ବାବା ବେଶରେ ଲୁଟେରା

ଭୁବନେଶ୍ୱର,୬।୮(ବ୍ୟୁରୋ): ଲୁଟେରାଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର କରୁଥିବାବେଳେ ସୋମବାର ରାଜଧାନୀରେ ଘଟିଛି ଅଭିନବ ଲୁଟ୍‌। ଲୁଟେରାମାନେ ବାବା ବେଶରେ ଆସି ଜଣେ ନୋଟାରିଙ୍କଠାରୁ ୩୪ହଜାର ଟଙ୍କା ଓ ସୁନାମୁଦି ଆଦି ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ରହୁଥିବା ସମରେନ୍ଦ୍ର ସାହୁ। ଶନିବାର ଏହି ଘଟଣା ଘଟିଥିବାବେଳେ ସୋମବାର ଏନେଇ ଥାନାରେ ଅଭିଯୋଗ ହେବା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ଏକ ମାମଲା (ନଂ.୨୯୦/୧୯) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନିକଟରେ ଥିବା ଏକ ଟ୍ରାଭେଲ୍‌ ଏଜେନ୍ସିର ସିସିଟିଭି କ୍ୟାମେରାରେ ବାବା ବେଶଧାରୀ ଦୁଇ ଲୁଟେରାଙ୍କ ଫଟୋ କଏଦ ହୋଇଛି। ପୋଲିସ ଉକ୍ତ ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତକୁ ଆଗକୁ ବଢ଼ାଇଛି। ଏଥିସହ ସେମାନେ ଯେଉଁ କାର୍‌ରେ ଆସିଥିଲେ ତାହାର ନମ୍ବର ଆଧାରରେ ଗାଡ଼ି ମାଲିକଙ୍କୁ ଖୋଜୁଛି ପୋଲିସ।
ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡରେ ସମରେନ୍ଦ୍ରଙ୍କର ନୋଟାରି ଚାମ୍ବର ରହିଛି। ସେ ଗତ ଶନିବାର ନିଜ ଚାମ୍ବରରେ ବସିଥିଲେ। ମଧ୍ୟାହ୍ନ ପ୍ରାୟ ଗୋଟାଏରେ ବାବା ବେଶରେ ଦୁଇଜଣ ଲୁଟେରା ଏକ କାରରେ ଆସି ତାଙ୍କ ଚାମ୍ବର ଆଗରେ ଅଟକିଥିଲେ। ଜଣେ ଗାଡ଼ିରୁ ଓହ୍ଲାଇ ଚାମ୍ବର ଭିତରକୁ ଯାଇଥିଲେ। ସମରେନ୍ଦ୍ରଙ୍କୁ ଆଶୀର୍ବାଦ ଦେବା ଛଳରେ କିଛି କଥା କହି ଭୟଭୀତ କରାଇଥିଲେ। ତୁମର ବେଳା ଖରାପ ଚାଲିଛି। ଘର ଉପରେ ବିପଦ ରହିଛି। ତୁମର ଦୁଇ ପିଲାଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ଏବେଠୁ ଯଦି କିଛି କରା ନ ଯାଏ ତେବେ ଭବିଷ୍ୟତରେ ସମସ୍ୟା ଭୋଗିବେ ବୋଲି ସେମାନେ କହିଥିଲୋ। ଏକଥା ଶୁଣି ସମରେନ୍ଦ୍ର ଚିନ୍ତାରେ ପଡ଼ିଯିବା ସହ ସମାଧାନ ବାଟ କ’ଣ ପଚାରିଥିଲେ। ଆମର ଗୁରୁଜୀ ଗାଡ଼ିରେ ବସିଛନ୍ତି। ସେ କୌଣସି ପ୍ରକାର ରିଷ୍ଟ ଖଣ୍ଡନ କରିଦେବେ ବୋଲି କହି ଗାଡ଼ି ନିକଟକୁ ଯାଇ ସେଥିରେ ଲୁଟେରା ବେଶରେ ବସିଥିବା ଆଉଜଣେ ବାବାଙ୍କୁ ଡାକିଥିଲେ। ସେ ଗାଡ଼ିରୁ ଓହ୍ଲାଇ ଉକ୍ତ ଚାମ୍ବରକୁ ଆସି ହଠାତ ହାତ ସଫେଇରେ ବିଭୂତି ବାହାର କରି ସମରେନ୍ଦ୍ରଙ୍କୁ ଦେଇ ସବୁଦିନ ମଥାରେ ଲଗାଇବାକୁ କହିଥିଲେ। ଏଥିସହ ସମରେନ୍ଦ୍ରଙ୍କ ମଥାରେ ବିଭୂତି ଲଗାଇବା ଆଳରେ ନିଶାଦ୍ରବ୍ୟ ଶୁଙ୍ଘାଇଦେଇଥିଲେ। ସଙ୍ଗେ ସଙ୍ଗେ ସମରେନ୍ଦ୍ର ଅଚେତ ହୋଇପଡ଼ିବାରୁ ବାବା ବେଶଧାରୀ ଦୁଇ ଲୁଟେରା ସେ ପିନ୍ଧିଥିବା ସୁନାମୁଦି ଓ ଏକ ଜମିର କବଲା ପାଇଁ ରଖିଥିବା ନଗଦ ୩୪ ହଜାର ଟଙ୍କା ନେଇ ଉକ୍ତ କାର୍‌ରେ ଚମ୍ପଟ ମାରିଥିଲେ। ଚେତା ଫେରିବା ପରେ ସମରେନ୍ଦ୍ର ଲୁଟ୍‌ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ପ୍ରଥମେ ଲୋକଲଜ୍ଜା ପାଇଁ ଥାନାକୁ ଅଭିଯୋଗ କରିବାକୁ ଯାଇ ନ ଥିଲେ। ତେବେ ଅନ୍ୟମାନେ ଯେଭଳି ଏହି ବାବା ବେଶଧାରୀ ଲୁଟେରାଙ୍କ ଲୁଟ୍‌ର ଶିକାର ନ ହୁଅନ୍ତୁ ସେଥିପାଇଁ ଅଭିଯୋଗ କରିବାକୁ ଉଚିତ ମଣିଥିଲେ ବୋଲି ସମରେନ୍ଦ୍ର କହିଛନ୍ତି।
ଏନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଦୁଇଜଣ ଲୁଟେରା ବାବା ବେଶରେ ଆସି ଲୁଟ୍‌ କରିବା ଘଟଣାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ସେମାନେ ଆସିଥିବା କାର୍‌ ନମ୍ବର ମଧ୍ୟ ମିଳିଛି। ଏହି ଆଧାରରେ ଲୁଟେରାମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ଗୁଜରାଟ ସିରିଏଲ ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ,୭।୭: ୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଗୁଜରାଟ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟ ୩୮ ଜଣ…

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri