ବଳାତ୍କାର ମାମଲାରେ କ୍ୟାପିଟାଲ ଥାନା ଏସ୍‌ଆଇ ନିଲମ୍ବିତ

ଭୁବନେଶ୍ୱର,୮।୫(ବ୍ୟୁରୋ): କମିଶନରେଟ ପୋଲିରେ ଲାଗିଛି କଳଙ୍କର ଛିଟା। କ୍ୟାପିଟାଲ ଥାନାର କାର୍ଯ୍ୟରତ ଥିବା ଏସ୍‌ଆଇ ରାକେଶ ସାମଲ ନାମରେ ଆସିଛି ବଳାତ୍କାର ଅଭିଯୋଗ। ଏପରିକି ପୋଲିସର କ୍ଷମତା ପ୍ରଯୋଗ କରି ଯୁବତୀଙ୍କୁ ବାରମ୍ଭାର ବଳାତ୍କାର କରିବା ଓ ମୁଣ୍ଡରେ ବନ୍ଧୁକ ଲଗାଇ ଗର୍ଭପାତ କରିଥିବା ଯୁବତୀ ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ପୋଲିସ କମିଶନର(ସିପି)ଙ୍କ ନିର୍ଦ୍ଦେଶରେ ଡିସିପି ଅନୁପ ସାହୁ ତଦନ୍ତ ରିପୋର୍ଟ ଦେଖି ଏସ୍‌ଆଇ ସାମଲଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏ ନେଇ ମହିଳା ଥାନାରେ ନଂ. ୨୫/୨୦ ଦଫା ୩୭୬, ୩୧୩, ୫୦୬, ୪୨୦ ମାମଲା ରୁଜୁ ହୋଇଛି। ଶୁକ୍ରବାର ମହିଳା ଥାନା ପୋଲିସ ଯୁବତୀଙ୍କର ଡାକ୍ତରୀ ମାଇନା କରିବା ସିଆରପିସି ୧୬୧ରେ ତାଙ୍କର ବୟାନ ରେକର୍ଡ କରାଯିବ। ଯୁବତୀଙ୍କ ଅଭିଯୋଗକ୍ରମେ, ଏସ୍‌ଆଇ ରାକେଶ ସାମଲ ଏବଂ ଏସଆଇ ବଳବନ୍ତ ରାୟ ଗାଡି ଚୋରି ର଼୍ୟାକେଟ ସହ ସମ୍ପୃକ୍ତ ଅଛନ୍ତି। ସେମାନେ ଚୋରି ଗାଡ଼ିକୁ ନକଲି କାଗଜପତ୍ର କରି ବିକ୍ରି କରନ୍ତି। ଏପରିକି ପୀଡ଼ିତା ଜଣଙ୍କ କାର କିଣିବା ପାଇଁ ଥାନା ଏସ୍‌ଆଇ ରାକେଶଙ୍କ ସହ ଯୋଗାଯୋଗ କରିଥିଲେ। ଏପରିକି କାରର ଦାମ ୭ ଲକ୍ଷ ଟଙ୍କା କରିଥିବାବେଳେ ୫ ଲକ୍ଷ ଟଙ୍କା ନେଇଥିଲେ। ଏହି ଟଙ୍କା ଥାନାଅଧିକାରୀ ଏବଂ ବଳବନ୍ତ ରାୟଙ୍କ ସମ୍ମୁଖରେ ଯୁବତୀ ଜଣଙ୍କ ଦେଇଥିବା କହିଛନ୍ତି। ହେଲେ ଟଙ୍କା ନେବା ପରେ ସେ କାର ଦେଇ ନ ଥିଲେ। ବରଂ ଯୁବତୀଙ୍କୁ ଘରକୁ ଯାଇ ବିବାହ ପାଇଁ ପ୍ରତିଶୁତି ବଳାକତ୍ାର କରିଥିଲେ। ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗର୍ଭପାତ କରାଇଥିଲେ। ଏ ନେଇ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ ପରେ ସିପି ସୁଧାଂଶୁ ଷଢଙ୍ଗୀ ଏ ବିଷୟରେ ଜାଣି ଡିସିପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଯାଇଛି ରାଜନୀତିର ସଂସ୍କୃତି: ନଡ୍ଡା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ...

ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ: ୪ ବର୍ଗଙ୍କୁ ଫୋକସ୍‌

ଭୁବନେଶ୍ୱର,୫।୫: ଆସନ୍ତା ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା...

ଓଡ଼ିଶାରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୫।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ଭାଜପା ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତତା ଷଡଙ୍ଗୀ ପ୍ରମୁଖ...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

ମାଡି ଆସୁଛି ଝଡ଼ ବର୍ଷା, ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୫।୫: ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା ଜାରି...

ବିଜେଡି ଛାଡିବେ ସମୀର ଦାଶ! ଟ୍ବିଟ କରି ଧନ୍ୟବାଦ ଦେଲେ…

ଭୁବନେଶ୍ୱର,୫।୫: ବିଜେଡି ଛାଡିବେ କି ନିମାପଡା ବିଧାୟକ ସମୀର ଦାଶ! ଏନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁ ନ ଥିବାବେଳେ ତାଙ୍କ ଟ୍ବିଟ ରାଜ୍ୟ ରାଜନୀତିକୁ ସରଗରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri