ବାଘ-ମଣିଷ ଲଢେଇ ରୋକିବ ସୁଗନ୍ଧିତ ଗଛ

ବାଘ-ମଣିଷ ଲଢେଇ ଅଭୟାରଣ୍ୟରେ କିଛିନୂଆ କଥା ନୁହେଁ। ଏମିତି ଲଢେଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି। ସୀମାବର୍ତ୍ତୀ ଗାଁମାନଙ୍କରେ ଚାଷୀମାନେ ବେଶି ଆଖୁ ଚାଷ କରନ୍ତି ଓ ନୀଳଗାଇ,ହରିଣ ତାହାକୁ ଖାଇବା ପାଇଁ ଆସନ୍ତି। ବାଘ ସେହି ଜୀବଙ୍କୁ ଅନୁସରଣ କରି ଗାଁ ପାଖରେ ପହଞ୍ଚତ୍ ଲୋକଙ୍କୁ ଆକ୍ରମଣ କରେ। ବିଗତ ଏକ ବର୍ଷରେ ୯ ଜଣ କୃଷକ ବାଘ ଆକ୍ରମଣରେ ପ୍ରାଣ ହରାଇଥିବାବେଳେ ନିକଟରେ ବାଘ ଜଣେ କୃଷକଙ୍କୁ ଆକ୍ରମଣ କରିବା ସମୟରେ ସ୍ଥାନୀୟ ଲୋକମାନେ ତାକୁ ପିଟିପିଟି ମାରିଦେଇଛନ୍ତି। ଏମିତି ଲଢେଇ ରୋକିବା ପାଇଁ ଉତ୍ତରପ୍ରଦେଶ ଜଙ୍ଗଲ ବିଭାଗ ଅରମ୍ଭ କରିଛି ଏକ ଅଭିନବ ଉପାୟ। ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ସୁଗନ୍ଧିତ ଗଛ ଲଗାଇବାକୁ ଯୋଜନା କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହନ୍ତି ଯେ, ହରିଣ, ଜଙ୍ଗଲି ଘୁଷୁରି ଏବଂ ନୀଳଗାଈ ଭଳି ତୃଣଭୋଜୀ ପ୍ରାଣୀ ସୁଗନ୍ଧିତ ବୃକ୍ଷକୁ ଖାଆନ୍ତି ନାହଁି। ଅଭୟାରଣ୍ୟ ସୀମାରେ ଯଦି ସୁଗନ୍ଧିତ ଗଛ ଲଗାଯାଏ ତେବେ ଏହି ପ୍ରାଣୀମାନେ ସୀମା ନିକଟକୁ ଆସିବେନାହିଁ କି ବାଘ ଏହି ଜୀବଙ୍କୁ ଅନୁସରଣ କରିବାର ପ୍ରଶ୍ନ ବି ଉଠିବନାହିଁ। ବାଘ ଅଭୟାରଣ୍ୟ ସୀମାକୁ ନ ଆସିଲେ ବାଘ – ମଣିଷ ଲଢେଇ ହେବା ଆଶଙ୍କା ମଧ୍ୟ ରହିବନି। ସୀମା ନିକଟବର୍ତ୍ତୀ ଗାଁର କୃଷକମାନେ ଲେମନ ଘାସ, ପପି, ପାମ ରୋଜ ଏବଂ ଗେରାନିୟମ ଗଛ ଲଗାଇବା ଆରମ୍ଭ କରିଛନ୍ତି। ଏହା ମଧ୍ୟ ଲାଭଜନକ ଫସଲ। ବର୍ଷକୁ ତିନିଥର ମାର୍ଚ୍ଚ, ଜୁନ ଓ ଅକ୍ଟୋବରରେ ଏହା ଅମଳ ହୋଇପାରିବ । ଜଙ୍ଗଲ ଅଧିକାରୀମାନେ ନ୍ୟାଶନାଲ ବ୍ୟାଙ୍କ ଅଫ୍‌ ଏଗ୍ରିକଲଚର ଆଣ୍ଡ୍‌ ରୁରାଲ ଡେଭେଲପ୍‌ମେଣ୍ଟ( ନାବାର୍ଡ) ଏବଂ ଦି ଏଗ୍ରିକଲଚର ସାଇନ୍ସ ସେଣ୍ଟରର ସହାୟତାରେ କୃଷକମାନଙ୍କୁ ମଞ୍ଜିି ଯୋଗାଇବା ସହ ଚାଷ ସମ୍ପର୍କରେ ଆବଶ୍ୟକ ତଥ୍ୟ ପ୍ରଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri