ବାଜ୍ୟାପ୍ତି ହେବ ରାଜାଙ୍କ ବହୁ କୋଟି ଟଙ୍କାର ବେଆଇନ ସମ୍ପତ୍ତି: ଇଣ୍ଟରନ୍ୟାଶନାଲ ଲିଙ୍କ୍‌ ନେଇ ମିଳିଲା ପ୍ରମାଣ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଧୂଳିସାତ୍‌ ହେବ ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ବହୁ ତଥ୍ୟ ହାସଲ କରିବା ପରେ ଏବେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବ୍ରାଉନସୁଗାର କାରବାରରେ ରାଜାଙ୍କ ଇଣ୍ଟରନ୍ୟାଶନାଲ ଲିଙ୍କ୍‌ର ପ୍ରମାଣ ପାଇବା ପରେ ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ତଦନ୍ତ ପାଇଁ ବାଂଲାଦେଶ ସହ ନେପାଳ ଓ ଭୁଟାନ ଗସ୍ତ କରିବ। ଅନ୍ୟପକ୍ଷରେ ଇତିମଧ୍ୟରେ ଓଡ଼ିଶାରୁ ଜବତ ହୋଇଥିବା ରାଜାଙ୍କ ବହୁ କୋଟି ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତିି କରିବାକୁ ଲାଗିପଡ଼ିଛି। ଉକ୍ତ ସମ୍ପତ୍ତିର ତାଲିକା କଲିକତାସ୍ଥିତ କମ୍ପିଟାଣ୍ଟ ଅଥରିଟି(ସିଏ)ଙ୍କ ନିକଟକୁ ପଠାଯିବ। ସ୍ମଗ୍‌ଲର ଅଫ୍‌ ଫରେନ୍‌ ଏକ୍ସଚେଞ୍ଜ ମାନିକୁଲେଟର୍ସ ଆକ୍ଟ ୧୯୭୬ (ସାଫେମା) ଅନୁସାରେ ଜଣେ ଇନ୍‌କମ ଟ୍ୟାକ୍ସ ର଼୍ୟାଙ୍କର ଅଧିକାରୀ ତାହାକୁ ଯାଞ୍ଚ କରିବେ ବୋଲି ବୁଧବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଟିଏଫ୍‌-୨ ଏସ୍‌ପି ପ୍ରଶାନ୍ତ ଭୋଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ରାଜାଙ୍କୁ ଗିରଫ କରିବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ଏସ୍‌ଟିଏଫ୍‌। ତାଙ୍କୁ ଜେରା କରାଯିବା ସହ ବିଭିନ୍ନ ସ୍ଥାନରେ ଥିବା ଘର ଓ ଆଡ୍ଡା ଉପରେ ଚଢ଼ାଉ କରାଯାଇ ବିପୁଳ ସମ୍ପତ୍ତି ଜବତ କରାଯାଇଥିଲା। ରବିବାର ଏସ୍‌ଟିଏଫ୍‌ ପକ୍ଷରୁ ବାଲେଶ୍ୱର ଅରଡବଜାରସ୍ଥିତ ରାଜାଙ୍କ ଘର ଓ ସୋମବାର ଏସ୍‌ଟିଏଫ୍‌ର ଏକ ଟିମ୍‌ ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ତେଲେଙ୍ଗାସାହିର ସମ୍ବେଦନା ଏନ୍‌କ୍ଲେଭ୍‌ର ୧୦୬ ନମ୍ବର ଫ୍ଲାଟ ଉପରେ ଚଢାଉ କରିଥିଲା। ତେବେ ଅରଡବଜାରସ୍ଥିତ ଘରୁ ନଗଦ ୬୦ ହଜାର ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ଅରଡ଼ାବଜାରସ୍ଥିତ ୬୦ଲକ୍ଷ ଟଙ୍କା ମୂଲ୍ୟର ଘର ଓ ତେଲେଙ୍ଗାସାହିସ୍ଥିତ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫ୍ଲାଟ୍‌ ସହ ୩ ଲକ୍ଷ ଟଙ୍କା ମୂଲ୍ୟର ଏକ ମାରୁତି ସୁଜୁକି କାର, ୮ ଲକ୍ଷର ହ୍ୟୁଣ୍ଡାଇ ଆଇ ୨୦ କାର, ୧୨ ଲକ୍ଷ ଟଙ୍କାର ଇକୋ ସ୍ପୋର୍ଟସ୍‌ କାର, ୧ ଲକ୍ଷ ୮୦ ହଜାର ଟଙ୍କାର କେଟିଏମ୍‌ ବାଇକ, ୩୦ ଲକ୍ଷର ଗୋଟିଏ ମାଛମରା ଟ୍ରଲର ମଧ୍ୟ ଜବତ କରାଯାଇଛି। ସେହିଭଳି ବିଭିନ୍ନ ସ୍ଥାନରେ ରାଜା ଓ ସମ୍ପର୍କୀୟଙ୍କ ନାଁରେ ରହିଥିବା ଅନେକ ପ୍ଲଟ୍‌ ସଂକ୍ରାନ୍ତରେ ଯାଞ୍ଚ ଚାଲିଛି। ତାଙ୍କ ଆକାଉଣ୍ଟରେ ବହୁ କୋଟି ଟଙ୍କା କାରବାର ହୋଇଛି। ଟଙ୍କା କାହା ନିକଟକୁ ଯାଇଛି ଓ କିଏ ପଠାଇଛି ତାହାର ଚେର ଖୋଜିବା ଆରମ୍ଭ କରିଛି ଏସ୍‌ଟିଏଫ୍‌। ତେବେ ତାଙ୍କ ନିକଟରୁ ମିଳିଥିବା ୬ ମୋବାଇଲ ଫୋନ ଓ ୨୬ ସିମ୍‌କାର୍ଡରୁ ଆନ୍ତଃ ରାଜ୍ୟ ଓ ଅନ୍ତଃରାଷ୍ଟ୍ରୀୟ ଲିଙ୍କ୍‌ ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ପି ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri