Posted inରାଜ୍ୟ

ବାଇଚଢ଼େଇ ବଂଶ ବୃଦ୍ଧି ପାଇଁ ପ୍ରୟାସ ଜାରି

ଖଣ୍ଡପଡା,୧୩।୬(ସ୍ବ.ପ୍ର.): ବାଇଚଢେଇ ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ତା’ର ବିଚକ୍ଷଣ ବୁଦ୍ଧି ଖଟାଇ ନିଜ ପାଇଁ ସେ ଯେଉଁ ବସା ତିଆରି କରେ ତାହା ଖୁବ୍‌ ମଜଭୁତ ଓ ସୁରକ୍ଷିତ ହୋଇଥାଏ। ଯାହା ଅନ୍ୟ ପକ୍ଷୀମାନଙ୍କ ବସାରେ ଦେଖିବାକୁ ମିଳେ ନାହିଁ। ତାଳ, ଖଜୁରି ଗଛରେ ବାଇଚଢେଇ ବସା ବାନ୍ଧି ଅଣ୍ଡା ଦେଇ ତା’ର ବଂଶ ବୃଦ୍ଧି ଘଟାଇଥାଏ । ଝଡ ତୋଫାନ କିମ୍ବା ବର୍ଷାରେ ଏହି ବସାର କୌଣସି କ୍ଷତି ଘଟି ନ ଥାଏ । ଏଣୁ ବିଭିନ୍ନ ଉଦାହରଣ ପ୍ରସଙ୍ଗରେ କୁହାଯାଇଥାଏ ”ବାଇଚଢ଼େଇର କି ଯାଏ ବା’ କଲେ ବସା ଦୋହଲୁଥାଏ“ । ଏବେ କିନ୍ତୁ ତାଳ, ଖଜୁରିଗଛର ଅଭାବ ଯୋଗୁ ବାଇଚଢେଇ ବସା ପ୍ରତି ବିପଦ ସୃଷ୍ଟି ହୋଇଛି।
ପ୍ରତିବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ ବର୍ଷାଋତୁରେ ବିଭିନ୍ନ ଛାୟାପ୍ରଦ ବୃକ୍ଷରୋପଣ କରାଯାଉଥିବା ବେଳେ ଉଜୁଡି ଯାଉଥିବା ତାଳ ଓ ଖଜୁରି ଗଛ ରୋପଣ ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉ ନାହାନ୍ତି । ବିଶେଷକରି ତାଳ ଓ ଖଜୁରି ବୃକ୍ଷ ଅଭାବରୁ ବାଇଚଢେଇ ଅନେକ ସମୟରେ ଟେଲିଫୋନ,ବିଦ୍ୟୁତ ତାର କିମ୍ବା ବାବୁଲ ଆଦି କଣ୍ଟା ଗଛରେ ବସା ତିଆରି କରୁଥିବା ପରିଲକ୍ଷିତ ହେଉଛି । ତେଣୁ ବାଇଚଢେଇର ସଂଖ୍ୟା ହ୍ରାସ ପାଉଥିବା ଜଣାପଡିଛି । ଏ ଦିଗରେ କଣ୍ଟିଲୋ ଅଞ୍ଚଳର ପରିବେଶବିତ୍‌ ତଥା ଗଛ ସାର୍‌ ଭାବରେ ପରିଚିତ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ଗତ କିଛି ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ଖଜୁରି ଓ ତାଳ ଗଛ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଚଳିତ ବର୍ଷ କଣ୍ଟିଲୋ ଓ ଭାପୁର ଅଞ୍ଚଳର ବିଭିନ୍ନ ନଦୀବନ୍ଧ, ରାସ୍ତା କଡ ଓ ପାହାଡ ପାଦତଳେ ପକ୍ଷୀମାନଙ୍କ ବଂଶ ବୃଦ୍ଧି ଲକ୍ଷ୍ୟରେ ତାଳ, ଖଜୁରି ଆଦି ଚାରା ରୋପଣ କରି ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ଦୀର୍ଘ ୧୦/୧୫ ବର୍ଷ ଧରି ସେ ତାଳ, ଖଜୁରି ମଞ୍ଜି ରୋପଣ କରି ଚାଲିଥିବା ବେଳେ ଜଙ୍ଗଲ ବିଭାଗ ଏହି ସବୁ ବୃକ୍ଷ ରୋପଣ ଦିଗରେ ଆଦୌ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି। କିଛି ବ୍ୟକ୍ତି ୮/୧୦ଫୁଟ ଉଚ୍ଚର ତାଳ ଓ ଖଜୁରି ଡାଳକୁ ଦାନ୍ତକାଠି କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କାଟି ନେଉଥିବା ବେଳେ ରାସ୍ତା ଓ ମାଳବନ୍ଧ ପ୍ରଶସ୍ତୀକରଣ ଆଳରେ ଠିକାଦାର ମଧ୍ୟ ଉକ୍ତ ଗଛ କାଟିବାକୁ ଦ୍ୱିଧାବୋଧ କରୁନାହାନ୍ତି। ଏଥିପାଇଁ ବନ ବିଭାଗ କିମ୍ବା ସ୍ଥାନୀୟ ଅଞ୍ଚଳର ଲୋକେ ନୀରବଦ୍ରଷ୍ଟା ସାଜିଛନ୍ତି ।ସଚେତନତା ଅଭାବରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଗଛ ସାର କ୍ଷୋଭର ସହ କହିଛନ୍ତି । ଗତ ୧୫ ଦିନ ଧରି ଉକ୍ତ ଗଛର ସୁରକ୍ଷା ପାଇଁ ଲକ୍ଷ୍ମୀପ୍ରସାଦ, ଧାନଚେଙ୍ଗଡା ଗ୍ରାମବାସୀଙ୍କୁ ସାକ୍ଷାତ କରି ବାଇଚଢେଇଙ୍କ ବଂଶ ବୃଦ୍ଧି ପାଇଁ ତାଳ ଓ ଖଜୁରି ଗଛ ନ କାଟିବା ଲାଗି ସେ ଜନ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶଗୁଡିକରେ ସାମାନ୍ୟ ଟଙ୍କା ଭଳି କାରାବାର ହେଉଛି ସୁନାରୂପା ମୁଦ୍ରା! ଜାଣନ୍ତୁ କେଉଁଠି…

ଆଜିର ଡିଜିଟାଲ ଯୁଗରେ, ଯେତେବେଳେ ଆମେ ଆମ ପକେଟରେ ଏକ ୱାଲେଟ ବିନା ମୋବାଇଲ ଫୋନରେ QR କୋଡ ସ୍କାନ କରି ସବୁକିଛି କରିଥାଉ। ଆପଣ କ’ଣ…

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ବିଧାନସଭାରେ ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୩ ଲକ୍ଷ ୧୦ ହଜାର…

ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri