Odisha Elections 2024

ବଳକା ମଧ୍ୟାହ୍ନଭୋଜନରେ ଜୀବେଦୟା

ଓଡ଼ଗଁ।,୩୦ା୬(ସ୍ବ.ପ୍ର.): ସମ୍ପ୍ରତି ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଚଳନ ଥିବା ବେଳେ ପିଲାମାନେ ବଳକା ଖାଦ୍ୟକୁ ନେଇ ଏଣେତେଣେ ଫିଙ୍ଗିବା ନିତିଦିନିଆ ଘଟଣା ହୋଇଛି। ଏହି ବଳକା ମଧ୍ୟାହ୍ନ ଭୋଜନ ଜରିଆରେ ଜୀବେଦୟା କାର୍ଯ୍ୟକ୍ରମ ଗଛସାର୍‌ଙ୍କ ଏକ ନିଆରା ଉଦ୍ୟମ। ନୟାଗଡ଼ ଜିଲା କଣ୍ଟିଲୋର ଅନ୍ତର୍ଯାମୀ ସାହୁ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ଜିଲା ତଥା ରାଜ୍ୟରେ ଗଛ ସାର ଭାବେ ବେଶ ପରିଚିତ। ସେ ତାଙ୍କର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସ୍କୁଲ ବୁଲି ପିଲାଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର କରୁଥିବା ଦେଖିବାକୁ ମିଳିଛି।
ଗଛ ସାର୍‌ଙ୍କୁ ପରିବେଶ ଚିନ୍ତା। ସେ ଜୀବନ କାଳ ଭିତରେ ଅଗଣତି ଗଛ ରୋପଣ କରିବା ପରେ ବର୍ତ୍ତମାନ ଜୀବେ ଦୟା ତଥା ଜୈବିକ ବିବିଧତା ନିମନ୍ତେ ଅଭିନବ ଉପାୟରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ସେ କୁରାଳ, ବାହାଡ଼ାଝୋଲା ଅଞ୍ଚଳରେ ବିଭିନ୍ନ ସ୍କୁଲକୁ ଯାଇ ବଳକା ମଧ୍ୟାହ୍ନ ଭୋଜନର ସଦୁପଯୋଗ କରିବା ଦ୍ୱାରା କିପରି ପରିବେଶ ସୁରକ୍ଷା ଓ ଜୀବେ ଦୟା ହୋଇପାରିବ ସେ ସମ୍ପର୍କରେ ପିଲାଙ୍କୁ ସଚେତନ କରୁଛନ୍ତି। ଏଥିନିମନ୍ତେ ସେ ସ୍କୁଲ ପ୍ରଧାନ ଶିକ୍ଷକ ତଥା ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲର ଏକ କୋଣରେ ଗୋଟିଏ ସିମେଣ୍ଟ ପିଣ୍ଡି ଏବଂ ତତ୍‌ ସଂଲଗ୍ନ ସ୍ଥାନରେ ଏକ ପାଣି ପାତ୍ର ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି। ପିଲାମାନେ କିମ୍ବା ପାଚିକା ମଧ୍ୟାହ୍ନ ଭୋଜନରୁ ବଳକା ଖାଦ୍ୟ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ସିମେଣ୍ଟ ପିଣ୍ଡିରେ ପକାଇବେ। ଏହାକୁ କାଉ, କୁକୁର ତଥା ଅନ୍ୟ ପ୍ରାଣୀ ଖାଇବା ସହ ନିକଟରେ ଥିବା ପାଣି ପାତ୍ରରୁ ଜଳ ଗ୍ରହଣ କରିବେ। ଏହାଦ୍ୱାରା ସ୍କୁଲ ପରିବେଶ ସୁରକ୍ଷିତ ରହିବା ସହିତ ପିଲାଙ୍କ ମନରେ ଜୀବେ ଦୟା ଭଳି ସଚେତନତା ସୃଷ୍ଟି ହୋଇପାରୁଥିବା ସେ ପ୍ରକାଶ କରିଛନ୍ତି। ଏହିକ୍ରମରେ କୁରାଳ କ୍ଲଷ୍ଟର ଅନ୍ତର୍ଗତ ଗିରିଡିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲବ ଏବଂ ନାଥିଆପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ସେମାନଙ୍କ ସ୍କୁଲରେ ଏହିପରି ଦୁଇଟି ପିଣ୍ଡି ଓ ପାତ୍ର ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହିପରି ସେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍କୁଲକୁ ସାଇକେଲରେ ଯାଇ ପ୍ରାୟ ଏକହଜାରରୁ ଊର୍ଦ୍ଧ୍ୱ ପିଲାଙ୍କୁ ସଚେତନତା ବାର୍ତ୍ତା ଦେଇଥିବା ପ୍ରକାଶ କରିଛନ୍ତି। ଏପରି କି ଲୋପ ପାଉଥିବା ଘରଚଟିଆ ସଂରକ୍ଷଣ ପାଇଁ ସେ ଲୋକଙ୍କୁ ଏହି ପକ୍ଷୀର ବସା ତିଆରି କରି ପ୍ରଦର୍ଶିତ କରୁଛନ୍ତି। ବଳକା ମଧ୍ୟାହ୍ନ ଭୋଜନର ସଦୁପଯୋଗ କରିବାକୁ ସେ ସରକାରୀ ସ୍ତରରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଭକ୍ତ ଜଗନ୍ନାଥ: ସମ୍ବିତ ପାତ୍ରଙ୍କ ବୟାନକୁ ନିନ୍ଦା କଲେ ନବୀନ, ଟୁଇଟ୍‌ କରି କହିଲେ ଏମିତି…

ଭୁବନେଶ୍ୱର,୨୦।୫: ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଓଡ଼ିଶାରେ ଜଣେ ମାଫିଆ ଅଛନ୍ତି, କାହାକୁ ଏମିତି ମାଫିଆ କହିଲେ ମୋଦି, ଜାଣନ୍ତୁ…

ଅନୁଗୋଳ,୨୦।୫: ଅନୁଗୋଳରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଓଡ଼ିଶାର ଗରିବୀ ଦେଖିଲେ ମୋ ଛାତିରେ ବହୁତ କଷ୍ଟ ହେଉଛି। ସମୃଦ୍ଧ ଓ...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri