ବାପାଙ୍କୁ ନୂଆ ଜୀବନ ଦେଲା ପୁଅ

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ସମ୍‌ ହସ୍ପିଟାଲରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ ହୋଇଛି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ୫୫ବର୍ଷ ବୟସ୍କ ଜୟନ୍ତ ବିଶ୍ୱାଳଙ୍କ ଶରୀରରେ ତାଙ୍କ ପୁଅ ସୌମ୍ୟ ରଞ୍ଜନ ଦାନ କରିଥିବା ଲିଭରର କିଛି ଅଂଶକୁ ଡାକ୍ତରମାନେ ସଫଳତାର ସହ ପ୍ରତିରୋପଣ କରିଛନ୍ତି। ଦୀର୍ଘ ୯ଘଣ୍ଟାର ଅପରେଶନ ପରେ ଉଭୟ ପିତା ପୁତ୍ର ଆଇସିୟୁରେ ଥିଲେ ମଧ୍ୟ ନିରାପଦ ରହିଥିବା ସମ୍‌ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋଜ କୁମାର ସାହୁ କହିଛନ୍ତି। ହସ୍ପିଟାଲ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ସାହୁ ଏହି ସୂଚନା ଦେଇଛନ୍ତି। ରାଜ୍ୟର ଏହି ପ୍ରଥମ ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର ସମ୍‌ ହସ୍ପିଟାଲ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିବାବେଳେ ଏଥିପାଇଁ ପ୍ରାୟ ଦେଢ଼ବର୍ଷ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିଲାଗି ସମ୍‌ ହସ୍ପିଟାଲ ଓ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲ ମଧ୍ୟରେ ଏକ ରାଜିନାମା ହୋଇଥିବା ସମ୍‌ ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି। ଗୁରୁବାର ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଜଟିଳ ଅପରେଶନରେ ଯଶୋଦା ହସ୍ପିଟାଲର ୧୩ଜଣିଆ ଟିମ୍‌ଙ୍କ ସମେତ ସମ୍‌ ହସ୍ପିଟାଲର ୪୦ଜଣିଆ ଟିମ୍‌ ସାମିଲ ଥିଲେ। ଯଶୋଦା ହସ୍ପିଟାଲ୍‌ର ମୁଖ୍ୟ ଲିଭର ପ୍ରତିରୋପଣ ସର୍ଜନ୍‌ ପ୍ରଫେସର ଡା. ପି. ବାଲାଚନ୍ଦ୍ରନ୍‌ ମେନନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିରୋପଣ କରାଯାଇଥିଲା। ତାଙ୍କୁ ଯଶୋଦା ହସ୍ପିଟାଲ୍‌ର ନିଶ୍ଚେତକ ଏବଂ ଇଣ୍ଟେନ୍‌ସିଭ୍‌ କେୟାରର ନିର୍ଦ୍ଦେଶକ ଡା. ଜି. ଭି. ପ୍ରେମ୍‌ କୁମାର, ସମ୍‌ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋଜ କୁମାର ସାହୁ ଏବଂ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ପ୍ରେମାନନ୍ଦ ପଟ୍ଟନାୟକ ସହଯୋଗ କରିଥିଲେ।
ସୂଚନା ଅନୁଯାୟୀ, ଜୟନ୍ତ ୨୦୧୬ରେ ହଠାତ୍‌ ଯକୃତଜନିତ ରୋଗରେ ପୀଡ଼ିତ ହୋଇଥିଲେ। ସେ ନନ୍‌ ଆଲକୋହଲିକ୍‌ ଫ୍ୟାଟି ଲିଭର ରୋଗରେ ପୀଡ଼ିତ ହୋଇପଡ଼ିଥିବା ବେଳେ ନିଜ ଜୀବନ ବଞ୍ଚାଇବା ପାଇଁ ଲିଭର ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ସ୍ତ୍ରୀ ଅନୀତା ବିଶ୍ୱାଳ ତାଙ୍କ ଲିଭରର କିଛି ଅଂଶ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ତାଙ୍କ ବ୍ଲଡ୍‌ ଗ୍ରୁପ୍‌ ‘ବି’ ପଜିଟିଭ୍‌ ଥିବାରୁ ତାହା ଜୟନ୍ତଙ୍କ ‘ଏ’ ପଜିଟିଭ୍‌ ବ୍ଲଡ୍‌ ଗ୍ରୁପ୍‌ ସହିତ ମିଶି ନ ଥିଲା। ତେବେ ତାଙ୍କର ୧୯ ବର୍ଷୀୟ ଏକମାତ୍ର ପୁଅ ସାୈମ୍ୟ ରଞ୍ଜନଙ୍କର ବ୍ଲଡ୍‌ ଗ୍ରୁପ୍‌ ‘ଓ’ ପଜିଟିଭ୍‌ ହୋଇଥିବାବେଳ ଏହା ଜୟନ୍ତଙ୍କ ବ୍ଲଡ୍‌ ଗ୍ରୁପ୍‌ ସହ ମିଶିଲା। ତେଣୁ ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଲିଭରର କିଛି ଅଂଶ ପ୍ରଦାନ କରିବାକୁ ସୌମ୍ୟ ରଞ୍ଜନ ନିଷ୍ପତ୍ତିି ନେଇଥିଲେ। ତାଙ୍କ ନିଷ୍ପତ୍ତି ପରେ ସମ୍‌ ହସ୍ପଟାଲ୍‌ରେ ଏହି ପ୍ରତିରୋପଣ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟ ବାହାରେ ଲିଭର ପ୍ରତିରୋପଣ ପାଇଁ ୨୦ରୁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସମ୍‌ରେ ୧୦ ଲକ୍ଷ ଟଙ୍କାରେ ଏହି ପ୍ରକ୍ରିୟା କରାଯିବ। ତେବେ ଜୟନ୍ତଙ୍କ ଲିଭର ପ୍ରତିରୋପଣ ପ୍ରଥମ ହୋଇଥିବାରୁ ସମ୍‌ ହସ୍ପିଟାଲ୍‌ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିବା ଡା. ସାହୁ କହିଛନ୍ତି। ଆସନ୍ତା ୪ରୁ ୫ଦିନ ମଧ୍ୟରେ ପିତା ପୁତ୍ର ଆଇସିୟୁରୁ ପଦାକୁ ଆସିବେ ଏବଂ ଖୁବ୍‌ଶୀଘ୍ର ଆରୋଗ୍ୟ ହୋଇ ଘରକୁ ଫେରିବେ। ଡା. ସାହୁ କହିଛନ୍ତି ଯେ, ଲିଭର ପ୍ରତିରୋପଣ ଏକ ଜଟିଳ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଦାନ କରୁଥିବା ବ୍ୟକ୍ତିଙ୍କର କୌଣସି ସମସ୍ୟା ହୁଏ ନାହିଁ। କାରଣ ଚର୍ମ ଭଳି କିଛିଦିନ ମଧ୍ୟରେ ଲିଭର ମଧ୍ୟ ପୂର୍ବାବସ୍ଥାକୁ ଫେରିଆସେ। ସେହିଭଳି ଯାହାଙ୍କ ଠାରେ ଲିଭର ପ୍ରତିରୋପଣ ହୁଏ ସେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ଜୀବନ ଯାପନ କରିଥାନ୍ତି। ରାଜ୍ୟରେ ଲିଭର ଜନିତ ରୋଗ ଗୁରୁତର ସ୍ଥିତିରେ ରହିଛି। ଉପକୂଳ ଓଡ଼ିଶାରେ ୮ ପ୍ରତିଶତ ଲୋକ ଲିଭର ରୋଗରେ ପୀଡିତ ଥିବାବେଳେ ଆଦିବାସୀ ଅଞ୍ଚଳରେ ଏହା ପ୍ରାୟ ୧୩ ପ୍ରତିଶତ ରହିଛି।
ଏହି ଖବରଦାତା ସମ୍ମିଳନୀରେ ଡା. ପ୍ରେମାନନ୍ଦ ପଟ୍ଟନାୟକ, ଯଶୋଦା ହସ୍ପିଟାଲ୍‌ର ସିନିୟର୍‌ ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ସାହୁ, ସୋଆର ଜଏଣ୍ଟ ରେଜିଷ୍ଟ୍ରାର୍‌ ଶଶାଙ୍କ ଶେଖର ମିଶ୍ର, ଯଶୋଦା ହସ୍ପିଟାଲ୍‌ର ସର୍ଜନ୍‌ ଡା. କ୍ରିଷ୍ଣା ଚୈତନ୍ୟ ଏବଂ ଆନେସ୍ଥେସିଷ୍ଟ ଡା. ଶକ୍ତି ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୩ ଜାନୁୟାରୀ ୨୭ରେ ବୋନ୍‌ ମ୍ୟାରୋ ପ୍ରତିରୋପଣ ସମ୍‌ ହସ୍ପିଟାଲରେ ରାଜ୍ୟରେ ପ୍ରଥମ ଥର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri