ବାଟବଣା

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧିବଦ୍ଧ ଘୋଷଣା କରି କହିଛନ୍ତି ଯେ, ଗୋଟିଏ ଦେଶରେ ଗୋଟିଏ ଭାଷା ରହିବା ଆବଶ୍ୟକ। ସେଥିପାଇଁ ହିନ୍ଦୀ ଜାତୀୟ ଭାଷା ହେବା ଦରକାର। ଉତ୍ତର ଭାରତର କେତେକ ରାଜ୍ୟରେ ବ୍ୟବହୃତ ହେଉଥିବା ହିନ୍ଦୀ ଭାଷାକୁ ଭାରତୀୟ ସମ୍ବିଧାନରେ ସ୍ଥାନ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତର ୪୪ ପ୍ରତିଶତ ନାଗରିକ ହିନ୍ଦୀକୁ ନିଜର ଭାଷା ଭାବେ ଜନଗଣନା ବେଳେ କହିଥିଲେ। ଅପରପକ୍ଷରେ କେତେ ସଂଖ୍ୟକ ଲୋକ ଇଂଲିଶ୍‌ ବ୍ୟବହାର କରନ୍ତି ବୋଲି ଜନଗଣନାରେ ପ୍ରଶ୍ନ ନ ଥିବାରୁ ସରକାର କହୁଛନ୍ତି ମାତ୍ର ୩ ପ୍ରତିଶତ ନାଗରିକ ଇଂଲିଶ୍‌ ବ୍ୟବହାର କରୁଛନ୍ତି। ଅନେକ ଶିକ୍ଷିତ ବ୍ୟକ୍ତି ଏସବୁକୁ ଭଲ ଭାବେ ବୁଝି ନ ପାରି ଚିନ୍ତା କରନ୍ତି ଯେ, ହିନ୍ଦୀ ହେଉଛି ଜାତୀୟ ଭାଷା। କିନ୍ତୁ ବାସ୍ତବରେ ଦେଖିଲେ ବୁଝାପଡ଼ୁଛି, ଇଂଲିଶ୍‌ ସମେତ ସମ୍ବିଧାନରେ ହିନ୍ଦୀ ହେଉଛି ଦ୍ୱିତୀୟ ସରକାରୀ ବା ରାଜଭାଷା। ସ୍ବାଧୀନତା ପୂର୍ବରୁ ଏହି ଉପମହାଦେଶର ଇତିହାସ ଦେଖିଲେ ଜଣାପଡ଼େ ଯେ, ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରି ରାଜାମାନେ ପ୍ରଜାଙ୍କୁ ଶାସନ କରୁଥିଲେ। ବିଦେଶରୁ ଆସି ଏହି ଭୂଖଣ୍ଡର କିଛି ଅଂଶ ଉପରେ ଶାସନ କରିଥିବା ମୁସଲମାନ ରାଜାମାନେ ଆରବୀୟ, ପାର୍ସୀ ଭଳି ଅନେକ ଭାଷାର ସାହାଯ୍ୟ ନେଇ ପ୍ରଶାସନ ଚଳାଇଥିଲେ। ପରବର୍ତ୍ତୀ ସମୟରେ ଏହି ମାଟିରୁ ଜନ୍ମ ନେଇଥିଲା ଊର୍ଦ୍ଦୁ ଭାଷା। ପଞ୍ଜାବ ଓ ସିନ୍ଧ୍‌ ଭଳି ଉତ୍ତର ପଶ୍ଚିମାଞ୍ଚଳରେ ବସବାସ କରୁଥିବା ଉଭୟ ହିନ୍ଦୁ ଓ ମୁସଲମାନମାନେ ମଧ୍ୟ ଊର୍ଦ୍ଦୁ ପଠନ ସହ କଥାବାର୍ତ୍ତା ମଧ୍ୟ କରୁଥିଲେ। କିନ୍ତୁ ହିନ୍ଦୀ ଏକ ଜାରଜ ଭାଷା। ତାହାର ଅନେକ ଶବ୍ଦ ଊର୍ଦ୍ଦୁ, ଫରାସୀ, ଆରବୀୟ ସମେତ ଅନେକ ୟୁରୋପୀୟ ଭାଷାରୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ହିନ୍ଦୀ ଏକ ଶାସ୍ତ୍ରୀୟ ଭାଷା ନୁହେଁ। ଭାରତର ମାତ୍ର ୬ଟି ଶାସ୍ତ୍ରୀୟ ଭାଷା ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍‌ ଏବଂ ଓଡ଼ିଆ ଜୀବିତ ଅଛନ୍ତି। ଆମେ ଓଡ଼ିଆ ଗୌରବାନ୍ବିତ ହେବା କଥା ଯେ, ଏହି ଉପମହାଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ୧ ଏପ୍ରିଲ ୧୯୩୬ରେ ଓଡ଼ିଶା ଜନ୍ମ ନେଇଥିଲା। ସ୍ବାଧୀନତା ପରେ ବିଶେଷକରି ଗତ ଶତାବ୍ଦୀର ୬୦ ଦଶନ୍ଧିରେ ଅମିତ୍‌ ଶାହଙ୍କ ଭଳି କେତେକ ରାଜନୈତିକ ବ୍ୟକ୍ତି ଅନୁରୂପ ଆକାରରେ ହିନ୍ଦୀକୁ ଜାତୀୟ ଭାଷାର ଆଖ୍ୟା ଦେବାକୁ ଚେଷ୍ଟା କରିଥିଲେ। ସେତେବେଳେ ସେହି ରାଜନୀତିଜ୍ଞମାନେ କିମ୍ବା ଆଜିର ଅମିତ୍‌ ଶାହ ଯଦି ତାଙ୍କର ମନ୍ଦ ଉଦ୍ଦେଶ୍ୟରେ ସଫଳତା ହାସଲ କରନ୍ତି, ତେବେ ସବୁ ଛାତ୍ରୀଛାତ୍ରଙ୍କୁ ହିନ୍ଦୀ ଭାଷା ମାଧ୍ୟମରେ ଶିକ୍ଷା ଲାଭ କରିବାକୁ ଜୋରଜବରଦସ୍ତ ପଡ଼ିବ। ଯେତେବେଳେ ବିଦ୍ୟାଳୟସ୍ତରରୁ ମାତୃଭାଷାକୁ ଏକ ଗୌଣ ବିଷୟ ଭାବରେ ବୁଝେଇ ଦିଆଯିବ, ସେତେବେଳେ ହିନ୍ଦୀ ବ୍ୟତୀତ ଭାରତର ଅନ୍ୟ ସବୁ ଭାଷା କ୍ରମଶଃ ଲୋପ ପାଇଯିବାର ଯଥେଷ୍ଟ ଆଶଙ୍କା ରହିଛି। ତତ୍‌କ୍ଷଣାତ୍‌ ନ ହେଲେ ମଧ୍ୟ ଦୁଇତିନିଟି ପିଢ଼ି ପରେ ଓଡ଼ିଆ, ବଙ୍ଗଳା, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍‌ ଭଳି ପୁରାତନ ଭାଷା ନିଶ୍ଚିତ ଭାବେ ନିଶ୍ଚିହ୍ନ ହୋଇଯିବ।
ଆଜିର ସରକାର ଭାବୁଛନ୍ତି ଯେ ଜିଏସ୍‌ଟି ଲାଗୁ କଲା ପରେ ‘ଗୋଟିଏ ଦେଶ ଗୋଟିଏ ଟିକସ’ ଅନେକ ସଫଳତା ପାଇଛି। ଏହି ଦାବିକୁ ଭଲଭାବେ ଦେଖିଲେ ଜଣାପଡୁଛି ଯେ, ବିମୁଦ୍ରୀକରଣ ପରେ ଆସିଥିବା ଜିଏସ୍‌ଟି ବ୍ୟବସ୍ଥା ଯୋଗୁ ଆଜିର ଜାତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଦେଶକୁ ଭୋଗିବାକୁ ପଡୁଛି। ଏହି ଅପ୍ରାକୃତିକ ଅର୍ଥନୈତିକ ଦୁଃସ୍ଥିତି ପାଇଁ ଜୋରଜବରଦସ୍ତ କରାଯାଉଥିବା କାର୍ଯ୍ୟ ମୁଖ୍ୟତଃ ଦାୟୀ। ଆଜି ମଧ୍ୟବିତ୍ତ ବର୍ଗ ଏହାର କୁଫଳ ଭୋଗ କରି ନୀରବ ରହିଛନ୍ତି। ଆସନ୍ତା କିଛିମାସ ମଧ୍ୟରେ ଦୁଃସ୍ଥିତିର ପ୍ରଭାବ ଯେତେବେଳେ ଗରିବଙ୍କ ପେଟରେ ଲାତ ମାରିବ, ସେତେବେଳେ କେଉଁ ପରିସ୍ଥିତି ଉପୁଜିବ ତାହା ଦେଖିବାକୁ ବାକି ଅଛି। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତର ସମ୍ବିଧାନ କେବଳ ଇଂଲିଶ୍‌ ଓ ହିନ୍ଦୀରେ ଉପଲବ୍ଧ । ଯଦି ଭାଷାର ଇତିହାସକୁ ଦେଖାଯାଏ, ତେବେ ଗତ ଶତାବ୍ଦୀର ତୃତୀୟ ଦଶକକୁ ମନେପକାଇବାକୁ ପଡ଼ିବ। ଦକ୍ଷିଣ ଭାରତରେ ହିନ୍ଦୀ ବିରୋଧୀ ଆନ୍ଦୋଳନ ୧୯୩୦ରୁ ଆରମ୍ଭ ହୋଇ ୧୯୬୦ ଯାଏ ଚାଲିଥିଲା। ଦ୍ରାବିଡ଼ୀୟମାନେ ଏହାକୁ ଘୋର ବିରୋଧ କରିବା ପରେ ସାମ୍ବିଧାନିକ ସଭାରେ ଏ ନେଇ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ‘ମୁନ୍‌ସି-ଆୟାଙ୍ଗାର ସୂତ୍ର’ ଅନୁଯାୟୀ ହିନ୍ଦୀକୁ ଭାରତର ଅନ୍ୟାନ୍ୟ ଭାଷା ଭଳି ଅନ୍ୟତମ ସରକାରୀ ଭାଷା ଭାବେ ଅଭିହିତ କରାଯାଇଥିଲା। କନେୟାଲାଲ ମାନିକ୍‌ଲାଲ ମୁନ୍‌ସି ଏବଂ ଏନ୍‌. ଗୋପାଳସ୍ବାମୀ ଆୟାଙ୍ଗାର ସମ୍ବିଧାନର ଚିଠା କମିଟିର ସଦସ୍ୟ ଥିଲେ। ମୁନ୍‌ସି ଗୁଜରାଟୀ ଥିବା ବେଳେ ଆୟାଙ୍ଗାର ମାଡ୍ରାସର ଲୋକ। ଉଭୟେ ଦେଶବାସୀଙ୍କ ଭାବାବେଗ ବୁଝି ସବୁ ଭାଷାକୁ ସମାନ ଗୁରୁତ୍ୱ ଦେଇଥିଲେ। କେବଳ ଭାରତ ନୁହେଁ, ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରରେ ବହୁବିଧ ଭାଷା ବ୍ୟବହାର କରାଯାଉଛି। ଆମେରିକାରେ ଏପରିକି ସାଧାରଣ ଯାନବାହନ ଏବଂ ସରକାରୀ କାଗଜପତ୍ରରେ ଇଂଲିଶ୍‌ ସମେତ ସ୍ପେନୀୟ ଭାଷା ବ୍ୟବହୃତ ହୋଇଥାଏ। ସେହିଭଳି ବିଶ୍ୱର ସର୍ବବୃହତ୍‌ ଜନସଂଖ୍ୟାବହୁଳ ରାଷ୍ଟ୍ର ଚାଇନାରେ ମାଣ୍ଡାରିନ୍‌ ଓ କାଣ୍ଟୋନିଜ୍‌ ପ୍ରଚଳିତ। କିନ୍ତୁ ଚାଇନାରେ ମଧ୍ୟ ଅନେକ ଲକ୍ଷ ଯୁବତୀଯୁବକ ଇଂଲିଶ୍‌ ଶିଖିବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଉଛି। ଏବେ ବୁଝିବାକୁ ହେବ ଯେ, ବିଜ୍ଞାନର ଭାଷା ଇଂଲିଶ୍‌ ହୋଇ ନ ଥିଲେ ମଧ୍ୟ ଇଣ୍ଟରନେଟ ଭାଷା ହେଉଛି ଇଂଲିଶ୍‌। ଆମେ ସମସ୍ତେ ନିଜ ମାତୃଭାଷାରେ ଇ-ମେଲ୍‌ ଓ ହ୍ବାଟ୍‌ସଆପ୍‌ ପଠାଇପାରୁ କିମ୍ବା ଖବରକାଗଜ ପଢ଼ିପାରୁ, କିନ୍ତୁ ସେହି ବାଇନାରୀ ବ୍ୟବସ୍ଥାକୁ ପ୍ରଚଳିତ ରଖିବା ପାଇଁ ଇଂଲିଶ୍‌ର ବ୍ୟବହାର ଅପରିହାର୍ଯ୍ୟ। ଅନୁରୂପ ଭାବେ ଜଣେ ରୁଷୀୟ ପାଇଲଟ ଭିଏଟ୍‌ନାମରେ ବିମାନ ଅବତରଣ କଲାବେଳକୁ ସେଠାକାର ବିମାନବନ୍ଦର କଣ୍ଟ୍ରୋଲ ଟାଓ୍ବାର ସହିତ ଇଂଲିଶ୍‌ରେ କଥା ହୋଇଥାଆନ୍ତି। ସେଥିପାଇଁ ଭବିଷ୍ୟତର ପୃଥିବୀରେ ଇଂଲିଶ୍‌ର ଗୁରୁତ୍ୱକୁ ଗୌଣ କରାଯାଇ ନ ପାରେ। ଏଠାରେ ଏକ କୌତୂହଳ ବିଷୟ ମନକୁ ଆସେ। ଭାରତୀୟମାନେ ଆଇଟି ବା ସୂଚନା ପ୍ରଯୁକ୍ତିବିଦ୍ୟାରେ ବିଶ୍ୱସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି। ସେହିଭଳି ସିଙ୍ଗାପୁରରୁ ଆରମ୍ଭ କରି ସାନ୍‌ଫ୍ରାନ୍‌ସିସ୍କୋ ପର୍ଯ୍ୟନ୍ତ ଅନେକ ଲକ୍ଷ ଭାରତୀୟ ବ୍ୟବସାୟ ଗବେଷଣା, ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଡାକ୍ତର, ଇଞ୍ଜିନିୟର ଏପରିକି ବିଦେଶରେ ରାଜନୀତିରେ ଉତ୍କର୍ଷ ଲାଭ କରିପାରିଛନ୍ତି। ଭାରତରେ ହିନ୍ଦୀକୁ ଜାତୀୟ ଭାଷା ଭାବେ ସ୍ଥାନ ଦେବା ପୂର୍ବରୁ ଏହିସବୁ ସଫଳ ପ୍ରବାସୀ ଭାରତୀୟମାନଙ୍କୁ ପଚରାଯିବା ଦରକାର ଯେ ସେମାନଙ୍କ ସଫଳତା ପଛରେ ହିନ୍ଦୀ ନା ଇଂଲିଶ୍‌ ରହିଛି। ଏହା କହିଲା ବେଳକୁ ମନେରଖିବାକୁ ହେବ ଯେ, ଅନେକ ଗବେଷକ ସ୍ପଷ୍ଟଭାବେ ତଥ୍ୟ ଦେଇଛନ୍ତି, ନିଜ ମାତୃଭାଷାରେ ଯେଉଁ ବ୍ୟକ୍ତି ନିପୁଣ ହୋଇପାରିବେ ନାହିଁ ସେହି ବ୍ୟକ୍ତି ଅନ୍ୟଭାଷାରେ ପାରଦର୍ଶିତା ଲାଭ କରିବା କଷ୍ଟକର। ସେଥିପାଇଁ ଏ ଲେଖାରେ ହିନ୍ଦୀକୁ ବିରୋଧ କରାଯାଉନାହିଁ। ଯାହାକୁ ଯେଉଁ ଭାଷା ପସନ୍ଦ ହେବ ଛାତ୍ରୀଛାତ୍ର ତାହାକୁ ଆପଣାଇନେବେ। କୌଣସି ଜୋରଜବରଦସ୍ତ ଉଚିତ ନୁହେଁ। ଏଥିସହିତ ଭାରତରେ ଅନେକ ପରିବାର ଏଭଳି ଅଛନ୍ତି, ଯେଉଁଥିରେ ମାତାପିତା ଉଭୟଙ୍କ ଭାଷା ଭିନ୍ନ। ସେହି ବିବିଧତା ହେଉଛି ଭାରତର ସୌନ୍ଦର୍ଯ୍ୟ। ତାହାକୁ ନଷ୍ଟ କରିବା ପାଇଁ ପାଗ ଭିଡ଼ିଥିବା ଶକ୍ତିମାନଙ୍କୁ କୌଣସି ଭାବେ ସମର୍ଥନ ମିଳିବା ଉଚିତ ନୁହେଁ।
ମନେରଖିବାକୁ ହେବ ଯେ, ଭାରତର ସହରାଞ୍ଚଳରେ ସିନେମା, ଟେଲିଭିଜନ ସହିତ ସେଠାରେ ବାସ କରୁଥିବା ବାହାର ରାଜ୍ୟର ଲୋକଙ୍କ ସହ ମିଶୁଥିବା ବାସିନ୍ଦାମାନେ ହିନ୍ଦୀକୁ ଚଳେଇ ନେଇପାରନ୍ତି। କିନ୍ତୁ ଗ୍ରାମାଞ୍ଚଳର ନାଗରିକ ହିନ୍ଦୀ ବୁଝିବା କଷ୍ଟକର। ସେଥିପାଇଁ ନିଜ ମାତୃଭାଷାକୁ ଯିଏ ବଳି ପକେଇ ଦେଇପାରିବ, ସେହି ବ୍ୟକ୍ତି ବା ଜାତି ନିଜର ମା’, ସ୍ତ୍ରୀ, ଭଉଣୀ କିମ୍ବା ଝିଅକୁ ବଜାରରେ ବିକ୍ରି ମଧ୍ୟ କରିଦେଇପାରିବ।
୧୪ ସେପ୍ଟେମ୍ବର ୨୦୧୯, ଯାହାକୁ କେନ୍ଦ୍ର ସରକାର ହିନ୍ଦୀ ଦିବସ ଭାବେ ପାଳନ କରୁଛନ୍ତି, ସେହି ଅବସରରେ ଅମିତ୍‌ ଶାହ କାହିଁକି ଏଭଳି ଅଯଥା ବିସ୍ଫୋରକ ମନ୍ତବ୍ୟ ଦେଲେ ତାହା ବୁଝିବାକୁ ସମୟ ଲାଗିପାରେ, କିନ୍ତୁ କଷ୍ଟକର ନୁହେଁ। ଆଜି ଭାରତର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିବାକୁ ଯାଉଛି। ବହୁ ଶିଳ୍ପ ଓ ବ୍ୟବସାୟ ବନ୍ଦ ହୋଇଗଲାଣି। ଅନେକ ଉଦ୍ୟୋଗୀ ଦେଶ ଛାଡ଼ି ପଳାଇଗଲେଣି। ଆହୁରି କେତେକେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ଲକ୍ଷଙ୍କ ଚାକିରି ମଧ୍ୟ ଚାଲିଗଲାଣି। ନୂଆ ନିଯୁକ୍ତି ସୃଷ୍ଟି ହୋଇପାରୁନାହିଁ। ଏକ ଭୟ ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରି ଆଲୋଚନାକୁ କଣ୍ଠରୋଧ କରିବା ପାଇଁ ସବୁ ଚେଷ୍ଟା ଲାଗିରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଉଭୟେ ଜାଣିଶୁଣି ହେଉ ବା ଅନଭିଜ୍ଞତା ଯୋଗୁ ଗଣମାଧ୍ୟମରେ ଅବାଞ୍ଛିତ କଥା କହି ଦେଶର ଅର୍ଥନୈତିକ ପରିସ୍ଥିତିରୁ ଦୃଷ୍ଟି ହଟାଇବାରେ ବିଫଳ ହେଲେ। ସେହି ଦୁହିଁଙ୍କ ଦେଶବାସୀଙ୍କୁ ବାଟବଣା କରିବାର ଉଦ୍ୟମ ବିଫଳ ହେବା ପରେ ଅମିତ ଶାହଙ୍କ ଅଯଥା ମନ୍ତବ୍ୟ ଦେଶର ମାରାତ୍ମକ ପରିସ୍ଥିତିଠାରୁ ଗଣମାଧ୍ୟମ ଓ ଲୋକଙ୍କ ଦୃଷ୍ଟି ଅନ୍ୟତ୍ର ଟାଣିନେବାର ପ୍ରୟାସ ଭଳି ମନେହେଉଛି। ଜନସାଧାରଣ ଏହାକୁ କିଭଳି ସତର୍କତାର ସହିତ ବୁଝିବେ ତାହା ଦେଖିବାକୁ ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri