Posted inଜାତୀୟ

ବାଚସ୍ପତିଙ୍କ ଆଗରେ ହାଜର ହେବେ ଆଜମ୍‌

ନୂଆଦିଲ୍ଲୀ,୨୭ା୭(ପି.ଟି.): ଭାଜପା ସଦସ୍ୟ ରମା ଦେବୀଙ୍କ ପ୍ରତି ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାନ୍‌ଙ୍କ ଅଶାଳୀନ ମନ୍ତବ୍ୟକୁ ଶୁକ୍ରବାର ଲୋକ ସଭାରେ ଦଳମତ ନିର୍ବିଶେଷରେ ସବୁ ସଦସ୍ୟ ବିରୋଧ କରିଛନ୍ତି। ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏମ୍‌ପିମାନେ ଦାବି କରିବା ପରେ ବାଚସ୍ପତି ଓମ୍‌ ବିର୍ଲାଙ୍କ ଆଗରେ ସୋମବାର ହାଜର ହେବା ପାଇଁ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜମ୍‌ଙ୍କୁ କୁହାଯାଇଛି। ଆପତ୍ତିଜନକ ମନ୍ତବ୍ୟ ପାଇଁ ଆଜମ୍‌ଙ୍କୁ ଗୃହରେ ନିଃସର୍ତ୍ତ କ୍ଷମା ମାଗିବାକୁ ହେବ। ଯଦି ସେ କ୍ଷମା ନ ମାଗନ୍ତି ତେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କୁ କ୍ଷମତା ଦେବା ଲାଗି ଏକ ପ୍ରସ୍ତାବ ଗୃହୀତ ହେବ ବୋଲି ଏକ ସୂତ୍ରରୁ ଜଣାପଡିଛି।
ଗୁରୁବାର ଲୋକ ସଭାରେ ତିନି ତଲାକ୍‌ ବିଲ୍‌ ଉପରେ ଆଲୋଚନାବେଳେ ରମା ଦେବୀ ଗୃହରେ ଅଧ୍ୟକ୍ଷତା କରୁଥିଲେ। ଆଜମ୍‌ ରମାଙ୍କ ପ୍ରତି ଦ୍ୱିଅର୍ଥବୋଧକ ତଥା ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ ଯାହା ଅତ୍ୟନ୍ତ ନିନ୍ଦନୀୟ। ଶୁକ୍ରବାର ଶୂନ୍ୟକାଳରେ ଭାଜପା ସଦସ୍ୟ ସଂଘମିତ୍ର ମୌର୍ଯ୍ୟ ଏହି ପ୍ରସଙ୍ଗ ଉଠାଇବା ପରେ ସମସ୍ତ ମନ୍ତ୍ରୀ ଓ ସାଂସଦ ଏହାକୁ ନିନ୍ଦା କରିଥିଲେ। ଏଭଳି ବ୍ୟବହାର ବିରୋଧରେ ପାର୍ଲାମେଣ୍ଟ ଏକ ଦୃଢ଼ ବାର୍ତ୍ତା ପଠାଇବା ଆବଶ୍ୟକ ବୋଲି ଭାଜପା, ବିଜେଡି, କଂଗ୍ରେସ, ଏନ୍‌ସିପି, ତୃଣମୂଳ କଂଗ୍ରେସ, ଡିଏମ୍‌କେ ଓ ଅନ୍ୟ ଦଳର ସଦସ୍ୟମାନେ କହିଥିଲେ। ଏଭଳି ମନ୍ତବ୍ୟରେ କେବଳ ମହିଳା ନୁହନ୍ତି, ଗୃହ ଅସମ୍ମାନିତ ହୋଇଛି। କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ବିରୋଧରେ ପାର୍ଲାମେଣ୍ଟରେ ଆଇନ ଗୃହୀତ ହୋଇଛି। ତେଣୁ ଆମେ ନୀରବ ଦର୍ଶକ ସାଜିପାରିବା ନାହିଁ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ।
ମହିଳାମାନଙ୍କ ପ୍ରତି ଅସଦ୍‌ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ସବୁ ସଦସ୍ୟ ଦଳମତ ନିର୍ବିଶେଷରେ ଏଭଳି ଏକ ବାର୍ତ୍ତା ପଠାଇବାକୁ ସେ ଆହ୍ବାନ ଦେଇଥିଲେ। ଆଜମ୍‌ କ୍ଷମା ମାଗନ୍ତୁ, ନଚେତ୍‌ ତାଙ୍କୁ ଗୃହରୁ ନିଲମ୍ବିତ କରାଯାଉ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦାବି କରିଥିଲେ। ଆଜମ୍‌ଙ୍କ ମନ୍ତବ୍ୟ ଅକ୍ଷମଣୀୟ ବୋଲି ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିବା ସହ ଉଦାହରଣ ସୃଷ୍ଟିକାରୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri