ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୌରୀ ଚିବର ଥିଲା। ତାଙ୍କ ପିତା କଲୋନେଲ ରମେଶ ଚନ୍ଦ୍ର ଚିବର ଆର୍ମିରେ ଥିବାରୁ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଉଥିଲେ। ମାତା ସବିତା ଚିବର ଜଣେ ଗୃହିଣୀ ଥିଲେ। ଶାହାରୁଖ୍‌ଙ୍କୁ ନେଇ ଗୌରୀଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଟିଭି ସିରିଏଲ୍‌ ସର୍କସରେ ଅଭିନୟ କରିବା ପରେ ଶାହରୁଖ ବଲିଉଡ୍‌ରେ ପାଦ ଥାପିଥିଲେ। ୧୯୮୪ରେ ଦିଲ୍ଲୀର ପଞ୍ଚଶୀଳ କ୍ଲବ୍‌ରେ୧୪ ବର୍ଷ ବୟସ୍କା ଗୌରୀ ୧୯ ବର୍ଷ ବୟସ୍କ ଶାହରୁଖ୍‌ଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ୧୯୮୪ ଅକ୍ଟୋବର ୨୫ରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ୍‌ ସମୟରେ ଉଭୟ ପରସ୍ପରର ଫୋନ୍‌ ନମ୍ବର ନେଇଥିଲେ। ପରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀର ଆରମ୍ଭ। ଦୁଇଜଣଙ୍କ ପ୍ରେମ ସମ୍ପର୍କ ଗୌରୀଙ୍କ ପରିବାର ଲୋକେ ଜାଣିଥିଲେ। ତେବେ ଶାହରୁଖଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଗୌରୀଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ମାତ୍ର ଏହାକୁ ଗୌରୀ ମନା କରିଥିଲେ। ଶାହରୁଖଙ୍କୁ ସେ ନିଜ ଧର୍ମ ପରିବର୍ତ୍ତନ କରିବାକୁ ମନା କରିଥିଲେ। ଏହା ଦ୍ୱାରା ତାଙ୍କର ଭଲ ପାଇବାର ମୂଲ୍ୟ ରହିବ ନାହିଁ ବୋଲି ଗୋରୀ ଚିନ୍ତା କରିଥିଲେ। ୧୯୯୧ ଅଗଷ୍ଟ ୨୬ରେ ଦୁହେଁ କୋର୍ଟରେ ବିବାହ କରିଥିଲେ। ପରେ ୧୯୯୧ ଅକ୍ଟୋବର ୨୫ରେ ହିନ୍ଦୁ ରୀତିରେ ମଧ୍ୟ ବିବାହ କରିଥିଲେ। ସେହିବର୍ଷ ଶାହରୁଖ୍‌ଙ୍କ ପ୍ରଥମ ଫିଲ୍ମ ଦିଲ୍‌ ଆଶାନା ନିର୍ମିତ ହୋଇଥିଲା। ମାତ୍ର ଏହା ବକ୍ସ ଅଫିସ୍‌ରେ ହିଟ୍‌ ହୋଇ ନ ଥିଲା। ପରେ ୧୯୯୨ରେ ଶାହାରୁଖ୍‌ଙ୍କ ଫିଲ୍ମ ଦିଓ୍ବାନା ବଲିଉଡ୍‌ରେ ଚହଳ ପକାଇଥିଲା। ଗୌରୀ ଶାହରୁଖଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିଲେ। ଫଳରେ ଶେଷରେ ସେମାନଙ୍କର ଦାମ୍ପତ୍ୟ ଜୀବନ ସୁଖୀ ହୋଇ ପାରିଛି ବୋଲି ଏକ ସାକ୍ଷାତ୍‌କାରରେ ଶାହରୁଖ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କୁଆଁରମୁଣ୍ଡା,୧୪।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଦୁମକିଶିହିରିଆ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

‘ମୋତେ ମୋ ପ୍ରେମିକର କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ପଡିବ…’ କାହିଁକି ଏମିତି କହିଲେ ଜଷ୍ଟିନ ଟ୍ରୁଡୋ? ଜାଣନ୍ତୁ ଏହା ପଛର ରହସ୍ୟ

ଓଟାଓ୍ବା,୧୪।୬: ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନ ଏବଂ ଫିଫା ବିଶ୍ୱକପ 2026 ପାଇଁ ଖବରରେ ଅଛନ୍ତି। ବିଶ୍ୱକପ ଉଦଘାଟନୀ ଦିନରେ…

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ହେଜବୋଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୪।୬: ଯେତେବେଳେ ଆମେରିକା ଏବଂ ଇରାନ ଶାନ୍ତି ଆଲୋଚନା ବିଷୟରେ ଦାବି କରୁଛନ୍ତି, ସେତେବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଇସ୍ରାଏଲ ହେଜବୋଲା ପଦାଧିକାରୀମାନଙ୍କ ଉପରେ…

ଦିଦିଙ୍କ ହାତରୁ ଗଲା ଟିଏମସି? କାକୋଲି କହିଲେ, ‘ନୂଆ ଦଳ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବୁ’

କୋଲକାତା,୧୪।୬: ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ହରାଉଥିବା ଜଣାପଡ଼ିଛି। ୨୦ ରୁ…

ପହିଲି ରଜରେ ଅଘଟଣ: ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ

ରାଜନଗର,୧୪ା୬(ଭାସ୍କର ରାଉତରାୟ): ପହିଲି ରଜରେ ଅଘଟଣ। ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଘଡ଼ିଆମାଳ ଗାଁର ଦୈତାରୀ…

ରଜରେ ବଡ଼ ଅଘଟଣ; ୨ ଘଣ୍ଟା ବ୍ୟବଧାନରେ ୨ ଦୁର୍ଘଟଣା, କେନ୍ଦୁଝରରେ ୫ ମୃତ

କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ପ୍ରଥମ ରଜ ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ରହିଥିବା ବେଳେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଏନଏଚ ୪୯ ରେ…

ଦାମୀଗାଡ଼ିରେ ଗଞ୍ଜେଇ ଚାଲାଣ, ପାଟ୍ରୋଲିଂବେଳେ ଦୁଇ ଅଭିଯୁକ୍ତଙ୍କୁ…

ବଲାଙ୍ଗୀର,୧୪ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରେ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri