Posted inରାଜ୍ୟ

ବାଟବଣା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ୨ ମାସ ହେଲାଣି ବନ୍ଦ ରହିଛି କାର୍ଯ୍ୟାଳୟ

ନୟାଗଡ଼ ଅଫିସ,୧୨।୭- ନୟାଗଡ଼ ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାଟବଣା ହୋଇପଡ଼ିଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭକରି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଥିବା କାର୍ଯ୍ୟାଳୟରେ ତାଲା ପଡ଼ିଛି। ଏ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ( ଆର୍‌ଏସ୍‌ବିୱାଇ) ପକ୍ଷରୁ ସରକାରୀ ମେଡ଼ିକାଲ୍‌ ପରିସରରେ ଏକ କାର୍ଯ୍ୟାଳୟ ଖୋଲାଯାଇ ସେଠାରେ ଡାଟା ଏଣ୍ଟ୍ରି ଅପରେଟର( ଡିଇଓ)ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏମାନେ ଆରଏସ୍‌ବିୱାଇ ଓ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଥିବା ରୋଗୀମାନଙ୍କୁ ସହାୟତା କରିବା ପାଇଁ ନିଯୁକ୍ତ ହୋଇଥିଲେ। ପରେ ଅଗଷ୍ଟ ୧୫ଠାରୁ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେଲା। ନିଯୁକ୍ତ ପାଇଥିବା ଡିଇଓମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ବୁଝିଥିଲେ। ସ୍ବାସ୍ଥ୍ୟ କାର୍ଡ଼ ଥିବା ରୋଗୀମାନେ ମେଡ଼ିକାଲ୍‌ରେ ଭର୍ତ୍ତି ହେବା ପରେ ମେଡ଼ିକାଲ ବାହାରୁ ମିଳୁଥିବା ରୋଗୀମାନଙ୍କ କାର୍ଡ଼ ଏଣ୍ଟ୍ରି କରାଯିବା ପରେ ରୋଗୀମାନେ ସେମାନଙ୍କ ପାଇଁ ଥିବା ସମସ୍ତ ପ୍ରାପ୍ୟ ପାଉଥିଲେ। ଆରଏସ୍‌ବିୱାଇ ବନ୍ଦ କରି କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କଲେ। ହେଲେ ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହୋଇଥିବାରୁ ରାଜ୍ୟରେ ଏହାକୁ ଲାଗୁ କରାଗଲା ନାହିଁ। ଫଳରେ ଏହିଭଳି ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ମେ ୨୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରଏସ୍‌ବିୱାଇ ଅନ୍ତର୍ଗତ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଚାହିଁଲେ ରଖି ପାରିବେ ନ ହେଲେ ନାହିଁ ବୋଲି ଅର୍ଡ଼ର ଆସିଥିଲା। ଫଳରେ ୩୧ ମେରେ ଜିଲାରେ କାମ କରୁଥିବା ୧୪ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ସେମାନେ ହେଲେ ଜିଲାରେ ପ୍ରତି ବ୍ଲକରେ ଥିବା ଜଣେ ଜଣେ ଡିଇଓ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ୪ ଜଣ ଡିଇଓ , ଚାନ୍ଦପୁର ମେଡ଼ିକାଲ୍‌ରେ ଥିବା ଜଣେ ଡିଇଓ ଏବଂ ଜଣେ ଆଟେଣ୍ଟାଣ୍ଡ । ଏ ନେଇ ୧୪ ଜଣ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨ ମାସ ହେଲାଣି ଉକ୍ତ କାର୍ଯ୍ୟାଳୟ ବନ୍ଦ ହୋଇ ପଡ଼ିଥିବା ଯୋଗୁଁ ଅଧିକାଂଶ ରୋଗୀଙ୍କୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳୁଛି।
ଯେ, ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନାରେ ରୋଗୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଚିକିତ୍ସା ପାଇପାରିବେ। ସେହିଭଳି ବାର୍ଷିକ ପରିବାର ପିଛା ୫ ଲକ୍ଷ ଓ ମହିଳା ସଦସ୍ୟମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇପାରିବେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଆଦେଶ ଆସିବା ପରେ ଆମେ ଏହାକୁ ବନ୍ଦ କରିଦେଇଛୁ। ଆୟୁଷ୍ମାନ ଯୋଜନା ଚାଲୁ ହେଲେ ହୁଏତ ଏହା ଖୋଲାଯାଇପାରେ ବୋଲି ପ୍ରକାଶ କରିଥିଲେ। ଓଡ଼ିଶାର ଅଧିକାଂଶ ଜିଲାରେ ଏହି କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିବା ନେଇ ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri