Posted inଖେଳ

ବାପା ହେଲେ ଏହି କ୍ରିକେଟର୍‌

୨୦୧୬ ରେ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳକୁ ଟି-୨୦ ବିଶ୍ୱ ଚାମ୍ପିଅନ କରିଥିବା କାର୍ଲୋସ ବ୍ରାଥୱାଇଟ କନ୍ୟା ସନ୍ତାନର ବାପା ହୋଇଛନ୍ତି। ବ୍ରାଥୱାଇଟ ଇନଷ୍ଟାଗ୍ରାମରେ ତାଙ୍କ ଝିଅର ଫଟୋ ଶେୟାର କରିଛନ୍ତି ଏବଂ ତାଙ୍କ ନାମ ତାଙ୍କ ପ୍ରଶଂସକଙ୍କ ନିକଟରେ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ଝିଅର ଏକ ଫଟୋ ଶେୟାର କରି ବ୍ରାଥୱାଇଟ ଲେଖିଛନ୍ତି, ଇଡେନ ରୋଜ ବ୍ରାଥୱାଇଟ ନାମକୁ ମନେରଖ। ଜନ୍ମ ତାରିଖ ୬ ଫେବୃଆରୀ ୨୦୨୨, ବାପା ପ୍ରତିଶୃତି ଦେଇଛନ୍ତି ଯେ ସେ ତୁମକୁ ହୃଦୟରୁ ଭଲ ପାଇବେ। ଧନ୍ୟବାଦ ଜେସିକା ଫ୍ଲେକ୍ସି ବ୍ରାଥୱାଇଟ, ତୁମେ ବହୁତ ଶକ୍ତିଶାଳୀ। ମୁଁ ନିଶ୍ଚିତ ଯେ ତୁମେ ଜଣେ ଭଲ ମା ହେବ।
ଅଗଷ୍ଟ ୨୦୧୯ରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ରାଥୱାଇଟ ଦୀର୍ଘ ସମୟ ଧରି ଦଳ ବାହାରେ ରହିଛନ୍ତି। ୨୦୧୬ ରେ ଭାରତରେ ଅନୁଷ୍ଠିତ ଆଇସିସି ଟି -୨୦ ବିଶ୍ୱକପର ଫାଇନାଲରେ ବ୍ରାଥୱାଇଟ ୱେଷ୍ଟଇଣ୍ଡିଜକୁ ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ କ୍ରମାଗତ ଚାରିଟି ବଲରେ ଚାରିଟି ଛକା ମାରି ଦଳକୁ ବିଶ୍ୱ ଚାମ୍ପିୟନ କରାଇଥିଲେ।
ୱେଷ୍ଟଇଣ୍ଡିଜ ପାଇଁ ବ୍ରାଥୱାଇଟ ମୋଟ ତିନୋଟି ଟେଷ୍ଟ, ୪୪ଟି ଦିନିକିଆ ଏବଂ ୪୧ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛି। ଲଗାତାର ଖରାପ ଫର୍ମ ଯୋଗୁ ସେ ଦଳରୁ ବାହାରିଛନ୍ତି। ବ୍ରାଥୱାଇଟ ଯଥାକ୍ରମେ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଇଣ୍ଟରନ୍ୟାସନାଲରେ ୧୮୧, ୫୫୯ ଏବଂ ୩୧୦ ରନ ସ୍କୋର କରିଛନ୍ତି ଏବଂ ତିନୋଟି ଫର୍ମାଟରେ ଯଥାକ୍ରମେ ଗୋଟିଏ, ୪୩ ଏବଂ ୩୧ ଉଇକେଟ ନେଇଛନ୍ତି।

 

View this post on Instagram

 

A post shared by Carlos Brathwaite (@ricky.26)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri