ବଳାତ୍କାର ମାମଲାରେ କ୍ୟାପିଟାଲ ଥାନା ଏସ୍‌ଆଇ ନିଲମ୍ବିତ

ଭୁବନେଶ୍ୱର,୮।୫(ବ୍ୟୁରୋ): କମିଶନରେଟ ପୋଲିରେ ଲାଗିଛି କଳଙ୍କର ଛିଟା। କ୍ୟାପିଟାଲ ଥାନାର କାର୍ଯ୍ୟରତ ଥିବା ଏସ୍‌ଆଇ ରାକେଶ ସାମଲ ନାମରେ ଆସିଛି ବଳାତ୍କାର ଅଭିଯୋଗ। ଏପରିକି ପୋଲିସର କ୍ଷମତା ପ୍ରଯୋଗ କରି ଯୁବତୀଙ୍କୁ ବାରମ୍ଭାର ବଳାତ୍କାର କରିବା ଓ ମୁଣ୍ଡରେ ବନ୍ଧୁକ ଲଗାଇ ଗର୍ଭପାତ କରିଥିବା ଯୁବତୀ ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ପୋଲିସ କମିଶନର(ସିପି)ଙ୍କ ନିର୍ଦ୍ଦେଶରେ ଡିସିପି ଅନୁପ ସାହୁ ତଦନ୍ତ ରିପୋର୍ଟ ଦେଖି ଏସ୍‌ଆଇ ସାମଲଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏ ନେଇ ମହିଳା ଥାନାରେ ନଂ. ୨୫/୨୦ ଦଫା ୩୭୬, ୩୧୩, ୫୦୬, ୪୨୦ ମାମଲା ରୁଜୁ ହୋଇଛି। ଶୁକ୍ରବାର ମହିଳା ଥାନା ପୋଲିସ ଯୁବତୀଙ୍କର ଡାକ୍ତରୀ ମାଇନା କରିବା ସିଆରପିସି ୧୬୧ରେ ତାଙ୍କର ବୟାନ ରେକର୍ଡ କରାଯିବ। ଯୁବତୀଙ୍କ ଅଭିଯୋଗକ୍ରମେ, ଏସ୍‌ଆଇ ରାକେଶ ସାମଲ ଏବଂ ଏସଆଇ ବଳବନ୍ତ ରାୟ ଗାଡି ଚୋରି ର଼୍ୟାକେଟ ସହ ସମ୍ପୃକ୍ତ ଅଛନ୍ତି। ସେମାନେ ଚୋରି ଗାଡ଼ିକୁ ନକଲି କାଗଜପତ୍ର କରି ବିକ୍ରି କରନ୍ତି। ଏପରିକି ପୀଡ଼ିତା ଜଣଙ୍କ କାର କିଣିବା ପାଇଁ ଥାନା ଏସ୍‌ଆଇ ରାକେଶଙ୍କ ସହ ଯୋଗାଯୋଗ କରିଥିଲେ। ଏପରିକି କାରର ଦାମ ୭ ଲକ୍ଷ ଟଙ୍କା କରିଥିବାବେଳେ ୫ ଲକ୍ଷ ଟଙ୍କା ନେଇଥିଲେ। ଏହି ଟଙ୍କା ଥାନାଅଧିକାରୀ ଏବଂ ବଳବନ୍ତ ରାୟଙ୍କ ସମ୍ମୁଖରେ ଯୁବତୀ ଜଣଙ୍କ ଦେଇଥିବା କହିଛନ୍ତି। ହେଲେ ଟଙ୍କା ନେବା ପରେ ସେ କାର ଦେଇ ନ ଥିଲେ। ବରଂ ଯୁବତୀଙ୍କୁ ଘରକୁ ଯାଇ ବିବାହ ପାଇଁ ପ୍ରତିଶୁତି ବଳାକତ୍ାର କରିଥିଲେ। ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗର୍ଭପାତ କରାଇଥିଲେ। ଏ ନେଇ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ ପରେ ସିପି ସୁଧାଂଶୁ ଷଢଙ୍ଗୀ ଏ ବିଷୟରେ ଜାଣି ଡିସିପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଚେତିଲେ ଓଡ଼ିଶା ସରକାର: ମନ୍ତ୍ରୀ କହିଲେ ଭଙ୍ଗାଯିବ ଦୁର୍ବଳ କୋଠା

ଭୁବନେଶ୍ୱର, ୭।୯: ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଓଡ଼ିଶା ସରକାର ଦୁର୍ବଳ କୋଠାଗୁଡ଼ିକୁ ନେଇ ତତ୍ପର ହୋଇଛନ୍ତି। ରାଜ୍ୟରେ ଥିବା ଦୁର୍ବଳ ସରକାରୀ ଓ ବେସରକାରୀ କୋଠାଗୁଡ଼ିକୁ…

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି…

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri