Posted inଭଦ୍ରକ

ବାତ୍ୟା ଅମ୍ଫନ ପ୍ରଭାବ: ଆରଡିରେ ଆରମ୍ଭ ହେଲାଣି ବର୍ଷା, ବହୁଛି ୪୦ କି.ମି. ବେଗରେ ପବନ

ଆରଡି,୧୯ା୫, (ଡି.ଏନ.ଏ.)-ଭଦ୍ରକ ଜିଲା ଆରଡି ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ବାତ୍ୟା ଅମ୍ଫନର ପ୍ରଭାବ ଦେଖିବାକୁ ମିଳିଛି। ଅପରାହ୍ନରୁ ଝିପିଝିପି ବର୍ଷା ସାଙ୍ଗକୁ ଘଣ୍ଟାକୁ ପ୍ରାୟ ୪୦ କି.ମି. ବେଗରେ ପବନ ବହିବା ଆରମ୍ଭ ହୋଇଯାଇଛି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ, ପାଳସାହି, ରଇପୁର, ଶ୍ୟାମସୁନ୍ଦରପୁର ଆଦି ପଞ୍ଚାୟତରେ ସୋମବାରଠାରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ସେହିପରି ଅଙ୍ଗନଓ୍ବାଡି କର୍ମୀମାନେ ଘର ଘର ବୁଲି ସଚେତନ କରୁଥିବା ଦେଖିବାକୁ ମିଳିଛି। ବୁଧବାର ସା ପର୍ଯ୍ୟନ୍ତ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୧ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?