Posted inଖେଳ

ବାତିଲ ହୋଇପାରେ ଆଇପିଏଲ୍‌

କରୋନା ଭାଇରସ ସଂକ୍ରମଣ ଯୋଗୁ ଚଳିତ ସିଜନରେ ଅନେକ କ୍ରୀଡ଼ା ସ୍ଥଗିତ ରହିଛି କିମ୍ବା ବାତିଲ ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ ମଧ୍ୟ ବାତିଲ ହେବା ସମ୍ଭାବନା ରହିଛି। ବିଶ୍ୱର ଏହି ବ୍ୟୟବହୁଳ କ୍ରିକେଟ ଲିଗ୍‌ ମାର୍ଚ୍ଚ ୨୯ରେ ଆରମ୍ଭ ହେବାର ଥିଲା ମାତ୍ର ତାହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ମାତ୍ର ରିପୋର୍ଟ ଅନୁସାରେ ଲିଗ୍‌ର ଏହି ୧୩ତମ ସଂସ୍କରଣ ପୂରା ବାତିଲ ହେବା ପଥରେ ରହିଛି। ସମଗ୍ର ବିଶ୍ୱ ଏବେ କରୋନା ବିପକ୍ଷରେ ଲଢ଼େଇ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଏହି କାରଣରୁ ୭୨୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ୩୩,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ଗଲାଣି।
ଭାରତ ଏବେ ୨୧ ଦିନିଆ ଲକ୍‌ଡାଉନ ସମୟ ଦେଇ ଗତିକରୁଛି। ଏପରି ସ୍ଥିତିରେ ଏକ ଟୁର୍ନାମେଣ୍ଟ ଆୟୋଜନ କରିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପାଇଁ ସହଜ ହେବନାହିଁ ନିଶ୍ଚିତ। ଖବର ଅନୁସାରେ ୨୦୨୧ରେ ବଡ଼ଧରଣର ଖେଳାଳି ନିଲାମ ହେବନାହିଁ। ପ୍ରତିଥର ଫ୍ରାଞ୍ଚାଇଜ୍‌ଗୁଡ଼ିକ ଅଳ୍ପକିଛି ଖେଳାଳିଙ୍କୁ ଅପରିବର୍ତ୍ତିତ ରଖୁଥିବାବେଳେ ଅଧିକ ଖେଳାଳି ନିଲାମକୁ ଯାଇଥାନ୍ତି। ମାତ୍ର ଚଳିତ ବର୍ଷ ଆଇପିଏଲ ନ ହେଲେ ଆସନ୍ତା ବର୍ଷ ସେପରି ହେବନାହିଁ। ”ଆଇପିଏଲ୍‌ ଚଳିତ ବର୍ଷ ହେବନାହିଁ। ଏହା ଆସନ୍ତା ବର୍ଷ ହେବ। ଦେଶର ସାମ୍ପ୍ରତିକ ଅବସ୍ଥା ସମ୍ପର୍କରେ ସମସ୍ତେ ଅବଗତ। ଏପରିସ୍ଥିତିରେ କେହି ରିସ୍କ ନେବାକୁ ଚାହିଁବେ ନାହିଁ“ ବୋଲି ଏକ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ଜଣେ ବିସିସିଆଇ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଷ୍ଟାଡିୟମରେ ସାମାଜିକ ଦୂରତା ରଖିବା ସମ୍ଭବ ହେବନାହିଁ। ତେଣୁ ଆଇପିଏଲକୁ ଆସନ୍ତା ବର୍ଷ କରାଇବା ଠିକ୍‌ ହେବ। ଆସନ୍ତା ବର୍ଷ ବଡ଼ଧରଣର ନିଲାମ ପ୍ରକ୍ରିୟା ହେବନାହିଁ । ଭାରତ ସରକାରଙ୍କ ନିର୍ଦ୍ଦେଶ ମିଳିବାପରେ ଆମେ ଫ୍ରାଞ୍ଚାଇଜ୍‌ମାନଙ୍କୁ ଜଣାଇ ଦେବୁ। ୨୦୨୦ ସିଜନ ୨୦୨୧ରେ ଜାରି ରହିବ ବୋଲି ସେ କହିଛନ୍ତି। ସାମ୍ପ୍ରତିକ ସ୍ଥିତି ଦୃଷ୍ଟିରୁ ପୁରା କ୍ରୀଡ଼ା କ୍ୟାଲେଣ୍ଡର ପ୍ରଭାବିତ ହୋଇଛି। କୌଣସି କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ବର୍ଷକୁ ଘୁଞ୍ଚତ୍ବାରେ ଲମ୍ବା ତାଲିକା ରହିଛି। ଦୁଇଟି ବଡ଼ ଟୁର୍ନାମେଣ୍ଟ ଅଲିମ୍ପିକ୍ସ ୨୦୨୦ ଓ ୟୁରୋ ୨୦୨୦ ଆସନ୍ତା ବର୍ଷକୁ ଘୁଞ୍ଚତ୍ଛି। ଏଥିରେ ଆଇପିଏଲ ଯୋଡ଼ି ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri