Posted inଜାତୀୟ

ବଳାତ୍କାର ପରେ ଗୁଳି: ଜାଳିଦେଲେ ଯୁବତୀଙ୍କ ମୃତଦେହ

ବକ୍ସର, ୪ା୧୨ : ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ପୋଡ଼ିମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ନିଆଁ ଜଳୁଥିବାବେଳେ ବିହାରର ବକ୍ସର ଜିଲା ଅନ୍ତର୍ଗତ କୁକୁଢା ଗ୍ରାମରେ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ଗୁଳିକରି ହତ୍ୟା କରାଯାଇଛି। ଏପରି କି ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହକୁ ଜାଳିଦେବା ଭଳି ବର୍ବର ଘଟଣା ସାମ୍ନାକୁ ଆସିଛି। ଇଟାଢି ଥାନା ଅଧୀନ ଏକ ଖୋଲା ପଡ଼ିଆରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ମଙ୍ଗଳବାର ସକାଳେ ପୋଲିସ ଉଦ୍ଧାର କରିଛି। ସୋମବାର ରାତିରେ ପାଟନାରୁ ୧୦୦ କି.ମି. ଦୂର ବକ୍ସରର ଉପାନ୍ତ ଅଞ୍ଚଳରେ ଏଭଳି କାଣ୍ଡ ଘଟିଥିବା ବକ୍ସର ଡିଏସ୍‌ପି ସତୀଶ କୁମାର ପ୍ରକାଶ କରିଛନ୍ତି। ବଳାତ୍କାର ପରେ ଯୁବତୀଙ୍କ ମୁଣ୍ଡକୁ ଗୋଟିଏ ଗୁଳି ମାଡ଼ କରାଯାଇଥିବାବେଳେ ପୋଲିସ ସେଠାରୁ ଏକ ଖୋକା ଜବତ କରିଛି। ଯୁବତୀଙ୍କ ଅଣ୍ଟା ଉପରକୁ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ଯୁବତୀଙ୍କ ବୟସ କେତେ ତାହା ଜଣାପଡ଼ିବ ବୋଲି ପୋଲିସ କହିଛି। ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ କାହାରିକୁ ଗିରଫ କରାଯାଇନାହିଁ। ପୋଲିସ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶୀ ଖେଳାଳିଙ୍କୁ ବଡ଼ ଝଟକା! ୯.୨୦ କୋଟି ଟଙ୍କାର କ୍ଷତି ସହିଲେ ମୁସ୍ତାଫିଜୁର, ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନିର୍ଦ୍ଦେଶ ପରେ, କୋଲକାତା ନାଇଟ ରାଇଡର୍ସ 2026 IPL ସିଜିନ ପୂର୍ବରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ...

ଜାନକୀଙ୍କ ସ୍ମୃତି ସଭାରେ ବର୍ଷିଲେ ମୋକିମ, କହିଲେ କଂଗ୍ରେସର ପତନ ପାଇଁ…

ଭୁବନେଶ୍ୱର,୩ା୧: ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ସଭାରେ ବର୍ଷିଲେ ମୋକିମ । କଂଗ୍ରେସ ହାଇକମାଣ୍ଡଙ୍କୁ ଟାର୍ଗେଟ କରି ସେ ବର୍ଷିଛନ୍ତି । ତେବେ ରାଜ୍ୟରେ କଂଗ୍ରେସ...

‘ଦୁର୍ନୀତି ଅଭିଯୋଗ ଆଣିବା ପୂର୍ବରୁ ଆତ୍ମସମୀକ୍ଷା କରନ୍ତୁ’: ଅଜିତ ପାୱାରଙ୍କୁ ପାଲଟା ଆକ୍ରମଣ କଲା ଭାଜପା

ମୁମ୍ବାଇ,୩।୧: ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜି ପୁଣି ଥରେ ତୀବ୍ର ହୋଇଛି। ପିମ୍ପରି-ଚିଞ୍ଚୱାଡ ନଗର ନିଗମରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦୁର୍ନୀତି ଏବଂ ଋଣ ଅଭିଯୋଗର କଡ଼ା...

କ’ଣ ଏହି ଭଜନ କ୍ଲବିଂ? Gen Z ଙ୍କ ମଧ୍ୟରେ ବଢୁଛି ଟ୍ରେଣ୍ଡ

ଆଜିର ଆଧୁନିକ ଦୁନିଆରେ, ଭଜନ କ୍ଲବିଂ ଏକ ନୂତନ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଧାରା ଭାବରେ ଉଭା ହୋଇଛି, ବିଶେଷକରି ଜେନ୍‌ ଜେଡ ଏବଂ ଯୁବ...

ଠିକ୍‌ ହୋଇଥିଲା ବିବାହ, ବଣ୍ଟା ସରିଥିଲା କାର୍ଡ, ଘଟିଲା ଏମିତି କିଛି…

ବଲାଙ୍ଗୀର,୩ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଶନିବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବ୍ରିଜ ତଳୁ...

ମନ୍ଦିରରୁ ପୂଜା ସାରି ଫେରିବାବେଳେ ପୂଜକଙ୍କୁ ପେଚ୍‌କସ୍‌ରେ ଆକ୍ରମଣ, କିଛି ସମୟ ଭିତରେ ଘଟିଲା…

ତାଳଚେର,୩ା୧(ମନୋଜ ନନ୍ଦ): ତାଳଚେର ଥାନା ସମ୍ମୁଖରେ ଥିବା ମଙ୍ଗଳା ମନ୍ଦିରରେ ଦୀର୍ଘବର୍ଷ ହେଲା ପୂଜା କରି ଆସୁଥିଲେ ବଡ଼ଦାଣ୍ଡ ସାହିର ସନ୍ତୋଷ କୁମାର ମହାପାତ୍ର(୫୦)। ଶନିବାର...

America Helicopter Crash: ଘାଟିକୁ ଖସି ପାଉଁଶ ହୋଇଗଲା ହେଲିକପ୍ଟର, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩।୧:  ଶୁକ୍ରବାର ସକାଳେ ଆମେରିକାର ଆରିଜୋନା ରାଜ୍ୟର ପିନାଲ୍ କାଉଣ୍ଟିର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି...

ଶେଷରେ IPLରୁ ବିଦା ହେଲେ ମୁସ୍ତାଫିଜୁର ରେହମାନ: KKRର ନୁହେଁ, BCCI ନେଲା ଆକ୍ସନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) IPL ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (KKR)କୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri