Posted inଖେଳ

ବାଙ୍ଗାଲୋର ୧ ରନରେ ବିଜୟୀ

ବେଙ୍ଗାଲୁରୁ, ୨୨।୪- ଧୋନୀ ଧମାକା ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ୧ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୨ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଚେନ୍ନାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୨୬ ରନ ଆବଶ୍ୟକ ହେଉଥିବାବେଳେ ଚେନ୍ନାଇ ୨୪ ରନରେ ସୀମିତ ରହିଥିଲା। ଏଥିସହ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇର କ୍ରମାଗତ ୭ ବିଜୟରେ ବ୍ରେକ୍‌ ଲାଗିଛି। ଅନ୍ୟପକ୍ଷରେ ୨୦୧୮ରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ ପରେ ଚେନ୍ନାଇ ପ୍ରଥମ ଥର ପାଇଁ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଛି।
ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ପ୍ରଥମ ଓଭରରେ ଡବଲ ଝଟ୍‌କା ଖାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଡେଲ୍‌ ଷ୍ଟେଇନ୍‌ ଇନିଂସର ଏବଂ ନିଜ ପ୍ରଥମ ଓଭରର ୫ ବଲ୍‌ରେ ଶେନ ଓ୍ବାଟସନ(୫) ଓ ୬ଷ୍ଠ ବଲ୍‌ରେ ସୁରେଶ ରାଇନା(୦)ଙ୍କୁ ଆଉଟ କରି ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ଚେନ୍ନାଇକୁ ତୃତୀୟ ଝଟ୍‌କା ଦେଇଥିଲେ ଉମେଶ ଯାଦବ। ସେ ୪ର୍ଥ ଓଭରର ଅନ୍ତିମ ବଲ୍‌ରେ ଫାଫ୍‌ ଡୁପ୍ଲେସି(୫)ଙ୍କୁ ଆଉଟ କରିଥିଲେ। କେଦାର ଯାଦବ ମଧ୍ୟ ଏଠାରେ ସଫଳ ହୋଇ ନ ଥିଲେ। ସେ ୯ ବଲ୍‌ରୁ ୯ ରନ କରିଥିବାବେଳେ ଉମେଶଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଫଳରେ ଚେନ୍ନାଇ ସ୍କୋର ୫.୫ ଓଭରରେ ୨୮/୪ ହୋଇ ଯାଇଥିଲା। ଅମ୍ବାତି ରାୟୁଡ଼ୁଙ୍କ ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିଜରେ ଯୋଗଦେଇ ପ୍ରଥମେ ଇନିଂସ ଗଢ଼ିବାରେ ମନୋନିବେଶ କରିଥିଲେ। ଦୁହେଁ ୫ମ ଉଇକେଟରେ ୫୫ ରନର ଭାଗୀଦାରି ଗଢ଼ିବାପରେ ରାୟୁଡ଼ୁଙ୍କୁ ଆଉଟ କରି ରୟାଲ ଚ୍ୟାଲେଞ୍ଜର୍ସକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ୟୁଜବେନ୍ଦ୍ର ଚହଲ। ରାୟୁଡ଼ୁ ୨୯ବଲ୍‌ରୁ ୨୯(୨ ଚୌକା, ୧ ଛକା) ରନ କରିଥିଲେ। ରବୀନ୍ଦ୍ର ଜାଡେଜା ୧୨ ବଲ୍‌ରୁ ୧୧ ରନ କରି ରନଆଉଟ ହେବାରୁ ଚେନ୍ନାଇ ୧୦୮ରେ ୬ଷ୍ଠ ଉଇକେଟ ହରାଇଥିଲା। ଧୋନୀ କିନ୍ତୁ ଲଢ଼ିଥିଲେ। ଶେଷ ୩ ଓଭରରୁ ୪୯ ରନ ଆବଶ୍ୟକ ହେଉଥିବାବେଳେ ଷ୍ଟେଇନଙ୍କ ୧୮ତମ ଓଭରରୁ ୧୩ ରନ ସଂଗ୍ରହ କରିଥିଲା ଚେନ୍ନାଇ। ୧୯ତମ ଓଭରରୁ ୧୦ ରନ ସଂଗ୍ରହ ହେବାରୁ ଅନ୍ତିମ ଓଭରରେ ୬ ବଲ୍‌ରୁ ବିଜୟ ପାଇଁ ୨୬ ରନ ଆବଶ୍ୟକ ଥିଲା। ଉମେଶ ଯାଦବଙ୍କ ପ୍ରଥମ ବଲ୍‌କୁ ଚୌକା, ଦ୍ୱିତୀୟ ବଲ୍‌କୁ ଛକା, ତୃତୀୟ ବଲ୍‌କୁ ଛକା, ୪ର୍ଥ ବଲ୍‌ରୁ ୨ ରନ ଏବଂ ୫ ବଲକୁ ଧୋନୀ ଛକା ମାରିବାରୁ ଶେଷ ବଲ୍‌ରୁ ମାତ୍ର ୨ ରନ ଆବଶ୍ୟକ କରୁଥିଲା। ମାତ୍ର ଉମେଶ ପକାଇଥିବା ସ୍ଲୋ ଲେଗ୍‌ କଟର ଧୋନୀଙ୍କ ବ୍ୟାଟ୍‌ରେ ବାଜି ନ ଥିଲା। ସିଙ୍ଗଲ୍‌ ରନ ନେଇ ମ୍ୟାଚକୁ ଟାଇ କରିବାକୁ ଧୋନୀ ଉଦ୍ୟମ କରିଥିବାବେଳେ ପାର୍ଥିବ ପଟେଲଙ୍କ ଡାଇରେକ୍ଟ ଥ୍ରୋରେ ରନଆଉଟ ହୋଇଥିଲେ ଶାର୍ଦ୍ଦୁଳ ଠାକୁର। ଫଳରେ ଚେନ୍ନାଇ ଇନିଂସ ୨୦ ଓଭରରେ ୧୬୦/୮ରେ ଅଟକି ଯାଇଥିଲା। ୪୮ଟି ବଲ୍‌ ଖେଳିଥିବା ଧୋନୀ ୫ ଚୌକା ଓ ୭ ଛକା ସହାୟତାରେ ୮୪ ରନ କରି ଅପରାଜିତ ରହିଥିଲେ। ବାଙ୍ଗାଲୋର ପକ୍ଷରୁ ଷ୍ଟେଇନ ଓ ଉମେଶ ୨ଟି ଲେଖାଏ ଏବଂ ନଭଦୀପ ସଇନି ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ମାତ୍ର ୧୧ ରନରେ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ ହରାଇ ଶକ୍ତ ଧକ୍କା ପାଇଥିଲା। ୮ ବଲ୍‌ରୁ ୯
(୨ ଚୌକା) ରନ କରିଥିବା ବିରାଟଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ହାତରେ କ୍ୟାଚ କରାଇ ଦୀପକ ଚହର ମ୍ୟାଚରେ ଉଷ୍ମତା ଭରିଥିଲେ। ଅସୁସ୍ଥ ଯୋଗୁ ପୂର୍ବ ମ୍ୟାଚ ଖେଳିପାରି ନ ଥିବା ଏବି ଡିଭିଲର୍ସ ଦ୍ୱିତୀୟ ଉଇକେଟ ଯୋଡ଼ିରେ ପାର୍ଥିବ ପଟେଲଙ୍କ ସହ ୪୭ ରନ ଯୋଗ କରିବାପରେ ବ୍ୟକ୍ତିଗତ ୨୫(୧୯ ବଲ୍‌, ୩ ଚୌକା, ୧ ଛକା) ରନ କରି ପ୍ୟାଭିଲିୟନ ଫେରିଥିଲେ। କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲେ ହେଁ ବାଙ୍ଗାଲୋର ପାର୍ଥିବଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୭ ଉଇକେଟ ଡଣଶଇ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା। ପାର୍ଥିବ ୩୭ ବଲ୍‌ରୁ ୨ ଚୌକା ଓ ୪ ଛକା ସହାୟତାରେ ଦ୍ରୁତ ୫୩ ରନ କରିଥିବାବେଳେ ମିଡଲ ଅର୍ଡରରେ ଆକାଶଦୀପ ନାଥ ୨୪(୨୦ ବଲ, ୧ ଚୌକା, ୧ ଛକା), ମାର୍କସ ଷ୍ଟୋଇନିସ ୧୪(୧୩ ବଲ, ୧ ଛକା) ଓ ମୋଇନ ଅଲୀ ୨୬(୧୬ ବଲ, ୫ ଚୌକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ଚେନ୍ନାଇ ବୋଲରଙ୍କ ମଧ୍ୟରେ ଦୀପକ ଚହର, ରବୀନ୍ଦ୍ର ଜାଡେଜା ଓ ଡ୍ବେନ ବ୍ରାଭୋ ୨ଟି ଲେଖାଏ ଏବଂ ଇମ୍ରାନ ତାହିର ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri