Posted inରାଜ୍ୟ

ବାଗେଡିଆ-ଛେଣ୍ଡିପଦା-ଅନୁଗୋଳ ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ

ଛେଣ୍ଡିପଦା,୨୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗେଡିଆ-ଛେଣ୍ଡିପଦା ୧୪୩ ବି ଜାତୀୟ ରାଜପଥ ଉପରେ ରାସ୍ତାରୋକ। ଗୁରୁବାର ସକାଳ ୬ଟାରୁ ପୁରୁଣାଗଡର ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ଟାୟାର ଜାଳି ଧାରଣା ଦେଇଛନ୍ତି। ରାସ୍ତା ଅବରୋଧ ଯୋଗୁ ରାସ୍ତାର ଉଭୟ ପାଶର୍‌ବରେ ଯାନବାହନ ଅଟକି ରହିଛି। ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଛେଣ୍ଡିପଦା ଅନ୍ତର୍ଗତ ବାଗେଡିଆ ଗଁାର ବାଲିବନ୍ଧରୁ ଆସିଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ହୁଡା ରାସ୍ତା ନିର୍ମାଣ କରାଯିବା ସହ ଉକ୍ତ କେନାଲର ପୁନଃରୁଦ୍ଧାର ଦାବି ନେଇ ଗଁାଲୋକେ ଏହି ଧାରଣା ଦେଇଛନ୍ତି। ଏନେଇ ସ୍ଥାନୀୟ ପୋଲିସ ପ୍ରଶାସନ, ରାଜସ୍ବ ବିଭାଗ ତଥା ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ସ୍ଥାୟୀ ସମାଧାନ କରିବା ପାଇଁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେବେ ଜଳସେଚନ ବିଭାଗ ଏବଂ ରାଜସ୍ବ ବିଭାଗର ନିଷ୍କ୍ରିୟତା ତଥା ଅପାରଗତା ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି। ଏହାର ସ୍ଥାୟି ସମାଧାନ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri