Posted inବରଗଡ଼

ବସ୍‌ ଭଡ଼ା କରି ଗାଁକୁ ଫେରିଲେ ୩୫ ଶ୍ରମିକ

ବରଗଡ଼ ଅଫିସ୍‌,୧୧।୫-ଲକ୍‌ ଡାଉନ୍‌ କଟକଣା ଯୋଗୁ ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ ବରଗଡ଼ ଜିଲା ପାଇକମାଲ ବ୍ଲକ ଛେତଗାଁର ୩୫ ଶ୍ରମିକ ନିଜ ପିଲାଛୁଆଙ୍କ ସହିତ ଫସି ରହିଥିଲେ। ତେବେ ସ୍ଥାନୀୟ ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ଉଦ୍ୟମକ୍ରମେ ସମ୍ପୃକ୍ତ ଶ୍ରମିକମାନେ ସୋମବାର ନିଜ ଗ୍ରାମକୁ ଏକ ବସ୍‌ ଯୋଗେ ଫେରିଛନ୍ତି। ନିଜ ରୋଜଗାର ଟଙ୍କାରେ ଏକ ବସ୍‌ ଭଡ଼ା କରି ସେମାନେ ଗାଁକୁ ପହଞ୍ଚିଛନ୍ତି। ଫେରିବା ପରେ ସେମାନେ ସାମାଜିକ କର୍ମୀ ସାହୁଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ପ୍ରକାଶଯୋଗ୍ୟ, ଗତ କିଛିମାସ ତଳେ ଏହି ଶ୍ରମିକମାନେ ଅଚ୍ୟୁତପୁରରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ। ଲକ୍‌ ଡାଉନ୍‌ ଯୋଗୁ କାମ ଧନ୍ଦା ବନ୍ଦ ହୋଇ ଯାଇଥିଲା। ଫଳରେ ସେମାନେ ଇଟାଭାଟି ନିକଟ ଏକ ଅସୁରକ୍ଷିତ ସ୍ଥାନରେ ରହିଥିଲେ। ଏହି ଖବର ପାଇବା ପରେ ସାମାଜିକ କର୍ମୀ ସାହୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ, ପୁରୀ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଏହାପରେ ଶ୍ରମିକମାନଙ୍କୁ ନିକଟସ୍ଥ ପଞ୍ଚାୟତ ଅଫିସକୁ ଅଣାଯାଇ ସେଠାରେ ଆଶ୍ରୟ ଦେବା ସହିତ ସେମାନଙ୍କ ଖାଇବା, ପିଇବା ବ୍ୟବସ୍ଥା କରାଯାଇଥିଲା। ମାତ୍ର ଶ୍ରମିକମାନେ ଘରକୁ ଫେରିବାକୁ ଚାହୁଁଥିଲେ। ଏ ନେଇ ପୁଣି ଥରେ ସେମାନେ ସାମାଜିକ କର୍ମୀ ସାହୁଙ୍କୁ ଯୋଗାଯୋଗ କରିଥିଲେ। ସାମାଜିକ କର୍ମୀ ଏସମ୍ପର୍କରେ ଆଇଜି ଅମିତାଭ ଠାକୁରଙ୍କ ଦୃଷ୍ଟି ଆକର୍ଷଣ ପରେ ଆଇଜି ଠାକୁର ଗାଡ଼ିପାସ୍‌ ବ୍ୟବସ୍ଥା କରିଥିଲେ। ପରେ ଶ୍ରମିକମାନେ ଏକ ବସ୍‌କୁ ୩୨ ହଜାର ଟଙ୍କାରେ ଭଡ଼ା କରି ନିଜ ଗ୍ରାମକୁ ଫେରିଥିଲେ। ତେବେ ଗାଡ଼ି ଭଡ଼ାରେ ସବୁ ରୋଜଗାର ଟଙ୍କା ସରିଯାଇ ଥିବା ଯୋଗୁ ସମ୍ପୃକ୍ତ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri