଜୟୀ ହୋଇଛି। ସର୍ବାଧିକ ୫ଥର ଇଂଲଣ୍ଡ ବାରବାଟୀରେ ମ୍ୟାଚ ଖେଳିଛି। ଭାରତ ଇଂଲଣ୍ଡଠାରୁ ୨ଥର, ଶ୍ରୀଲଙ୍କା ଠାରୁ ଥରେ ଏବଂ ନ୍ୟୁଜିଲାଣ୍ଡଠାରୁ ଥରେ ମ୍ୟାଚ ହାରିଛି। ରେକର୍ଡ ଦୃଷ୍ଟିରୁ ବାରବାଟୀ ଟିମ୍‌ ଇଣ୍ଡିଆ ପାଇଁ ସର୍ବଦା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି।

ନିର୍ମଳ କୁମାର ମିଶ୍ର
(ଫଟୋ: ରାଜକିଶୋର ମହାନ୍ତି)


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri