Posted inଜାତୀୟ

ବାଙ୍ଗାଲୋରର କ୍ରମାଗତ ତୃତୀୟ ବିଜୟ

ବେଙ୍ଗାଲୁରୁ,୨୫।୪ (ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଲୟକୁ ଫେରିଛି। ଆରମ୍ଭରୁ କ୍ରମାଗତ ଭାବେ ପରାଜୟ ବରଣ କରିଆସୁଥିବା ବାଙ୍ଗାଲୋର ବୁଧବାର କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୧୭ ରନରେ ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏଥିସହିତ ଚଳିତ ସେସନରେ ବାଙ୍ଗାଲୋର ପ୍ରଥମଥର ପାଇଁ ପଏଣ୍ଟ ତାଲିକାର ଗୋଟିଏ ପାହାଚ ଉପରକୁ ଉଠି ରାଜସ୍ଥାନ ରୟାଲ୍ସକୁ ପଛରେ ପକାଇ ସପ୍ତମ ସ୍ଥାନ ଅଧିକାର କରିଛି। ୧୧ଟି ମ୍ୟାଚ୍‌ ଖେଳି ବାଙ୍ଗାଲୋର ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ପାଇଛି। ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୪ ଉଇକେଟ ହରାଇ ୨୦୨ ରନ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୭ ଉଇକେଟ ହରାଇ ୧୮୫ ରନରେ ସୀମିତ ରହି ମ୍ୟାଚ୍‌ ହାତଛଡ଼ା କରିଥିଲା। ଅପରାଜିତ ୮୨ ରନର ଦ୍ରୁତ ପାଳି ଖେଳିଥିବା ଅଭିଜ୍ଞ ଏବି ଡିଭିଲର୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

୨୦୩ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ପଞ୍ଜାବ ଭଲ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମେ ବିସ୍ଫୋରକ ଓପନର କ୍ରିସ୍‌ ଗେଲଙ୍କୁ ହରାଇଥିଲା। ଗେଲ ୧୦ ବଲରୁ ୪ ଚୌକା ୧ ଛକା ସହ ୨୩ ରନ କରି ଆଉଟ ହେବା ପରେ ମୟଙ୍କ ଅଗ୍ରଓ୍ବାଲ ୨୧ ବଲରୁ ୫ ଚୌକା ଓ ୧ ଛକା ସହ ୩୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟତମ ଓପନର ଲୋକେଶ ରାହୁଲ ୨୭ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୧ ଛକା ସହ ୪୨ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହାପରେ ଚତୁର୍ଥ ଉଇକେଟ ଯୋଡିରେ ଡେଭିଡ ମିଲର ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରାନ ଜବରଦସ୍ତ ପ୍ରଦର୍ଶନ କରି ୪୮ ବଲରୁ ୬୮ ରନ ସଂଗ୍ରହ କରିଥିଲେ। ତେବେ ମିଲର ୨୫ ବଳର ୨ ଚୌକା ସହ ୨୪ ରନକରି ଆଉଟ ହୋଇଥିଲେ। ୧୯ତମ ଓଭରରେ ନବଦୀପ ସଇନି ୩ ରନ ବ୍ୟୟ କରି ମିଲର ଓ ପୁରାନଙ୍କୁ ଆଉଟ କରି ମ୍ୟାଚ୍‌ର ମୋଡ ବଦଳାଇଥିଲେ। ପୁରାନ ୨୮ ବଲରୁ ୧ ଚୌକା ଓ ୫ ଛକା ସହ ୪୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ତିମ ଓଭରରେ ବିଜୟ ପାଇଁ ୨୭ ରନ ଆବଶ୍ୟକ ହେଉଥିବା ବେଳେ ପଞ୍ଜାବ ୨ ଉଇକେଟ ହରାଇ ୯ ରନ ସଂଗ୍ରହ କରି ବିଜୟଠାରୁ ୧୮ ରନ ଦୂରରେ ରହିଯାଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ୬, ହାର୍ଡୁସ ଭିଲଜୋଏନ ବିନାସ୍କୋରରେ ଆଉଟ ହୋଇଥିଲେ ଓ ମୁରୁଗାନ ଅଶ୍ୱିନ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଙ୍ଗାଲୋର ତରଫରୁ ଉମେଶ ଯାଦବ ୩, ସଇନି ୨, ମାର୍କସ ଷ୍ଟୋଇନିସ ଓ ମୋଇନ ଅଲି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଅଭିଜ୍ଞ ଏବି ଡିଭିଲର୍ସ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ୨୦୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅନ୍ତିମ ୩ ଓଭରରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୬୪ ରନ ସଂଗ୍ରହ କରି ଘରୋଇ ଦର୍ଶକଙ୍କର ଜବରଦସ୍ତ ମନୋରଞ୍ଜନ କରିଥିଲେ। ପଞ୍ଚମ ଉଇକେଟ ଯୋଡିରେ ଡିଭିଲର୍ସ ଓ ଷ୍ଟୋଇନିସ୍‌ ୬୬ଟି ବଲର ସମ୍ମୁଖୀନ ହୋଇ ଅପରାଜିତ ୧୨୧ ରନର ଭାଗୀଦାରି ସ୍ଥାପନ କରି ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ୧୮ତମ ଓଭରରେ ୧୬, ୧୯ତମ ଓଭରରେ ୨୧ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ହାର୍ଡୁସ ଭିଲଜୋଏନ ୨୭ ରନ ବ୍ୟୟ କରି ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହାପୂର୍ବରୁ ଅଧିନାୟକ ବିରାଟ କୋହଲି, ମୋଇନ୍‌ ଅଲି ଓ ଆକାଶଦୀପ ନାଥ  ବିଫଳ ପ୍ରଦର୍ଶନ କରିଥିଲେ। କୋହଲି ୮ ବଲରୁ ୨ ଚୌକା ସହ ୧୩ ରନ କରି ଆଉଟ ହେବା ପରେ ଓପନର ପାର୍ଥତ୍ବ ପଟେଲ ୪୩ ରନ  (୨୪ ବଲ, ୭ ଚୌକା, ୨ ଛକା) କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ମୋଇନ ୪ ଓ ଆକାଶଦୀପ ୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଡିଭିଲର୍ସ ୪୪ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୭ ଛକା ସହ ୮୨ ରନର ଇନିଂସ ଖେଳି ଓ  ଷ୍ଟୋଇନିସ୍‌ ୩୪ ବଲରୁ ୨ ଚୌକା ଓ ୩ ଛକା ସହ ୪୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପଞ୍ଜାବ ତରଫରୁ ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ, ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଡୁଲ ଭିଲଜୋଏନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ଓଲଟିଗଲା ବାଜି, ୪୦ ବର୍ଷ ପୁରୁଣା ବାମ ଗଡ଼କୁ ଭାଙ୍ଗିଲା ଭାଜପା

ତିରୁଭାନନ୍ତପୁରମ,୧୩।୧୨: କେରଳର ନଗର ନିଗମ ନିର୍ବାଚନରେ ତିରୁଭାନନ୍ତପୁରମ ନଗର ନିଗମରେ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ଐତିହାସିକ ବିଜୟ ହାସଲ କରିଛି। ଚାରି ଦଶନ୍ଧି...

ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି

କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

IS ଟାର୍ଗେଟରେ ଶିବରାଜ, ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୧୩।୧୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri