ବହିରାଗତଙ୍କୁ ଗଁ। ମନା

ଢେଙ୍କାନାଳ ଅଫିସ, ୨୯।୩ – ଦିନକୁ ଦିନ ଅଧିକ ଭୟାବହ ହେଉଛି କରୋନା। ସଂକ୍ରମଣରେ ମୃତକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ସଙ୍ଗରୋଧ, ସାମାଜିକ ଦୂରତା, ସ୍ବଚ୍ଛତା ଏବଂ ସତର୍କତା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ସରକାର। ଲକ୍‌ଡାଉନ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତଥାପି ସହରାଞ୍ଚଳରେ ଅନେକେ ନିୟମ ଉଲ୍ଲଂଘନ କରିବାକୁ ପଛାଉନାହାନ୍ତି। ହେଲେ ଗ୍ରାମାଞ୍ଚଳ କଥା ଅଲଗା। ଏଠାକାର ଲୋକମାନେ ସହରବାସୀଙ୍କ ଅପେକ୍ଷା ଅଧିକ ସଚେତନ ଥିବା ଦେଖିବାକୁ ମିଳିଛି। ଗଁ। ର ବରିଷ୍ଠ ଲୋକମାନେ ଯୁବଗୋଷ୍ଠୀଙ୍କ ସହାୟତାରେ ସଚେତନତା କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି। ଢେଙ୍କାନାଳ ଜିଲାର ଅନେକ ଗ୍ରାମର ପ୍ରବେଶ ପଥରେ ବାଉଁଶ ବାଡ଼ ତିଆରି କରାଯାଇଛି। ଗଁା ଭିତରକୁ ବହିରାଗତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସାନିଟାଇଜର, ସାବୁନରେ ହାତ ସଫା କରିବା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି।
ଢେଙ୍କାନାଳ ସହରଠାରୁ ୫କିମି ଦୂରରେ ଅବସ୍ଥିତ ଶୁଆଖାଇକାଟେଣୀ ପଞ୍ଚାୟତର ରଞ୍ଜା ଗ୍ରାମରେ କରୋନା ସଂକ୍ରମଣ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଞ୍ଚଳର ଯୁବଗୋଷ୍ଠୀ ସଚେତନତା ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି। ସେମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଗ୍ରାମର ମହିଳାମାନେ ମଧ୍ୟ ଛୋଟ ପିଲାଙ୍କୁ ହ୍ୟାଣ୍ଡଓ୍ବାଶ ଏବଂ ସାନିଟାଇଜରରେ ହାତ ପରିଷ୍କାର କରି ଧୋଇବାକୁ ପରାମର୍ଶ ଦେଉଛନ୍ତି। ଜରୁରୀ କାର୍ଯ୍ୟ ନ ଥିଲେ କେହି ବାହାରକୁ ନ ବାହାରିବାକୁ ବାରମ୍ବାର କୁହାଯାଉଛି। ବାହାରକୁ ଯାଇ ଫେରୁଥିବା ଲୋକଙ୍କୁ ଗଁାରେ ପଶିବା ଆଗରୁ ହାତଗୋଡ଼ ଧୋଇବା ବ୍ୟବସ୍ଥା କରାଯାଇଛି।
ସେହିପରି କଙ୍କଡ଼ାହାଡ଼ ବ୍ଲକର ଶୀତଳବସା ଗ୍ରାମର ଡାଇମଣ୍ଡ ୟୁଥ୍‌ କ୍ଲବ ପକ୍ଷରୁ ମଧ୍ୟ ଲକ୍‌ଡାଉନ୍‌ ନିୟମକୁ କଡାକଡି ଭାବେ ପାଳନ କରିବା ଲାଗି ସଚେତନତା ପ୍ରଚାର କରାଯାଉଛି। କ୍ଲବ ସଭାପତି ସାତୁକ ମହାନ୍ତ, ସମ୍ପାଦକ ଶିବୁ ମହାନ୍ତ ପ୍ରମୁଖ ସମସ୍ତ ସଦସ୍ୟ ଏଥିରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ (୧) କୋର୍ଟରେ ମଙ୍ଗଳବାର ଏକ ନରହତ୍ୟା ମାମଲାର ରାୟ ପ୍ରକାଶ...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୨୦ ଘର

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ...

ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ

ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରପାତ ହେବାରୁ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ୨୨ଟି...

ରାଜପଥର ବାଇକ୍‌ ଦୁର୍ଘଟଣା, ଚାଳକ ଗୁରୁତର

ହାଟଡିହୀ,୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହୀ ପୋଷ୍ଟ ଅଫିସ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟି...

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri