ବଳାତ୍କାର ଓ ଅପହରଣ ମାମଲାକୁ ୮ମାସ ବିତିଲା, ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିିସ

ରଣପୁର,୪।୧୨(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ବାଣିକିଲୋ ପଞ୍ଚାୟତ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଓ ବଳାକତ୍ାର କରାଯିବା ଘଟଣାକୁ ୮ମାସ ବିତି ଗଲାଣି। ତେବେ ଏ ଯାଏ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନି। ଫେରାର ବଳାତ୍କାରୀ ଅଧିକାଂଶ ସମୟ ନିଜ ଘରକୁ ଆସୁଥିଲେ ମଧ୍ୟ ପୋଲିସ ନୀରବ ରହିବା ଘଟଣା ‘ମୋ ସରକାର’ କାର୍ଯ୍ୟକ୍ରମର ସ୍ବଚ୍ଛତାକୁ ପଦାରେ ପକାଇଛି । ରାଜନୈତିକ ଚାପରେ ପୋଲିସ ଚୁପ୍‌ ହୋଇ ବସିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଏହି ଘଟଣାକୁ ସହଯୋଗ କରିଥିବା ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ପ୍ରତି ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏଭଳିସ୍ଥଳେ ନାବାଳିକା କଲେଜ ଛାତ୍ରୀ ପାଢ଼ପଢ଼ା ବନ୍ଦ କରି ମାନସିକ ଦୁଶ୍ଚିନ୍ତାରେ ଘରେ ଚୁପ ହୋଇ ବସି ରହୁଛନ୍ତି । ପୋଲିସର ନୀରବତା ଓ ମୟୂରଭଞ୍ଜର ଅଧ୍ୟାପିକା ପୋଲିସଠାରୁ ସହଯୋଗ ନ ପାଇ ଆମତ୍ହତ୍ୟା କରିବା ଘଟଣା ପରେ ପୀଡିତା ଅସହାୟ ହୋଇ ପଡିଛନ୍ତି। ଅଭିଯୁକ୍ତ ପରିବାର ସଦସ୍ୟଙ୍କ ଧମକ, ପୋଲିସର ଅସହଯୋଗକୁ ନେଇ ନାବାଳିକାଙ୍କ ମା’ ବାପା ନ୍ୟାୟ ପାଇଁ ଥାନା ଓ କୋଟର୍ର୍ କଚେରିକୁ ଦୌଡି ଦୌଡି ନୟାନ୍ତ ହୋଇ ସାରିଥିଲେ ମଧ୍ୟ ସୁଫଳ ମିଳୁନି ବୋଲି ଅଭିଯୋଗ ହେଉଛି । ଏପରିକି ୩ ଥର ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଇ ଜିଲାପାଳ ଓ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ନିବେଦନ କରିଥିଲେ ମଧ୍ୟ ନିରାଶ ହେବାକୁ ପଡିଛି ବୋଲି ପୀଡିତାଙ୍କ ବାପା ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ଗତ ଏପ୍ରିଲ ୧ରେ ନାବାଳିକା ସାଇକେଲରେ କଲେଜକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ନାବାଳିକାଙ୍କ ସାଇକେଲ ବାଟରେ ପଡି ରହିଥିବା ଦେଖି ପରିବାର ଲୋକେ ଝିଅକୁ ବହୁ ଖୋଜା ଖୋଜି କରି ନ ପାଇବାରୁ ଶେଷରେ ସୁନାଖଳା ଫାଣ୍ଡିରେ ଅଭିଯୋଗ କରିଥିଲେ । ଦୁଇ ଦିନ ପରେ ପରିବାର ଲୋକେ ବୋଲଗଡ ଥାନା ମାଣିକଗୋଡା ଗଁାରୁ ଝିଅକୁ ବିଷ ପିଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁନାଖଳା ଡାକ୍ତରଖାନାରେ ଭର୍ତ୍ତି କରିିଥିଲେ । ପରେ ସେ ସୁସ୍ଥ ହୋଇଥିଲେ। ତାଙ୍କ ବୟାନ ଅନୁସାରେ ବଡପତୁରିଆ ଗ୍ରାମର ସୁଶୀଲ କୁମାର ମହାରଣା କିଛି ସମ୍ପର୍କୀୟଙ୍କ ସହ ମିଶି ଅପହରଣ କରି ନେଇଥିଲେ । ଗୋଟିଏ ଘରେ ରଖି ସୁଶୀଲ ତାଙ୍କୁ ବଳାତ୍କାର କରିଥିଲେ। ପରେ ତାଙ୍କୁ ମାରିଦେବା ପାଇଁ ସେ ଓ ତାଙ୍କ ପରିବାର ସଦସ୍ୟ ମିଶି ଜୋରଜବରଦସ୍ତି ବିଷ ପିଆଇଥିଲେ । ଏ ନେଇ ପୀଡିତାଙ୍କ ପରିବାର ଲୋକେ ଅପହରଣ, ବଳାକତ୍ାର ଓ ହତ୍ୟା ଉଦ୍ୟମ ପରି ଘଟଣା ସମ୍ପର୍କରେ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ୩୬୩, ୩୬୬, ୩୭୬,(୨)(ଏନ), ୩୪ ଆଇପିସି, ୬ ଓ ୧୭ ପୋକ୍ସୋ ଆକ୍ଟ ୮୦/୧୯ରେ ମାମଲା ରୁଜୁ କରି ବସି ରହିଛି । ଏ ସମ୍ପର୍କରେ ସୁନାଖଳା ଫାଣ୍ଡି ଅଧିତ୍କାରୀ ପ୍ରଦୀପ କୁମାର ସାମଲଙ୍କୁ ପଚାରିବାରୁ ସେ କୁହନ୍ତି ଅଭିଯୁକ୍ତ ଫେରାର ହୋଇ ଯାଇଥିବାରୁ ଗିରଫ କରାଯାଇ ପାରୁ ନାହିଁ । କେସ ଡାଏରୀ ହାଇକୋର୍ଟ ମାଗିବା ପରେ ପ୍ରଦାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri