ବସ୍‌ ଅଟକାଇ ଡକାୟତି: ବୋଲେରୋ ଜବତ, ୬ ଅଭିଯୁକ୍ତ ଗିରଫ

ଯୋଡ଼ା,୨୦।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ନିକଟସ୍ଥ ରଣାଶାଳ ଘାଟିଠାରେ ବୁଧବାର ରାତିରେ ୬ ଜଣ ଦୁର୍ବୃତ୍ତ ବସ୍‌ ଅଟକାଇ ଲୁଟ୍‌ ବେଳେ ପୋଲିସ ଦ୍ୱାରା ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ବଡ଼ବିଲ-ଭୁବନେଶ୍ୱର ‘ସଂସ୍କାର’ ନାମକ ଏକ ଯାତ୍ରୀବାହୀ ବସ୍‌ ଓଡି ୦୫ ଏୟୁ ୫୭୩୦ ବଡ଼ବିଲରୁ ଯୋଡ଼ା ଅଭିମୁଖେ ଆସୁଥିବା ବେଳେ ରଣାଶାଳ ଘାଟିଠାରେ ଟ୍ରାଫିକ ଜାମ୍‌ରେ ଫସିଥିଲା ା ଏହି ବସ୍‌ ଆଗକୁ ଅନ୍ୟ ଏକ ବଡ଼ବିଲ- ବାଲେଶ୍ୱର ଯାତ୍ରୀବାହୀ ବସ୍‌ ଓଡି ୦୫ ଏମ୍‌ ୮୩୩୦ଟି ମଧ୍ୟ ଛିଡା ହୋଇଥିଲା ା ଏହି ସମୟରେ ୬ ଜଣ ଦୁର୍ବୃତ୍ତ ଏକ ବୋଲେରୋ ନଂ. ଓଆର ୦୯ ଏନ୍‌ ୮୧୬୦ରେ ଆସି ବଡ଼ବିଲ୍‌ – ବାଲେଶ୍ୱର ଯାତ୍ରୀବାହୀ ବସ୍‌ର ଡିକି ଖୋଲି ଲୁଟ୍‌ ଉଦ୍ୟମ କରୁଥିବା ବେଳେ ପଛରେ ଛିଡ଼ା ହୋଇଥିବା ବଡବିଲ୍‌-ଭୁବନେଶ୍ୱର ବସ୍‌ର ଡ୍ରାଇଭର ବାସୁଦେବ ନାୟକ ସେମାନଙ୍କୁ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ବସ୍‌ ଡିକିରୁ କେତୋଟି ବ୍ୟାଗ୍‌ ଲୁଟିବା ସହିତ ହେଲପରଙ୍କୁ ଟଙ୍କା ମାଗିଥିଲେ ା ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରିଥିବାରୁ କୌଣସି ବ୍ୟକ୍ତି ସେମାନଙ୍କୁ ବିରୋଧ କରିପାରି ନ ଥିଲେ ା ଦୁର୍ବୃତ୍ତମାନେ ଉକ୍ତ ବୋଲେରୋରେ ଯୋଡ଼ା ଅଭିମୁଖେ ଆସିଥିଲେ। ଡ୍ରାଇଭର ବାସୁଦେବ ନାୟକ ଫୋନ୍‌ ଯୋଗେ ଯୋଡ଼ା ପୋଲିସ୍‌କୁ ଜଣାଇବା ଆଇଆଇସି ରାଇସେନ୍‌ ମୁର୍ମୁ ସଦଳବଳ ଯୋଡ଼ାର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍‌ କରି ୬ ଦୁର୍ବୃତ୍ତଙ୍କୁ କାବୁ କରି ନେଇଥିଲେ। ପୋଲିସ ସେମାନଙ୍କଠାରୁ ଏକ ବୋଲେରୋ, ଠେଙ୍ଗା, ଲୁହାରଡ୍‌ ଓ ଗୋଟିଏ ଛୁରି ଜବତ କରିଛି ା ଗିରଫ ଅଭିଯୁକ୍ତମାନେ ହେଲେ ଯୋଡ଼ା ବାଚୁ ହଟିଂ ଅଞ୍ଚଳର ସନ୍ତୋଷ ମହାନ୍ତ, ସୁନିଲ ଚାତାର, ନିରାକାର ଗୋପ୍‌, ଯୋଡ଼ା କୁନ୍ଦୁରୁନାଲା ଅଞ୍ଚଳର ପିହ ପାତ୍ର, ବାଂଶପାଣି ଅଞ୍ଚଳର ଘାସିନାଥ ପାତ୍ର ଓ ଝାଡ଼ଖଣ୍ଡ ଚାଇଁବସା ଅଞ୍ଚଳର ଦିଲୀପ କୁମାର ପାନ। ଏନେଇ ବୁଧବାର ରାତିରେ ଡ୍ରାଇଭର ବାସୁଦେବ ନାୟକ, ବଡ଼ବିଲ୍‌ – ବାଲେଶ୍ୱର ବସ୍‌ର କଣ୍ଡକ୍ଟର ନିମାଇ ଚରଣ ରାଉତ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ ୩୮/୨୦୨୦ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଯୋଡ଼ା ଥାନାରେ ବିଭିନ୍ନ ସଙ୍ଗୀନ ଅପରାଧିକ ମାମଲା ରହିଥିବା ଆଇଆଇସି ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri