ବାଟୋଇଙ୍କ ପାଇଁ ମାନସିଂହଙ୍କ ମାହାଲ ଖଞ୍ଜା

ମହାପ୍ରଭୁଙ୍କ ଉପାସନା ପରମ୍ପରା କେବଳ ଏକ ଉଦାରବାଦୀ ପରମ୍ପରା ନୁହଁ, ମଣିଷ ପଣିଆର ମୂଲ୍ୟବୋଧ ପରମ୍ପରା ମଧ୍ୟ। ଏହାର ରହସ୍ୟ ଭେଦିବା ବଁା ହାତର ଖେଳ ନୁହେଁ, କିନ୍ତୁ ଭେଦି ହେବନି, ସେ କଥା ବି ନୁହେଁ । ଯିଏ ଭେଦିଛି ସେ ପରମ୍ପରା ନିକଟକୁ ଆଉଜି ଆସିଛି। ରାଜା ମାନସିଂହ ଧାମକୁ ଆସିବା ବେଳର କଥା। ଗାଡ଼ିିମୋଟର ନ ଥିଲା। ଫିନିଫିନିଆ ଚଲାରାସ୍ତା ବି ସାତସପନ। ରାସ୍ତାରେ ବହୁ କଥା ଦେଖିଲେ, ମାତ୍ର କେତୋଟି ବୁକୁଥରା ଦୃଶ୍ୟ ତାଙ୍କୁ ଚହଲାଇ ଦେଲା। ଦେଖିଲେ ପେଡ଼ିପୁଟୁଳା ଧରି ତୀର୍ଥକୁ ଆସୁଥିବା ଲୋକେ ବଡ଼ ଦୟନୀୟ ହୋଇ ଠାକୁ ଠା ଥକ୍‌କା ମାରୁଛନ୍ତି। ନାରଖାର ହୋଇ କେତେଜଣ ଏଠିସେଠି ପଡିଛନ୍ତି। ପାଣି ନାହିଁ, ଖାଇବା ଦରବ ନାହିଁ। ବହୁ ପଥ ପାରି ହେବାକୁ ବହୁଦିନ ଲାଗିବା ବଡ଼କଥା ନୁହଁ। ବଡ଼କଥା ହେଉଛି ରାସ୍ତାରେ ଦୋକାନ ବଜାର ଓ ଖାଇବା ଚିଜ ମିଳିବା। ଆଜିକାଲି ପରି ଦୋକାନ ବଜାର ବାଟରେ ନ ଥିଲା। ନ ଖାଇ ନ ପିଇ କେହି ରୋଗିଣା ହେଲେଣି ତ କେହି ଚାଲିପାରୁ ନାହାନ୍ତି। ବସିଲା ଠୁ ଯିଏ ଉଠିପାରୁନି, ସିଏ ଚାଲିବ ବା କଣ!
ସାଙ୍ଗରେ ଥିବା ରାଜକର୍ମଚାରୀଙ୍କୁ ପଠାଇ ବୁଝିଲେ। ସେମାନେ ବୁଝିଆସି କହିଲେ-ମହାରାଜ! ଏମାନେ ଦିନ ଦିନ ଧରି ଖାଇନାହାନ୍ତି। ଆବୁଡ଼ା ଝଟକା କୂଅ ପୋଖରୀ ମିଳିଲେ ପାଣି ମୁନ୍ଦେ ମୁନ୍ଦେ ପିଇ ମହାପ୍ରଭୁଙ୍କ ଭଜନ ନିଜ ଭାଷାରେ ଗାଇ ଗାଇ ଚାଲିଛନ୍ତି। କେତେଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ମାତ୍ର କିଛି ଫଳ ନ ହେବାରୁ ଛାଡ଼ି ଚାଲିଯାଉଛନ୍ତି। ସେ ଯେଉଁ କେତେଜଣ ପଡ଼ିଥିବା ଆପଣ ଦେଖିଲେ, ସେମାନେ ମରିଯାଇଛନ୍ତି… ।
ମହାରାଜା ଦୀର୍ଘ ନିଃଶ୍ୱାସଟିଏ ପକାଇଲେ। ତୀର୍ଥରେ ପହଞ୍ଚତ୍ଲେ। ଗୁରୁମଠରେ ଡେରା ପକାଇଲେ। ଗୁରୁ ମଠଟି ହେଉଛି ଉତ୍ତର ପାରଶ (ପାର୍ଶ୍ୱ) ମଠ। ପରଦିନ ମହାପୁରୁଙ୍କ ଦର୍ଶନ ସାରି ଡେରାରେ ପହଞ୍ଚତ୍ ମହନ୍ତ ମହାରାଜାଙ୍କ ସହ କଥା ହେଲେ। ମନ କଥା ପ୍ରକାଶ କଲେ। ସ୍ଥାୟୀ ଭୂସମ୍ପତ୍ତି ଖଞ୍ଜା ଦେଲେ ମଠ ପକ୍ଷରୁ ତୀର୍ଥଯାତ୍ରୀଙ୍କ ଖାଇବା, ପିଇବା ବ୍ୟବସ୍ଥା ହୋଇପାରିବ ବୋଲି ମାହାର୍ଜେ ଭରସା ଦେଲେ।
ନିଜ ଇଲାକା ନୁହଁ। ନିଜ ଜମିଦାରି ବି ନୁହଁ। ଭୂ ସମ୍ପତ୍ତି ସ୍ଥାୟୀ ଭାବରେ ଖଞ୍ଜା ନ ଦେଲେ ବାବାଜୀ ପଞ୍ଝା ଖାଇବେ କଣ, ଖୁଆଇବେ ବା କେମିତି ! ବହୁ ବିଚାର ପରେ ମାହାଲ ବଦଳ ପରମ୍ପରା ଆପଣାଇ ନେଲେ । ନୀଳଗିରି ରାଜା ଶେଷରେ ରାଜି ହେଲେ। ସେଇଠି ଗୋଟିଏ ବିରାଟ ମାହାଲ ଉତ୍ତର ପାର୍ଶ୍ୱ ମାହାର୍ଜାଙ୍କ ମାର୍ଫତରେ ଖଞ୍ଜା ଦେଲେ। ମାହାଜର୍ର୍ ବି ପଛକୁ ହଟିବା ଲୋକ ନୁହଁନ୍ତି। ଜଗନ୍ନାଥ ସଡ଼କରେ ଠାଆକୁ ଠା ରାମାନୁଜୀ ବାବାଜୀ ରହିଲେ। ମରଣାନ୍ତକ ଦୁଃଖରୁ ଲେଉଟାଇ ଆଣିଲେ ତୀର୍ଥଯାତ୍ରୀଙ୍କୁ ।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ଚାଇନାର ପ୍ରାଧାନ୍ୟ, ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ଜିନପିଙ୍ଗ

ବେଜିଂ,୧୬।୭: ଏକ ସର୍ଭେରେ ଚାଇନା ଆମେରିକା ତୁଳନାରେ ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି। ସମ୍ପ୍ରତି, ପିଉ ରିସର୍ଚ୍ଚ ସେଣ୍ଟର 2026 ଆରମ୍ଭରେ ୩୬ଟି ଦେଶରେ ଏକ ସର୍ଭେ…

ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ଟିକସ ଲଗାଇପାରିବେ କି? ଜାଣନ୍ତୁ କ’ଣ କହୁଛି ଅନ୍ତର୍ଜାତୀୟ ଆଇନ

ତେହରାନ,୧୬।୭: ବିଶ୍ୱ ରାଜନୈତିକ ଏବଂ ରଣନୈତିକ ମୋର୍ଚ୍ଚାରେ ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ପୁଣିଥରେ ସଂଘର୍ଷର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ଗୁରୁତ୍ୱପୂର୍ଣ୍ଣ…

ମାତ୍ର ୧ ଟଙ୍କାରେ ୧ ଲକ୍ଷ କୋଟି ଟଙ୍କା ବିବାଦର ସମାଧାନ କରିବେ ସୁପ୍ରିମକୋର୍ଟ: ଜାଣନ୍ତୁ ଚର୍ଚ୍ଚିତ ମାମଲା ବିଷୟରେ

ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ କଲ୍ୟାଣୀ ପରିବାର ସହିତ ଜଡିତ ପାରିବାରିକ ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମୋଡ଼ରେ ପହଞ୍ଚିଛି। ପ୍ରାୟ ୧…

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ, କହିଲେ ପୁଣି ସେମିତି କରିବାକୁ ଯାଉଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସମୟରେ, କେନ୍ଦ୍ରର ମୋଦି ସରକାର ପୁଣି ଥରେ ସୀମା ନିର୍ଦ୍ଧାରଣ ବିଲ…

ଡାକ୍ତର ସ୍ବାମୀଙ୍କୁ ହତ୍ୟା, ପୁଅକୁ ଛୁରାମାଡ଼; ପାଖରେ ବସି ଫୋନ୍‌ ଦେଖୁଥିଲେ ସ୍ତ୍ରୀ

ବେଙ୍ଗାଲୁରୁ,୧୬ା୭: କର୍ନାଟକର ହୁବାଲିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଭିତରୁ ମିଳିଛି। ତାଙ୍କ ଆଠ…

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri